ମାଲକାନଗିରି:-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଜଡ଼ାମ୍ବ ଥାନା ଅଞ୍ଚଳରେ ମାଓବାଦୀ ରଖିଥିବା ସାମଗ୍ରୀ ଜବତ ହୋଇଛି।
ଏ ସମ୍ବନ୍ଧରେ ମାଲକାନଗିରି ଉପଖଣ୍ଡ ଆରକ୍ଷୀ ଅଧିକାରୀ ଅଭିଳାଷ ଜି ଦେଇଥିବା ସୂଚନା ଅନୁଯାୟୀ, ବିଶେଷ ସୂତ୍ରରୁ ଖବର ପାଇ ଶୁକ୍ରବାର ରାତିରେ ଜଡ଼ାମ୍ବ ଥାନା ପୁଲିସ ଓ ବି.ଏସ୍.ଏଫ.ଯବାନ ମରିବାଡା ଗ୍ରାମ ନିକଟ ଜଙ୍ଗଲରେ ତଲାସି ଅଭିଯାନ ଚଳାଇଥିଲେ। ତେବେ ତଲାସି ଅଭିଯାନ କରୁଥିବା ସମୟରେ ମାଓବାଦୀ ରଖିଥିବା ଏହି ସାମଗ୍ରୀ ଗୁଡ଼ିକୁ ଜବତ କରିଥିଲେ।
ଏ ସାମଗ୍ରୀ ଗୁଡିକ ମଧ୍ୟରୁ ଗୋଟିଏ ଜେନରେଟର୍, ଛଅଟି ଡିଟୋନେଟର୍, ଗୋଟିଏ ଗ୍ରାନେଡ୍, ଛଅ ମିଟର କୋଡେକ୍ସ ତାର, ଛଅଟି ବାକ୍ସ, ୬୫ଟି ଚାର୍ଜିଙ୍ଗ କ୍ଲିପ୍, ପାଣି ଜାର୍କିନ୍, ପଲିଥିନ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଏହି ସାମଗ୍ରୀ ଗୁଡିକୁ ସାଧାରଣ ଜନତା ଓ ପୁଲିସଙ୍କ ଉପରେ ଆକ୍ରମଣ କରିବା ପାଇଁ ଆନ୍ଧ୍ର ଓଡିଶା ସ୍ବତନ୍ତ୍ର ଆଞ୍ଚଳିକ କମିଟି ରଖିଥିବା ଶ୍ରୀ ଅଭିଳାସ ସୂଚନା ଦେଇଛନ୍ତି।



