www.samajalive.in
Saturday, December 13, 2025
14.1 C
Bhubaneswar

ସଚେତନ ହେଲେ ଶୋଷଣମୁକ୍ତ ହେବେ ଖାଉଟି

ଆଠଗଡରେ ଜାତୀୟ ଖାଉଟି ଦିବସ

ଆଠଗଡ: ଆଠଗଡ ଉପଖଣ୍ଡ ଯୋଗାଣ ବିଭାଗ ଓ ଖାଉଟି କଲ୍ୟାଣ ସଂଘର ମିଳିତ ସହଯୋଗରେ ଆଠଗଡରେ ଜାତୀୟ ଖାଉଟି ଦିବସ ପାଳିତ ହୋଇଯାଇଛି। ବିଶ୍ୱନାଥ ବିଦ୍ୟାପୀଠ ପରିସରରେ ଏହି ଅବସରରେ ଆୟୋଜିତ ଏକ ସଚେତନତା ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଖାଉଟି ବା ଉପଭୋକ୍ତା ସଚେତନ ହେଲେ ଠକାମି ଏବଂ ଶୋଷଣରୁ ରକ୍ଷା ପାଇପାରିବେ ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ଯୋଗଦେଇଥିବା ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏହି ଖାଉଟି ସୁରକ୍ଷା ଆଇନ ସଂପର୍କରେ ନିଜେ ଅବଗତ ହେବା ସହ ଅନ୍ୟମାନଙ୍କୁ ଏ ଦିଗରେ ସଚେତନ କରିବା ଲାଗି ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ। ଖାଉଟି କଲ୍ୟାଣ ସଂଘର ସଭାପତି ଆଇନଜୀବୀ ପ୍ରାଣକୃଷ୍ଣ ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଅଲେଖ ଚନ୍ଦ୍ର ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ ନୂତନ ଖାଉଟି ସୁରକ୍ଷା ଆଇନ ସଂପର୍କରେ ବ୍ୟାପକ ସଚେତନତା ଆବଶ୍ୟକ ବୋଲି ମତବ୍ୟକ୍ତ କରିବା ସହ ଏହି ନୂତନ ଆଇନ ଅସାଧୁ ବ୍ୟବସାୟୀ ଓ କଳାବଜାରିଙ୍କ ମଧ୍ୟରେ ଭୟ ସଂଚାର କରିବ ବୋଲି କହିଥିଲେ।

- Advertisement -

ସହକାରୀ ଯୋଗାଣ ଅଧିକାରୀ ପ୍ରତିସ୍ୱୀନି ସଡଙ୍ଗୀ ଏହି ଦିବସ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ। ବିଶ୍ୱନାଥ ବିଦ୍ୟାପୀଠର ବରିଷ୍ଠ ଶିକ୍ଷୟିତ୍ରୀ ଉଷାରାଣୀ ପତି ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ସଂଘର ସଂପାଦକ ଆଇନଜୀବୀ ଅଶୋକ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହିତ ସଂଘର ବିଗତ ବର୍ଷଗୁଡିକର କାର୍ଯ୍ୟକ୍ରମ ବିବରଣୀ ଉପସ୍ଥାପନ କରିଥିଲେ। ପ୍ରାରମ୍ଭରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ଏକ ସଚେତନତା ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ଏହି ଅବସରରେ ଆୟୋଜିତ ବକ୍ତୃତା ପ୍ରତିଯୋଗିତାରେ ସର୍ବକନିଷ୍ଠ ବିଭାଗରେ ସ୍ୱୟଂସ୍ମିତା ବରାଳ ପ୍ରଥମ ଓ ଶ୍ରଦ୍ଧାସୁମନ ଜେନା ଦ୍ୱିତୀୟ, କନିଷ୍ଠ ବିଭାଗରେ କାଜଲ ପ୍ରିୟଦର୍ଶିନୀ ଜେନା ପ୍ରଥମ ଓ ଉମାଶଙ୍କର ଶତପଥୀ ଦ୍ୱିତୀୟ, ବରିଷ୍ଠ ବର୍ଗରେ ସ୍ମୃତି ସ୍ୱାଗତିକା ତ୍ରିପାଠୀ ପ୍ରଥମ ଓ ଜୀବନଜ୍ୟୋତି ସାହୁ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ଜଣାଅଜଣା ପ୍ରତିଯୋଗିତାରେ ରୁଦ୍ରଅନୁଦୀପ ଜେନା, ଇତିଶ୍ରୀ ବେହେରା, ଓମ ପ୍ରକାଶ ନାୟକ, ଶୁଭଶ୍ରୀ ନାୟକ, ଦେବାଶିଷ ସାହୁ, ପ୍ରସନ୍ୱିତା ତ୍ରିପାଠୀ, ଶୁଭଶ୍ରୀ ଶ୍ୱେତପଦ୍ମା ମହାନ୍ତି, ସ୍ୱୟଂସ୍ମିତା ବରାଳ, ଚିନ୍ମୟ କୁମାର ସାହୁ, ନିଳକଣ୍ଠ ଦାସ ଓ ଶୁଭଲକ୍ଷୀ୍ମ ପଣ୍ଡା ପ୍ରମୁଖ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସଂଘର ସଂଗଠନ ସଂପାଦକ ଆଇନଜୀବୀ ମନୋଜ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories