www.samajalive.in
Sunday, December 14, 2025
14.1 C
Bhubaneswar

କୁନି ପ୍ରତିଭା ସୁଲିନ ଜିଲା ପାଇଁ ଆଣିଲେ ଗୌରବ

ସମ୍ବଲପୁର: ସାରା ଦେଶରେ ସମ୍ବଲପୁର ଜିଲା ପାଇଁ ମାତ୍ର ସାଢ଼େ ୩ ବର୍ଷର କୁନି ପୁଅ ସୁଲିନ ସଂକଳ୍ପ ଦାସ ଗୌରବ ଆଣି ଦେଇଛନ୍ତି। ସେ ନିଜର ବିଚକ୍ଷଣ ପ୍ରତିଭା ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି। ସମ୍ବଲପୁର ସହରର ଭତରା ଲକ୍ଷ୍ମୀ ବିହାର ନିବାସୀ କୁନି ବଙ୍କଳ ସୁଲିନ ତାଙ୍କର ଅସାଧାରଣ ପ୍ରତିଭା ବଳରେ ଇଣ୍ଡିଆ ବୁକ ଅଫ ରେକର୍ଡର ପରିଚୟ ପତ୍ର ସମେତ ପ୍ରଶଂସା ପତ୍ର ଓ ମ୍ୟାଡେଲ ପାଇଛନ୍ତି। ସେ ପିଲା ଦିନରୁ ତାଙ୍କର ସ୍ମରଣଶକ୍ତି ବେଶ ଶକ୍ତିଶାଳୀ ହୋଇଥିବା ବେଳେ ସେ ଏବେ ପର୍ଯ୍ୟନ୍ତ ବିଦ୍ୟାଳୟକୁ ଯାଇ ନାହାନ୍ତି। କିନ୍ତୁ ତାଙ୍କର ପାଠ ପ ଢ଼ିବା ପାଇଁ ପ୍ରବଳ ଆଗ୍ରହ ରହିଥିବାରୁ ସେ ଲ୍ୟାପଟପରେ ସବୁ ଜୀବଜନ୍ତୁ ସହ ପଶୁପକ୍ଷୀଙ୍କ ଫଟୋ ଦେଖି ସେମାନଙ୍କ ନାମ ଇଂରାଜୀରେ ସ୍ପଷ୍ଟ ଭାବରେ କହିପାରୁଥିବା ସହ ଦେଶର ସବୁ ରାଜ୍ୟ ଗୁଡିକର ନାମ ମଧ୍ୟ କହିପାରୁଛନ୍ତି। ତାଙ୍କର ଏଭଳି ପ୍ରତିଭାକୁ ଦେଖି ତାର ଭିଡିଓ ଉତ୍ତୋଳନ କରି ପିତା ସତ୍ୟଜିତ ଦାଶ ଓ ସଶ୍ମିତା ମହାଣା ଇଣ୍ଡିଆ ବୁକ ଅଫ ରେକର୍ଡକୁ ପଠାଇଥିଲେ। ସମସ୍ତ ବର୍ଗରେ ସଫଳତାର ସହିତ ସୁଲିନ ଉତ୍ତିର୍ଣ୍ଣ ହେବା ପରେ ତାଙ୍କୁ ମାନ୍ୟତା ସ୍ୱରୂପ ପ୍ରମାଣପତ୍ର, ମେଡଲ ଆଦି ପ୍ରଦାନ କରାଯାଇଛି। କୁନି ପ୍ରତିଭା ସୁଲିନ ଙ୍କ ଏହି କୃତୀତ୍ୱ ପାଇଁ ସବୁ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories