www.samajalive.in
Monday, December 8, 2025
24.1 C
Bhubaneswar

ଶୁକ୍ରବାର ରାଶିଫଳ

ମେଷ: ବାରମ୍ବାର ଚେଷ୍ଟା କଲେ ସଫଳତା ମିଳିବ। ଅପାର ଗୁଣର ଅଧିକାରୀ ହେବେ। ନିର୍ଭୟରେ କାର୍ଯ୍ୟ ସମ୍ପାଦନ କରିବେ। କୀର୍ତ୍ତିମାନ ହେବେ। ନିଜ ସ୍ୱାଭାବିକ ଧର୍ମରୁ ବିଚ୍ୟୁତ ହେବେ ନାହିଁ। ପତ୍ନୀଙ୍କ ପରାମର୍ଶରେ ଚଳିବେ।

ବୃଷ: ବହୁ ଶୁଭଫଳ ପ୍ରାପ୍ତିର ସୂଚନା ମିଳୁଛି। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଭାଇମାନଙ୍କ ପ୍ରତି ସ୍ନେହ, ମମତା ଭାବ ରହିବ। ସୁସ୍ଥ ରହିବେ। ଶତ୍ରୁହନ୍ତା ହୋଇପାରନ୍ତି। ବନ୍ଧୁ ଦ୍ୱେଷୀ ହେବା ଆଶା କରାଯାଏ।

- Advertisement -

ମିଥୁନ: ବନ୍ଧୁଙ୍କ ଉପରେ ସନ୍ଦେହଜାତ ହୋଇପାରେ। ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମୀୟ କାର୍ଯ୍ୟରେ ଲିପ୍ତ ରହିବେ। ପ୍ରିୟଜନଙ୍କ ସାନ୍ନିଧ୍ୟ ମିଳିବ। ବିଭିନ୍ନ ଦିଗରୁ ଧନଲାଭ ହେବ। ପୁତ୍ର ସୁଖ ମିଳିପାରେ।

କର୍କଟ: ପରିଶ୍ରମର ମୂଲ୍ୟ ମିଳିବ। ମିତ୍ର ଆତ୍ମଜଙ୍କ ସହିତ ମିଳି ମହାସୁଖ ଅନୁଭବ କରିବେ। ଶ୍ରେଷ୍ଠ ପଦ-ପଦବୀ ମିଳିପାରେ। ପ୍ରବକ୍ତା ହୋଇପାରନ୍ତି। କୁଳପ୍ରଧାନ ହେବେ। ବିନୀତ ସ୍ୱଭାବର ହେବେ। ଦେବ, ଗୁରୁଭକ୍ତି ରହିବ।

ସିଂହ: ପରିସ୍ଥିତିକୁ ଅନୁଧ୍ୟାନ କରି ସଜାଗ ରହିପାରନ୍ତି। ବିଳାସ-ବ୍ୟସନରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କ ଠାରୁ ଆଦର ସମ୍ମାନ ମିଳିପାରେ। ମଧୁର ଭାଷୀ ହେବେ। ବନ୍ଧୁପ୍ରେମୀ ଓ ବିଦ୍ୱାନ ହେବେ।

କନ୍ୟା: ବିଭିନ୍ନ ଦିଗରୁ ଧନପ୍ରାପ୍ତିର ସୁଯୋଗ ଅଛି। ଘଟଣା ଚକ୍ରରେ ଭାଗ ନ ନେଇ ନିରବ ଭାବ ପ୍ରଦର୍ଶନ କରିପାରନ୍ତି। ଯଶସ୍ୱୀ ହେବେ। ଶ୍ରେଷ୍ଠ ବ୍ୟକ୍ତି ବିଶେଷଭାବେ ପରିଚୟ ସୃଷ୍ଟି କରିବେ। ଜ୍ଞାନ-ଗରିମାରେ ଅଧିକାରୀ ହେବେ।

ତୁଳା: ସୁଖ-ସମ୍ମାନ ଲାଭ କରିପାରନ୍ତି। କାହାରି ପରାମର୍ଶ ନ ନେଇ ସ୍ୱଇଚ୍ଛାରେ କାର୍ଯ୍ୟ କରିପାରନ୍ତି। ମନୋଜ୍ଞ ହୋଇପାରନ୍ତି। ବିବାଦ ଠାରୁ ନିଜକୁ ଦୂରେଇ ରଖିବେ। ଧର୍ମ-ଧାରଣାରେ ଲିପ୍ତ ରହିବେ। ଅର୍ଥ ମିଳିବ। ତୃପ୍ତିକର ଭୋଜନ ମିଳିବ।

ବିଛା: ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ବିଭିନ୍ନ ବ୍ୟକ୍ତିବିଶେଷଙ୍କଠାରୁ ଆଶ୍ୱାସନା ମିଳିବ। ଚଞ୍ଚଳ ସ୍ୱଭାବର ହୋଇପାରନ୍ତି। ମଧୁର ଭାଷୀ ହେବେ। କଥାଶୈଳୀରେ ପରକୁ ଆପଣାର କରିପାରନ୍ତି। ସମ୍ମାନ ପାଇଁ ଖର୍ଚ୍ଚାନ୍ତ ହେବେ।

ଧନୁ: ଆୟ ଯଥେଷ୍ଟ ପରିମାଣର ହେବ। ପ୍ରଥିତ ସ୍ୱଭାବର ହେବେ। ସୁ ସଂସ୍ତୁତ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଶୁଦ୍ଧ ସ୍ୱଭାବର ହେବେ। ପ୍ରବୀଣ କର୍ମକାରୀ ହେବେ। ସାଧୁଜନଙ୍କ ସେବାରେ ନିଜକୁ ନିୟୋଜିତ କରିବେ।

ମକର: ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ସୁଖ-ସମ୍ମାନ ଲାଭ କରିବେ। କରିତ୍‍କର୍ମା ହୋଇପାରନ୍ତି। ପୁତ୍ର ଓ ବନ୍ଧୁଙ୍କ ସହାୟତା ମିଳିବ। ବହୁ ପରିମାଣ ବିତ୍ତର ଅଧିକାରୀ ହେବେ। ଶକ୍ତିମାନ ହୋଇପାରନ୍ତି।

କୁମ୍ଭ: ଦିନସାରା କାର୍ଯ୍ୟବ୍ୟସ୍ତ ରହିପାରନ୍ତି। ବିଳାସ-ବ୍ୟସନଠାରୁ ଦୂରେଇ ରହିବେ। କର୍ମକୁ ଧର୍ମ ବୋଲି ବିବେଚନା କରିପାରନ୍ତି। ସର୍ବଦା ବିନୟୀ ଭାବ ପ୍ରଦର୍ଶନ କରିବେ। ପ୍ରସିଦ୍ଧ କର୍ମ କରି ସାମାଜିକ ଆଦର-ସମ୍ମାନ ଲାଭ କରିବେ।

ମୀନ: ଧୀରେ, ସୁସ୍ଥେ କାର୍ଯ୍ୟ ସମ୍ପାଦନ କରିବେ। ଧନକ୍ଷୟ ହେବାର ସୂଚନା ମିଳୁଛି। କିଛିଟା ସୁଖଭୋଗ କରିପାରନ୍ତି। ସୁଧାର ପ୍ରକୃତିର ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଉଚ୍ଚସମ୍ମାନ ଆରୋହଣ ଓ ଯାନ ଚାଳନାରେ ସତର୍କ ହେବେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories