www.samajalive.in
Saturday, December 13, 2025
26.1 C
Bhubaneswar

ଶୀତଦିନ : ଖାଦ୍ୟରେ ସାମିଲ କରନ୍ତୁ ଘିଅ ,ବାଦାମ

ବର୍ତ୍ତମାନ ଶୀତଦିନ ଚାଲିଛି। ଏହି ସମୟରେ କେତେକ ଖାଦ୍ୟ ଖାଇବା ଖୁବ ଉପକାରୀ। ଏହାସହ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ତଥା ଶରୀରକୁ ଉଷ୍ଣ ରଖିବା ପାଇଁ  ନିଜ ଖାଦ୍ୟରେ କିଛି ସ୍ୱତନ୍ତ୍ର ଖାଦ୍ୟ ସାମିଲ କରନ୍ତୁ।
ଅଦା
ଅଦାକୁ ଏକ ଔଷଧ ଭାବେ ବିବେଚନା କରାଯାଏ। ବିଭିନ୍ନ ବ୍ୟଞ୍ଜନରେ ଏହାର ବ୍ୟବହାର କରିବା ଦ୍ୱାରା ସ୍ୱାଦ ମଧ୍ୟ ଦ୍ୱିଗୁଣିତ କରିଥାଏ। ଶୀତଦିନେ, ଚା’ ଠାରୁ ଆରମ୍ଭ କରି ଅନେକ ଖାଦ୍ୟ ପର୍ୟ୍ୟନ୍ତ ଅଦା ବ୍ୟବହାର କରାଯାଏ। ଶୀତଦିନେ, ଖାଦ୍ୟରେ ଅଦାକୁ ଯେକୌଣସି ପ୍ରକାରେ ବ୍ୟବହାର କରନ୍ତୁ। ଏହା ଖାଦ୍ୟକୁ ସହଜରେ ହଜମ କରିଥାଏ। ପେଟ ଜନିତ ଅନେକୁ ସମସ୍ୟାର ମଧ୍ୟ ସମାଧାନ କରିଥାଏ।
ଘିଅ
ଶୀତଦିନେ ଅଧିକାଂଶ ଆଳସ୍ୟ ଅନୁଭବ ହୋଇଥାଏ। କାର୍ଯ୍ୟ କରିବାକୁ ଆଗ୍ରହ ହୋଇନଥାଏ। ତେଣୁ ଘିଅ ଖାଇବା ଦ୍ୱାରା ଆପଣ ସତେଜ ଅନୁଭବ କରିବା ସହ କାର୍ଯ୍ୟକୁ ମଧ୍ୟ ସଠିକ ଭାବେ କରିପାରିବେ। ତେଣୁ ଖାଦ୍ୟରେ ଘିଅର ବ୍ୟବହାର କରନ୍ତୁ।

ଶୀତଦିନେ ସମସ୍ତ ପ୍ରକାର ଉଷୁମ ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଏହି ଋତୁରେ ବିଭିନ୍ନ ପ୍ରକାର ଫଳ ଓ ପନିପରିବା ମିଳିଥାଏ। ତେଣୁ ନିୟମିତ ବିଭିନ୍ନ ପ୍ରକାର ପନିପରିବାର ସୁପ୍‍ ପିଅନ୍ତୁ। ଏହା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଶରୀରରେ ଜଳୀୟଅଂଶ ମାତ୍ରା ମଧ୍ୟ କମ ହୋଇନଥାଏ।
ବାଦାମ
ଶୀତ ଦିନେ ନିଶ୍ଚିତ ଭାବରେ ଖାଦ୍ୟରେ କିଛି ଫଳ ଏବଂ ବାଦାମ ସାମିଲ କରନ୍ତୁ। ଏହା ଶରୀରକୁ ଉଷ୍ଣ ରଖିବା ସହ ଶକ୍ତି ମଧ୍ୟ ଯୋଗାଇଥାଏ। କାଜୁ ବାଦାମ, ବାଦାମ, ପିସ୍ତା ଆଦିକୁ ଖାଇପାରିବେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories