www.samajalive.in
Saturday, December 13, 2025
26.1 C
Bhubaneswar

ସିରିଜ ଲୁଟ ଓ ମରଣାନ୍ତକ ଆକ୍ରମଣ ଘଟଣା, ଘଟଣାର ଅନ୍ତରାଳେ

ସମ୍ବଲପୁର: ଗତ ୨୧ ତାରିଖ ରାତ୍ରିରେ ସମ୍ବଲପୁର ସହରର ବିଭିନ୍ନ ଥାନାଞ୍ଚଳରେ କ୍ରମାଗତ ଭାବରେ ମାତ୍ର କେଇ ଘଣ୍ଟା ମଧ୍ୟରେ ସିରିଜ ଅପରାଧିକ ଘଟଣା ଘଟାଇଥିବାର ଅଭିଯୁକ୍ତ ମାନଙ୍କ ମଧ୍ୟରୁ ପୁଲିସ ଜଣକୁ ବହୁ କଷ୍ଟରେ ଧରିଛି। ପୁଲିସ ତଦନ୍ତ ସମୟରେ ଉକ୍ତ ଅଭିଯୁକ୍ତ ଅପରାଧି ମାନେ ସଦର ଥାନା ଅର୍ନ୍ତଗତ ଧନକଉଡା ଠାରେ ଏକ ଔଷଧ ଦୋକାନୀଙ୍କୁ ହାଣି ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟ ସମୟରେ ନଗଦ ଟଙ୍କା ସମେତ ଏକ ହଳଦିଆ ରଙ୍ଗର ଜରି ଥଳିରେ କଏନ ଟଙ୍କା ସାଥିରେ ନେଇ ଯାଇଥିଲେ। ଏହା ସହିତ ସିସିଟିଭି ଫୁଟେଜର ଟିକିନିକି ଯାଞ୍ଚ ସମୟରେ ଗିରଫ ହୋଇଥିବା ଅଭିଯୁକ୍ତର ପ୍ୟାଣ୍ଟ ଢ଼ିଲା ଥିବାରୁ ସେ ଏକ ହଳଦିଆ ରଙ୍ଗର ଜରି ରଶିରେ ପ୍ୟାଣ୍ଟକୁ ବାନ୍ଧିବା ସହିତ ସେଥିରେ ଧାରୁଆ ଖଣ୍ଡାକୁ ଝୁଲାଇ ରଖିଥିବାର ଜଣାପଡିଥିଲା। ଅପରାଧିମାନେ ସିରିଜ ଅପରାଧିକ କାଣ୍ଡ ଭିଆଇବା ପରେ ବିଳମ୍ବିତ ରାତ୍ରିରେ ଶାନ୍ତି ନଗର ସ୍ଥିତ ସମାଜସେବୀ ଅବିନାଶ ତିଆଡିଙ୍କ ଘରକୁ ଯାଇ ପାଣି ମାଗିଥିଲେ। ତେବେ ଉପର ମହଲାରେ ରହିଥିବା ସମାଜସେବୀ ତିଆଡି ଅଚାନକ ଅଭିଯୁକ୍ତ ତାଙ୍କର ପ୍ୟାଣ୍ଟରେ ଲାଗିଥିବା ହଳଦିଆ ରଙ୍ଗର ଜରି ରଶିରେ ଖଣ୍ଡା ଓ ପ୍ୟାଣ୍ଟକୁ ବାନ୍ଧି ରଖିଥିବାର ଦେଖିଥିଲେ ଏବଂ ସର୍ତକ ହୋଇଯାଇ ପୁଲିସକୁ ଖବର ଦେଇ ଅଳ୍ପକେ ବର୍ତ୍ତି ଯାଇଥିଲେ। ଅଭିଯୁକ୍ତକୁ ଯେତେବେଳେ ପୁଲିସ ଧରିଥିଲା ଲୁଟ ହୋଇଥିବା ହଳିଦିଆ ରଙ୍ଗର ଜରି ଥଳିରେ ଭର୍ତ୍ତି କଏନ ମୁଦ୍ରା ଓ ଜରି ରଶି ତା ନିକଟରୁ ଜବତ କରିଥିଲେ। ଏହା ପରେ ପିଡିତମାନଙ୍କର ବୟାନ ଓ ସିସିଟିଭିର ଫୁଟେଜ ଆଧାରରେ ଜେରା କରିବାରୁ ଅଭିଯୁକ୍ତ ଅପରାଧ ସ୍ୱୀକାର କରିବାର ଜଣାପଡିଛି।

ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଅଭିଯାନ
ଗତ ୨୧ ତାରିଖ ରାତ୍ରିରେ ସମ୍ବଲପୁର ସହରରେ ବିଭିନ୍ନ ଥାନାଞ୍ଚଳରେ ହୋଇଥିବା ସିରିଜ ଲୁଟ ଓ ମରଣାନ୍ତକ ଆକ୍ରମଣ ଘଟଣାର ଫେରାର ଥିବା ଅନ୍ୟତମ ପ୍ରମୁଖ ଅଭିଯୁକ୍ତକୁ ପୁଲିସ ଏ ପର୍ଯ୍ୟନ୍ତ ଧରି ପାରି ନାହିଁ। ଏଣୁ ଅଭିଯୁକ୍ତକୁ ଧରିବା ନିମନ୍ତେ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇ ଅଭିଯାନ ଜାରି ରହିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories