www.samajalive.in
Sunday, December 14, 2025
14.1 C
Bhubaneswar

କିଶୋରଙ୍କୁ ଟିକାକରଣ ଏମ୍ସ ଡାକ୍ତରଙ୍କ ନାପସନ୍ଦ

ନୂଆଦିଲ୍ଲୀ: ଦେଶରେ ୧୫ରୁ ୧୮ବର୍ଷର କିଶୋର, କିଶୋରୀଙ୍କୁ ଟିକାକରଣ କରିବା ନେଇ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିକୁ ଏମ୍ସର ବରିଷ୍ଠ ମହାମାରୀ ରୋଗ ବିଶେଷଜ୍ଞ ଡାକ୍ତର ସଞ୍ଜୟ କୁମାର ରାୟ ନପସନ୍ଦ କରିଛନ୍ତି। ସେ କହିଛନ୍ତି ଯେ କିଶୋରକୁ ଟିକାକରଣ ବିଜ୍ଞାନ ସମ୍ମତ ନୁହେଁ। କରୋନାର କୋଭାକ୍ସିନ ଟିକାକୁ ବୟସ୍କ ଓ ଶିଶୁଙ୍କଠାରେ ପରୀକ୍ଷା କରାଯିବା ସମୟରେ ଡାକ୍ତର ରାୟ ମୁଖ୍ୟ ଗବେଷକ ଥିଲେ। କିଶୋରଙ୍କୁ ଟିକାକଣ ନିଷ୍ପତ୍ତି ପୂର୍ବରୁ ବିଭିନ୍ନ ରାଷ୍ଟ୍ରରେ ଶିଶୁଙ୍କୁ ଟିକାକରଣ କରାଯିବା ପରେ ମିଳିଥିବା ଫଳାଫଳକୁ ତର୍ଜମା କରାଯିବା ଜରୁରୀ ଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ଅନୁଯାୟୀ ଜାନୁଆରୀ ୩ ତାରିଖରୁ ଦେଶର ସମସ୍ତ ୧୫ରୁ ୧୮ବର୍ଷର କିଶୋର, କିଶୋରୀଙ୍କୁ କରୋନା ଟିକା ଦିଆଯିବ। ଦେଶରେ ଓମିକ୍ରନ ପ୍ରଜାତି ଭୂତାଣୁର ସଂକ୍ରମଣକୁ ନେଇ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ୨୦୧୧ ଜନଗଣନା ଅନୁଯାୟୀ ଦେଶରେ ଏବେ ଏହି ବର୍ଗରେ ୭.୪ କୋଟି କିଶୋର, କିଶୋରୀ ଅଛନ୍ତି।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories