www.samajalive.in
Saturday, December 13, 2025
26.1 C
Bhubaneswar

ରାଜ୍ୟସ୍ତରୀୟ ମାହେଶ୍ୱରୀ ମହୋତ୍ସବ ଅନୁଷ୍ଠିତ

ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଉଁଶୁଣି ମାହେଶ୍ୱରୀ ପୀଠ ଠାରେ ଡୁମାଳ ଜାତି ସମାଜର ଯୁବ ସଂଗଠନ ମା ମାହେଶ୍ୱରୀ ସେନା ପକ୍ଷରୁ ରାଜ୍ୟସ୍ତରୀୟ ମାହେଶ୍ୱରୀ ମହୋତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ମା ମାହେଶ୍ୱରୀ ସେନାର ଆବାହକ ଥବିର କର୍ମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅବସର ପ୍ରାପ୍ତ ଶିକ୍ଷକ ଧନେଶ୍ୱର ଅମାତ ମୁଖ୍ୟ ଅତିଥି ଓ ଆଇନଜୀବୀ କହ୍ନେଇଁ ଚରଣ ଡାଙ୍ଗ, ବାଉଁଶଣି କେନ୍ଦ୍ର ସଭାପତି ଅଶୋକ ମହାକୁଳ, ଶିକ୍ଷାବିତ ମଳିଆ ଗଡୁଆ, ଫକୀର କର୍ଣ୍ଣ, କପିଳ କମ୍ପ, ହେମାବତୀ କରନ୍, ସାମ୍ବାଦିକ ଉମାକାନ୍ତ ମହାକୁଳ, ରାଜ୍ୟ ଡୁମାଳ ପରିଷଦର ବିପିନ ପାତ୍ର, ଜୟନାରାୟଣ ମେଣ୍ଡିଳି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଡୁମାଳ ଜାତି ସମାଜର ବିକାଶ ଓ ସଂସ୍କାର ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଆୟୋଜିତ ମହୋତ୍ସବର ଭୁୟସୀ ପ୍ରଶଂସା କରିଥିଲେ।

ସହସ୍ରାଂଶୁ ମହାକୁଳ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲା ସହିତ ଅନୁଗୁଳ ଜିଲ୍ଲା ଓ ଆଠମଲ୍ଲିକ ଅଞ୍ଚଳରୁ ପ୍ରତିନିଧି ମାନେ ଯୋଗ ଦେଇଥିଲେ। ଏ ଅବସରରେ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଉତ୍ସର୍ଗୀକୃତ ସେବକାର୍ଯ୍ୟ ପାଇଁ ପଶ୍ଚିମ ଓଡିଶା ଯୁବା ମଞ୍ଚ, କୋସଲ ସେନା, ବୌଦ୍ଧର ଉତ୍ସର୍ଗ, ମାରୁତି ସେନା, ଗୋପବନ୍ଧୁ ସେବା ସଙ୍ଗଠନ ଓ ସମାଜସେବୀକା ଶିଳ୍ପାରାଣୀ ବେହେରା, କୃତିଛାତ୍ର ରିକନ ମହାକୁର, ଚାଷୀ କାର୍ତ୍ତିକ ମହାକୁଡ଼ ପ୍ରମୁଖଙ୍କ ଭଳି ବ୍ୟକ୍ତି ବିଶେଷ ଓ ସଙ୍ଗଠନମାନଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ପରେ ସଙ୍ଗୀତ ସାଧନା ଗ୍ରୁପ ଲୋଇସିଂହା ବଲାଙ୍ଗୀରର କଳାକାରମାନେ ରଙ୍ଗାରଙ୍ଗ ସାଂକୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ମହେନ୍ଦ୍ର ମହାକୁଳ, ଅକ୍ରୁର ଗାଈଗୌରୀଆ, ନିରଞ୍ଜନ ଗେଜ, ଏଜଲବ୍ୟ ମହାକୁଳ, ସୁରେଶ କମ୍ପ, ମନୁ ମହାକୁର, ଜିତେନ୍ଦ୍ର ମେଣ୍ଡିଳି, ସୁରେନ୍ଦ୍ର ମହାକୁର, ଅଜିତ କରନ୍ ପ୍ରମୁଖ ମହୋତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories