www.samajalive.in
Saturday, December 13, 2025
26.1 C
Bhubaneswar

ମହାକାଶରେ ସର୍ବବୃହତ୍‌ ଟେଲିସ୍କୋପ୍‌ ‘ଜେମ୍ସ ୱେବ୍‌’

ଫ୍ରେଞ୍ଚଗୁଏନା,: ଅମେରିକୀୟ ଅନ୍ତରୀକ୍ଷ ସଂସ୍ଥାନ ‘ନାସା’ ମହାକାଶ ଗବେଷଣା କ୍ଷେତ୍ରରେ ଶନିବାର ନୂଆ କିର୍ତ୍ତିମାନ ସ୍ଥାପନ କରିଛନ୍ତି। ନାସା ପକ୍ଷରୁ ସର୍ବବୃହତ୍‌ ଦୂରବିକ୍ଷଣ ଯନ୍ତ୍ର (ଟେଲିସ୍କୋପ) ‘ଜେମସ୍‌ ୱେବ୍‌’କୁ ଶନିବାର ମହାକାଶକୁ ସଫଳତାର ସହ ପ୍ରେରଣ କରାଯାଇଛି। ଫ୍ରେଞ୍ଚ ଗୁଏନାସ୍ଥିତ କୋରଉ ଲଞ୍ଚ ଷ୍ଟେସନରୁ ଏରିୟନ-୫ ଇସିଏ ରକେଟ ମାଧ୍ୟମରେ ଏହାର ଉତ୍‌କ୍ଷେପଣ ହୋଇଛି।
ୟୁରୋପୀୟ ମହାକାଶ ସଂସ୍ଥା ‘ଇସା’ ସହଯୋଗରେ ଏହାକୁ ମହାକାଶରେ ସ୍ଥାପନ କରାଯାଇଛି। ଏହି ଟେଲି‌େ‌ସ୍କାପ୍‌ ପୂର୍ବରୁ ମହାକାଶରେ କାର୍ଯ୍ୟ କରୁଥିବା ‘ହବଲ’ଠାରୁ ଅନେକ ପରିମାଣରେ ବଡ଼ ଓ ଅଧିକ ଦକ୍ଷ ବୋଲି ନାସା ପକ୍ଷରୁ କୁହାଯାଇଛି। ଏହା ହବଲ୍‌ର ସ୍ଥାନ ନେବ। ଅନ୍ତରୀକ୍ଷରେ ମୁତୟନ ଏହି ନୂଆ ଆଖି ବିଶ୍ୱବାସୀଙ୍କୁ ବ୍ରହ୍ମାଣ୍ଡର ଅନୁସନ୍ଧାନ କରିବ। ଏହା ସୂର୍ଯ୍ୟଠାରୁ ଦୂରରେ ଓ ପୃଥିବୀର ଅନ୍ଧକାର ଦିଗରେ ଅବସ୍‌ଥାନ କରିବା ସହ ବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଠାବ କରିବ। ଅନ୍ତରୀକ୍ଷରେ ଅନ୍ଧକାରର ଶେଷ ସୀମା ପର୍ଯ୍ୟନ୍ତ ଏହା ଅନୁସନ୍ଧାନ କରିବାରେ ସକ୍ଷମ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଜେମସ୍ ୱେବ ସ୍ପେସ୍ ଟେଲିସ୍କୋପ ମୋଟ ୧୪ଟି ରାଷ୍ଟ୍ରର ୧୦ ହଜାରରୁ ଅଧିକ ବୈଜ୍ଞାନିକଙ୍କ ଦ୍ବାରା ନିର୍ମିତ।

 

- Advertisement -

ଏହାକୁ ମଣିଷ ଦ୍ବାରା ନିର୍ମିତ ସର୍ବୋତ୍କୃଷ୍ଟ ବୈଜ୍ଞାନିକ ଆଖି ଏବଂ ଏହାର ନିର୍ମାଣ ଦ୍ବାରା ୨୫ବର୍ଷର ସ୍ବପ୍ନ ପୂରଣ ହୋଇଛି ବୋଲି ବୈଜ୍ଞାନିକମାନେ କହିଛନ୍ତି। ଏହି ଟେଲିସ୍କୋପ୍‌ରେ ଖଞ୍ଜାଯାଇଥିବା ଲେନ୍ସର ଆକାର ପ୍ରାୟ ୨୧.୩୨ ଫୁଟ। ରିଫ୍ଲେକ୍ଟର ବା ପ୍ରତିଫଳନକାରୀ ଭାବେ ଏହା ୧୮ଟି ଷଡ଼କୋଣକୁ ଏକତ୍ର କରି ନିର୍ମିତ। ପ୍ରତ୍ୟେକ ଷଡ଼କୋଣରେ ୪୮.୨ ଗ୍ରାମର ସୁନା ଚାଦର ଲଗାଯାଇଛି। ଏହା ପୃଥିବୀପୃଷ୍ଠରୁ ଅନୂନ୍ୟ ୧୫ଲକ୍ଷ କିଲୋମିଟର ଦୂର କକ୍ଷପଥରେ ସ୍ଥାପିତ ହେବ। ଏହି ସ୍ଥାନରେ ପହଞ୍ଚିବା ପାଇଁ ଅନ୍ୟୂନ ଗୋଟିଏ ମାସ ଲାଗିବ। ସେଠାରେ ଏହା ବିଯୁକ୍ତ ୨୨୮ ଡିଗ୍ରୀ ତାପମାତ୍ରାରେ କାର୍ଯ୍ୟ କରିବ। ଏହା ପ୍ରାୟ ୧୫ ବର୍ଷ କାର୍ଯ୍ୟକ୍ଷମ ରହିବ। ଏହି ଟେଲିସ୍କୋପ୍‌ ପଂାଇବା ପାଇଁ ପ୍ରାୟ ୬ମାସ ହେଲା ଉଦ୍ୟମ ଜାରି ରହିଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories