www.samajalive.in
Sunday, December 14, 2025
26.1 C
Bhubaneswar

ରିଲାଏନ୍ସ ଫାଉଣ୍ଡେସନ ବୃତ୍ତି ପାଇଁ ଆବେଦନ ପତ୍ର ଆହ୍ୱାନ

ମୁମ୍ବଇ: ଭାରତର ଭବିଷ୍ୟତର ପ୍ରଯୁକ୍ତି ନେତୃତ୍ୱ ସମ୍ଭାବନା ଥିବା ଛାତ୍ରଛାତ୍ରୀଙ୍କୁ ପରିପୋଷଣ କରିବା ନିମନ୍ତେ ଏକ ଅଗ୍ରଣୀ ପ୍ରୟାସ ରିଲାଏନ୍ସ ଫାଉଣ୍ଡେସନ ବୃତ୍ତି ସଂପ୍ରତି ଆବେଦନପତ୍ର ଆହ୍ୱାନ କରୁଛି । ରିଲାଏନ୍ସ ଫାଉଣ୍ଡେସନ ଏଥିରେ ୧୦୦ ଜଣ ସବୁଠାରୁ ମେଧାବୀ ଅନୁସ୍ନାତକ ଏବଂ ସ୍ନାତକୋତର ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ଉଦାର ଆର୍ଥିକ ଅନୁଦାନ ଏବଂ ମଜଭୁତ ବିକାଶମୂଳକ କାର୍ଯ୍ୟକ୍ରମ ଜରିଆରେ ସହାୟତା ଯୋଗାଇଦେବ, ଯାହା ସେମାନଙ୍କୁ ସାମାଜିକ କଲ୍ୟାଣ ନିମନ୍ତେ ସେମାନଙ୍କର କୁଶଳତାରେ ଅଭିବୃଦ୍ଧି ଘଟାଇବାରେ ସହାୟକ ହେବ । ଭାରତର ବୈଷୟିକ ବିକାଶରେ ରିଲାଏନ୍ସ ଫାଉଣ୍ଡେସନ୍ ବୃତିଧାରକମାନେ ଆଗରେ ରହିବା ଏବଂ ନେତୃତ୍ୱ ନେବାର ସୁଯୋଗ ନେଇପାରିବେ । ଆର୍ଟିଫିସିଆଲ ଇଂଟେଲିଜେନ୍ସ, କଂପ୍ୟୁଟର ବିଜ୍ଞାନ, ଗଣିତ ଓ କଂପ୍ୟୁଟିଂ, ଇଲେକ୍ଟ୍ରିକାଲ ବା ଇଲେକଟ୍ରୋନିକ୍ସି ଇଞ୍ଜିନିୟରିଂରେ ପାଂଚ ବର୍ଷୀୟ ଡିଗ୍ରୀ ପାଠ୍ୟକ୍ରମରେ ଅଧ୍ୟୟନ କରୁଥିବା ଅନୁସ୍ନାତକ (ଅଣ୍ଡର ଗ୍ରାଜୁଏଟ୍‌) ଏବଂ ସ୍ନାତକୋତରରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ । ଏହି କାର୍ଯ୍ୟକ୍ରମରେ ୬୦ ଜଣ ପର୍ଯ୍ୟନ୍ତ ଅନୁସ୍ନାତକ ଛାତ୍ରଛାତ୍ରୀଙ୍କୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପ୍ରଦାନ କରାଯିବା ବ୍ୟବସ୍ଥା ରହିଥିବା ବେଳେ ୪୦ ଜଣ ପର୍ଯ୍ୟନ୍ତ ସ୍ନାତକୋତର ଛାତ୍ରଛାତ୍ରୀଙ୍କୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ସେମାନଙ୍କ ଅଧ୍ୟୟନ କାଳରେ ପ୍ରଦାନ କରାଯିବ । ରିଲାଏନ୍ସ ଫାଉଣ୍ଡେସନ ମଧ୍ୟ ବିଶାରଦମାନଙ୍କ ସହିତ ଭାବ ବିନିମୟ, ଶିଳ୍ପ ସହିତ ପରିଚିତି ଏବଂ ସ୍ୱେଚ୍ଛାକୃତ ପ୍ରୟାସ ସମେତ ଅନନ୍ୟ ସାମଗ୍ରିକ ବିକାଶମୂଳକ କାର୍ଯ୍ୟକ୍ରମ ଜରିଆରେ ଏହି ଉଜ୍ଜ୍ୱଳ ମେଧାବୀମାନଙ୍କର ପରିପୋଷଣ ଏବଂ ସମର୍ଥନ କରିବ । ଏହାଦ୍ୱାରା ପ୍ରତିବର୍ଷ ଅନନ୍ୟ ଉତ୍କର୍ଷର ଏକ ବର୍ଗ ସୃଷ୍ଟିର ସୁଯୋଗ ଯୋଗାଇ ଦେବ । ଏହି ବୃତିି ପାଇଁ ଆବେଦନ କରିବାକୁ କୌଣସି ଦେୟ ରଖାଯାଇନାହିଁ । ସମାଜ କଲ୍ୟାଣ ଏବଂ ଛାତ୍ରଛାତ୍ରୀଙ୍କୁ ସହାୟତା କରିବା କ୍ଷେତ୍ରରେ ଏକ କର୍ପୋରେଟ ଦ୍ୱାରା ମୂଲ୍ୟଗତ ଦୃଷ୍ଟିରୁ ଏହା ଅନ୍ୟତମ ସର୍ବବୃହତ ବୃତ୍ତି କାର୍ଯ୍ୟକ୍ରମ ହୋଇଛି ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories