www.samajalive.in
Saturday, December 13, 2025
26.1 C
Bhubaneswar

ମହାରାଷ୍ଟ୍ରରେ ନୂତନ ବର୍ଷ ଏବଂ ଖ୍ରୀଷ୍ଟମାସ ଉତ୍ସବ ପାଇଁ ଲାଗିପାରେ କଟକଣା

ନୂଆଦିଲ୍ଲୀ : ଦେଶରେ ବୃଦ୍ଧି ପାଉଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା। ଏଥିରେ ଅଧିକ ପ୍ରଭାବିତ ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସୁବଠାରୁ ଅଧିକ। ଓମିକ୍ରନ୍ ବୃଦ୍ଧି କାରଣରୁ ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ନୂତନ ବର୍ଷ ଏବଂ ଖ୍ରୀଷ୍ଟମାସ ଉତ୍ସବ ଫିକା ପଡିପାରେ । ସଂକ୍ରମଣ ବୃଦ୍ଧି ରାଜ୍ୟ ପରିସ୍ଥିତିକୁ ଚିନ୍ତାରେ ପକାଇଛି। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଆଜି ନୂଆ ନିର୍ଦ୍ଦେଶନାମା ଜାରି କରିବେ। ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷ ପାଳନ ଉପରେ କଟକଣା ସହିତ ଲୋକଙ୍କୁ ପୁଣିଥରେ ଅନେକ ପ୍ରତିବନ୍ଧକ ସାମ୍ନା କରିବାକୁ ପଡିବ । ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି।
ଆନ୍ଧ୍ରପ୍ରଦେଶରେ ମଧ୍ୟ ଓମିକ୍ରନ୍ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ଏଠାରେ ଦୁଇଟି ନୂତନ ମାମଲା ନିଶ୍ଚିତ ହୋଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ରାଜ୍ୟରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ଚାରିକୁ ବୃଦ୍ଧି ପାଇଛି। ଏହାସହ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୬୦ରେ ପହଞ୍ଚିଛି।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories