www.samajalive.in
Sunday, December 14, 2025
23.1 C
Bhubaneswar

ଗଞ୍ଜାମରେ ବିଜେଡିର ୨୫ ତମ ପ୍ରତିଷ୍ଟା ଦିବସ ପାଳିତ

ଗଞ୍ଜାମ:ଗଞ୍ଜାମ ସହରରେ ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଉତ୍ସବ ମହା ସମାରୋହରେ ପାଳିତ ହୋଇଛି। ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଉକ୍ତ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଥମେ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟନାୟକ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ଦଳର ଆଭିମୁଖ୍ୟ ସହ ବିଭିନ୍ନ ଜନ କଲ୍ୟାଣ କାରି ଯୋଜନାରେ ବିଜେଡି ସରକାରଙ୍କ ପକ୍ଷରୁ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଲୋକଙ୍କୁ ଯୋଗାଇଛି ସେଗୁଡିକ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ସବୁ କାର୍ଯ୍ୟ ପାଇଁ ବିଧାୟକ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ପୂର୍ବାହ୍ନ ରେ ଗଞ୍ଜାମ ବିଜେଡି ନଗର ସଭାପତି ସୁଧିର କୁମାର ପାଢୀ ଓ ନଗର ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ ଙ୍କ ତତ୍ୱାବଧାନରେ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟନାୟକ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ନଗର ସଭାପତି ପି.ରାଜୁ ରେଡି, ବଡବଜାର ବଣିକ ସଙ୍ଘ ସଭାପତି ଗୌରୀ ଶଙ୍କର ବାରିକି, ପୂର୍ବତନ ସାଂସଦ ପ୍ରତିନିଧି ସୁଦାମ ପଲାଇ, ପୂର୍ବତନ ଏନ.ଏ.ସି.ଉପାଧ୍ୟକ୍ଷ ନୀଳାଞ୍ଚଳ ବାରିକି, ପୂର୍ବତନ କାଉନସିଲର ଦଣ୍ଡପାଣି ପରିଡା, ଜିତୁ ପଣ୍ଡା, ମନୋଜ ପଣ୍ଡା, ନିରଞ୍ଜନ ପରିଡା, ମନୋଜ ପ୍ରଧାନ, ସୀମାଞ୍ଚଳ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

 

- Advertisement -

ସେହିପରି ଅପରାହ୍ନ ସମୟରେ ସାଧାରଣ ସଭାରେ ଗଞ୍ଜାମ, ରମ୍ଭା ପୌରାଞ୍ଚଳ ଓ ଗଞ୍ଜାମ ବ୍ଲକର ବହୁ ବିଜେଡି ନେତୃବୃନ୍ଦ ଯୋଗଦେଇ ସ୍ୱର୍ଗତ ବିଜୁବାବୁ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଓଡିଶା ବାସୀ ଙ୍କୁ କୃତଜ୍ଞତା ଓଡ଼ିଶାର ୭୦ ଲକ୍ଷ ମହିଳା ରାଜ୍ୟ ସରକାରଙ୍କ ମହିଳା ମିଶନଶକ୍ତି ଯୋଗୁଁ ସାବଲମ୍ବୀ ହୋଇପାରିଥିବା ପ୍ରକାଶ କରିଥିବା ବେଳେ ଓଡିଶା ବାସୀ ଙ୍କ ସୁଖଦୁଃଖ ସାଥି ହୋଇ ସେ କାର୍ଯ୍ୟକରି ଆସୁଥିବା ବେଳେ ସେମାନଙ୍କ ସହଯୋଗରେ ଓଡ଼ିଶାର ବିକାଶ ହୋଇପାରିବ ବୋଲି ପ୍ରକାଶ କରିଥିଲେ।ଅପରାହ୍ନ ସଭାରେ ପୂର୍ବତନ ବ୍ଲକ ଅଧକ୍ଷ ସୁରତ ପାହାନ ସଭାପତି ତ୍ୱ ରେ ସଭାରେ ପୂର୍ବତନ ବିଧାୟକ ଆଦିକନ୍ଧ ସେଠୀ, ବରିଷ୍ଠ ନେତା ବାନାମ୍ବର ପଲାଇ, ସମିତି ସଭ୍ୟ କୈଳାସ ଚନ୍ଦ୍ର ସ୍ବାଇଁ, ଛାୟାକାନ୍ତ ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଘୁ ନାଥ ସାହୁ, ଜିଲା ପରିଷଦ ସଭ୍ୟ ଜେ. ସନ୍ତୋଷି, ପୂର୍ବତନ ଗଞ୍ଜାମ ଏନ.ଏ.ସି ଅଧ୍ୟକ୍ଷା ଉର୍ମିଳା ପଲାଇ, ଗଞ୍ଜାମ ଓ ଖୋର୍ଦ୍ଧା ଜିଲା କୈବର୍ତ୍ତ ମହାସଂଘ ସଭାପତି ସନାତନ ବେହେରା, ବନବାସୀ ଖୁଣ୍ଟିଆ,ସରପଞ୍ଚ ନିରଞ୍ଜନ ରେଡି,ଚନ୍ଦ୍ରମୋହନ ସାହୁ, ପୂର୍ବତନ ସରପଞ୍ଚ ଗୋବିନ୍ଦ ରେଡି, ବଂଶୀଧାର ବେହେରା,ରବିନ୍ଦ୍ର ନାଥ ବେହେରା,ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଭାଗ୍ୟ ରେଡି, ଜିଲ୍ଲା ଯୁବ ଉପ ସଭାପତି ଶିବ ପ୍ରସାଦ ସ୍ବାଇଁ,ବଟକୃଷ୍ଣ ପଣ୍ଡା, ବିଶ୍ବନାଥ ବେହେରା, ଉମା ଜେନା, ଲିଙ୍ଗରାଜ ମହାପାତ୍ର,,ନାରାୟଣ ପଟନାୟକ,ମନୋଜ କୁମାର ତରାଇ, ସମରସେନ ପଣ୍ଡା, ଗଙ୍ଗା ପାତ୍ର ପ୍ରମୁଖ ବିଜେଡି ନେତୃବୃନ୍ଦ ଓ କର୍ମୀ ବହୁ ସଂଖ୍ୟାରେ ସଭା ଉପସ୍ଥିତ ରହିଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories