www.samajalive.in
Sunday, December 14, 2025
26.1 C
Bhubaneswar

ନୂଆବନ୍ଧ ସ୍କୁଲ ଛାତ୍ରୀଙ୍କୁ ପଠାଣୀ ସାମନ୍ତ ମେଧାବୃତ୍ତି

ଆଠଗଡ; ଆଠଗଡ ବ୍ଲକ ଅନ୍ତର୍ଗତ ଖୁଣ୍ଟୁକଟା ପଞ୍ଚାୟତ ଅଧିନ ନୂଆବନ୍ଧର ବିଜୟ ନୋଡାଲ ଉପ୍ରା ବିଦ୍ୟାଳୟର ଛାତ୍ରୀ ଆୟୁସ୍ମିତା ଜେନା ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ପଠାଣୀ ସାମନ୍ତ ମେଧାବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ନୂଆବନ୍ଧ ଗ୍ରାମର ନିର୍ମଳ ଚନ୍ଦ୍ର ଜେନା ଓ ମିନାକ୍ଷୀ ଜେନାଙ୍କ କନ୍ୟା ଆୟୁସ୍ମିତା ୫ମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ମଧ୍ୟ କୃତିତ୍ୱ ଅର୍ଜନ କରିଥିଲେ। ସଂପୃକ୍ତ ଛାତ୍ରୀ ପଠାଣୀ ସାମନ୍ତ ମେଧାବୃତ୍ତି ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ଜାଣିବା ପରେ ବିଦ୍ୟାଳୟରେ ଆନନ୍ଦ ପ୍ରକାଶ ପାଇଥିଲା। ବୁଧବାର ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ହିରନ୍‍ମୟୀ ମିଶ୍ର ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଆୟୁସ୍ମିତାଙ୍କୁ ଏହି ସଫଳତା ପାଇଁ ପୁରସ୍କୃତ କରିବା ସହ ଏକ ଉଜ୍ଜଳ ଭବିଷ୍ୟତ ପାଇଁ ଉତ୍ସାହିତ କରିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories