www.samajalive.in
Saturday, December 6, 2025
16.1 C
Bhubaneswar

ସଲମାନ୍‌ଙ୍କୁ ତିନିଥର ଦଶିଂଥିଲା ବିଷଧର ସାପ -୬ ଘଣ୍ଟା ପାଇଁ ଡାକ୍ତରଖାନାରେ ଚାଲିଥିଲା ଚିକିତ୍ସା ହେଲେ…

ସଲମାନ୍‌ଙ୍କୁ ତିନିଥର ଦଶିଂଥିଲା ବିଷଧର ସାପ -୬ ଘଣ୍ଟା ପାଇଁ ଡାକ୍ତରଖାନାରେ ଚାଲିଥିଲା ଚିକିତ୍ସା ହେଲେ…

ମୁମ୍ବଇ – ମୁମ୍ବଇ ନିକଟସ୍ଥ ପନଭେଲ୍‌ରେ ଥିବା ସଲମନ ଖାନ୍‌ଙ୍କ ଫାର୍ମ ହାଉସରେ ସଲମନଙ୍କକୁ ଏକ ବିଷଧର ସାପ ତିନିଥର ଦଶିଂଥିଲା । ଗତ ଶନିବାରରେ ଏହି ଘଟଣା ଘଟିଥିଲା। ଏହାପରେ ତାଙ୍କୁ ରାତିରେ ଏକ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ନଭି ମୁମ୍ବାଇରେ ଥିବା ଏକ ଡାକ୍ତରଖାନାରେ ତାଙ୍କର ପ୍ରାୟ ୬ ଘଣ୍ଟା ଧରି ଚିକିତ୍ସା ଚାଲିଥିଲା । ଏହାପରେ ରବିବାରରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ୍‌ ଥିବା ଜଣା ପଡିବା ପରେ ଘରକୁ ଯିବା ପାଇଁ ଡାକ୍ତର ଅନୁମତି ଦେଇଛନ୍ତି ।

- Advertisement -

ତାଙ୍କ ଫାର୍ମ ହାଉସ୍‌ରେ ଏକ ସାପ ପଶିଯାଇଥିଲା । ସଲମାନ ଏକ ବାଡି ସାହାଯ୍ୟରେ ତାକୁ ବାହର କରୁଥିଲେ । ମାତ୍ର ଏହା ହଠାତ୍‌ ତାଙ୍କ ହାତ ପର୍ଯ୍ୟନ୍ତ ପହଞ୍ଚିବା ସହ କାମୁଡି ଦେଇଥିଲା ।ରାଗରେ ସାପଟି ତାଙ୍କୁ ତିନିଥର ଚୋଟ ମାରିଥିବା ସଲମାନ୍‌ କହିଛନ୍ତି । ମାତ୍ର ଏହା ଅଳ୍ପ ବିଷଧର ସାପ ହୋଇଥିବାରୁ ଚିକିତ୍ସାପରେ ସେ ଠିକ୍‌ ହୋଇଯାଇଛନ୍ତି ।

ସଲମନ୍‌ ତାଙ୍କର ୫୬ ତମ ଜନ୍ମଦିନ ନିଜ ଫାର୍ମ ହାଉସ୍‌ରେ ପାଳନ କରୁଥିଲେ । ତାଙ୍କ ସହ ତାଙ୍କ ପରିବାର ଲୋକଙ୍କ ସହ ଅଳ୍ପ କେତକ ବନ୍ଧୁ ଉପସ୍ଥିଥିଲେ । ଏହାପରେ ସଲମନ୍‌ଙ୍କ ପିତା ସଲିମ୍‌ ଖାନ୍‌ ସଲମନ୍‌ଙ୍କୁ ଫୋନ୍‌ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରିଥିଲେ । ଏହା ସହ ସାପ ଟି ଭଲ ଅଛି କି ନାହିଁ ପଚାରିଥିଲେ । ସଲମାନ୍‌ ସେ ଏବଂ ସାପ ଉଭୟ ଭଲ ଥିବା କଥା ତାଙ୍କୁ ଉତ୍ତର ଦେଇଥିଲେ ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories