www.samajalive.in
Saturday, December 13, 2025
26.1 C
Bhubaneswar

ବାଉଁଶପୁଟରେ ବିଜେଡିର ମିଶ୍ରଣ ପର୍ବ

ବାଙ୍କୀ: ବାଙ୍କୀ ବ୍ଲକ ଅଧିନ ବାଉଁଶପୁଟ ପଞ୍ଚାୟତରେ ବିଜେଡିର ମିଶ୍ରଣ ପର୍ବ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ବିରଞ୍ଚି ଦଳେଇଙ୍କ ନେତୃତ୍ୱରେ ଅନ୍ୟ ଦଳର ୬୦ରୁ ଅଧିକ କର୍ମୀ ବିଜେଡିରେ ଯୋଗଦେଇଥିବା ସମ୍ପର୍କରେ ସୂଚନା ମିଳିଛି। ବିଜେଡି ରାଜ୍ୟ କାର୍ଯ୍ୟକାରେଣୀ ସଦସ୍ୟ ସୁବାଷ ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଓ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ନୀତନ ଭାବରେ ଯୋଗଦେଇଥିବା କର୍ମୀ ମାନଙ୍କୁ ବିଜେଡିର ଦଳୀୟ ଉତ୍ତୋରୀୟ ଓ ଫୁଲତୋଡା ଦେଇ ସ୍ୱାଗତ ଜଣାଇଥିଲେ।

ଆଜି ମିଶ୍ରଣ ପର୍ବରେ ବାଉଁଶପୁଟ ପଞ୍ଚାୟତରେ ଆଗାମୀ ଦିନକୁ ବିଜେଡି ବଳିଷ୍ଠ ନେତୃତ୍ୱ ଦେବ ବୋଲି ସଭାରେ ବିଧାୟକ ବକ୍ତବ୍ୟ ରଖିଛନ୍ତି। ଦଳର ସଫଳତାରେ ଦଳୀୟ ସଂଗଠନ ମଜବୁତ୍‍ ଜରୁରୀ ବୋଲି ସମସ୍ତଙ୍କର ମିଳିତ ସହଯୋଗ କାମନା କରିଛନ୍ତି। କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ସନାତନ ବେହେରା, ଯୁବ ନେତା ସନ୍ତୋଷ ରଣା, ଜିଲ୍ଲାପରିଷଦ ସଦସ୍ୟ ମାନସ କୁମାର ମହାପାତ୍ର, ସମିତିସଭ୍ୟ ନୀଳମଣି ଜେନା, ସରଣ୍ଡାଗଡ ବିଜେଡି ନେତା ଗତିକୃଷ୍ଣ ସ୍ୱାଇଁ, ତରୁଣ କୁମାର ମହାପାତ୍ର, ଆର୍ତ୍ତବନ୍ଧୁ ବେହେରା, ଭରତ ବେହେରା, ବିଜୟ ରାଉତ, ପ୍ରଦୀପ ବେହେରା, ସମରେନ୍ଦ୍ର ସାମଲ, ପ୍ରମୋଦ ରଣା, ପୂର୍ଣ୍ଣଚନ୍ଦ୍ର ନାୟକ ପ୍ରମୁଖ ବହୁ ବିଜେଡି ନେତୃମଣ୍ଡଳୀ ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories