www.samajalive.in
Sunday, December 14, 2025
26.1 C
Bhubaneswar

ଆପଣଙ୍କ ଫୋନ୍‌ର କଲ୍‌ ଡାଟା ଏବଂ ଇଣ୍ଟରନେଟ୍‌ ହିଷ୍ଟ୍ରିକୁ ୨ ବର୍ଷ ପର୍ଯ୍ୟନ୍ତ ସାଇତି ରଖିବେ ଟେଲିକମ୍‌ କମ୍ପାନୀ – ଜାଣନ୍ତୁ କାହିଁକି

 

ନୂଆଦିଲ୍ଲୀ – ଟେଲିକମ୍‌ କମ୍ପାନୀମାନେ ଏବେ ଦୁଇ ବର୍ଷ ପରଯ୍ୟନ୍ତ ଆପଣଙ୍କ କଲ୍‌ ଡାଟା ସୁରକ୍ଷିତ ରଖିବେ । କଲ୍‌ ଡାଟା ସହ କଲ୍‌ ହିଷ୍ଟ୍ରି ଦୁଇ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରଖିବା ପାଇଁ ଦୂର ସଂଚାର ବିଭାଗ ଟେଲିକମ୍‌ କମ୍ପାନୀମାନଙ୍କୁ ନିର୍ଦେଶ ଦେଇଛନ୍ତି । ସୁରକ୍ଷା କାରଣରୁ ଗ୍ରାହକମାନଙ୍କର କଲ୍‌ ଡାଟା ଏବଂ ଇଣ୍ଟରନେଟ୍‌ ତଥ୍ୟ ସାଇତି ରଖିବା ପାଇଁ ନିର୍ଦେଶ ଦିଆଯାଇଛି । ଏଥିପାଇଁ ୨୧ ଡିସେମ୍ବରରେ ସୂଚନା ଜାରି କରାଯାଇଥିଲା । ୨୨ ଡିସେମ୍ବରରୁ କଲ୍‌ ଡାଟା ଏକ ବର୍ଷରୁ ବୃଦ୍ଧି କରି ଦୁଇ ବର୍ଷ କରାଯାଇଛି ।

- Advertisement -

ଦୂର ସଂଚାର ବିଭାଗର ସର୍କୁଲାର ଅନୁସାରେ ଲାଇସେନ୍ସ ଧାରକ, ସମସ୍ତ ବ୍ୟବସାୟିକ ରେକର୍ଡ ଏବଂ କଲ୍‌ ରେକର୍ଡ ଡ,ଏକ୍ସଚେଂଜ ରେକର୍ଡ ଆଇପି ଡିଟେଲ୍‌କୁ ୨ ବର୍ଷ ପର୍ଯ୍ୟନ୍ତ ସାଇତି ରଖିବା ପାଇଁ କୁହାଯାଇଛି ।

ଏହା ସହ ଇଣ୍ଟରନେଟ୍‌ ଡାଟା ରେକର୍ଡକୁ ଦୁଇ ବର୍ଷ ପର୍ଯ୍ୟନ୍ତ ସାଇତି ରଖିବା ପାଇଁ କୁହାଯାଇଛି । ଏଥିରେ ଓ୍ୱାଇଫାଇ କଲିଂ , ଲଗ୍‌ଇନ୍‌ ଲଗ୍‌ ଆଉଟ୍‌ ସହ ସମସ୍ତ ତଥ୍ୟ ସୁରକ୍ଷିତତ ରହିବ । ପୂର୍ବରୁ ଏହା ଏକ ବର୍ଷ ପର୍ଯ୍ୟନ୍ତ ସାଇତି ରଖିବା ପାଇଁ ନିୟମ ଥିଲା ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories