www.samajalive.in
Saturday, December 6, 2025
26.1 C
Bhubaneswar

ଅଜଣା ଟ୍ରକ୍ ଧକ୍କାରେ ବୁଲା ଗାଈ ମୃତ

ରେଙ୍ଗାଲିକେମ୍ପ  :  ଗୁହାଳରେ ପୁଜାପାଉଥିବା ଗୋଧନ ଏବେ ଅଲୋଡା ହୋଇ ରାଜରାସ୍ତାରେ ବୁଲୁଛନ୍ତି। ଯାହା ଫଳରେ ଯାନବାହାନ ସହିତ ଧକ୍କା ହୋଇ ଅକାଳରେ ମୃତ୍ୟୁବରଣ କରୁଛନ୍ତି।  ଏମିତି ଏକ ବୁଲା ଗାଈ ଅଜଣା ଟ୍ରକ୍ ଧକ୍କାରେ ଛଟପଟ ହୋଇ ପ୍ରାଣ ହରାଇଛି। ଅତାବିରା ୫୩ ନଂ ଜାତୀୟ ରାଜପଥ ଉପରେ ପଶୁ ଚିକିତ୍ସାଳୟ ସମ୍ମୁଖରେ ବୁଲୁଥିବା ଏକ ଗାଈ କୁ ଗୋଟେ ଅଜଣା ଟ୍ରକ୍ ଧକ୍କା ଦେବା ଫଳରେ ଗୋଡ଼ ଭାଙ୍ଗିଯାଇ ରକ୍ତାକ୍ତ ଅବସ୍ଥାରେ ପଡ଼ି ଛଟପଟ ହେଉଥିଲା। ଏହା ଦେଖି ପଶୁ ଚିକିତ୍ସାଳୟର ଡାକ୍ତର ଓ କର୍ମଚାରୀ ପହଞ୍ଚି ଗାଈଟିର ଚିକିତ୍ସା କରିଥିଲେ। ହେଲେ ଗାଈଟିର ମୃତ୍ୟୁ ହୋଇଯାଇଥିଲା। ଏ ନେଇ ଦ୍ରୁତ ଗତିରେ ଯାଉଥିବା ଯାନ ବାହନ ଗୁଡ଼ିକର ଗତି କୁ ନିୟନ୍ତ୍ରଣ କରିବାରେ ବିହିତ ପଦକ୍ଷେପ ନେବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସାଧାରଣରେ ଦାବି ଜଣାଇଛନ୍ତି ।

 

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories