www.samajalive.in
Monday, December 8, 2025
24.1 C
Bhubaneswar

ବାରାଣସୀରେ ଜନ୍ମଦିନ ପାଳିବେ ପ୍ରଧାନମନ୍ତ୍ରୀ

ବାରାଣସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୬୮ତମ ଜନ୍ମଦିନ ନିଜ ନିର୍ବାଚନ ମଣ୍ଡଳୀ ବାରାଣସୀରେ ପାଳନ କରିବେ। ଏ ସମ୍ପର୍କରେ ସୂଚନା ଦେଇ ଜଣେ ଜିଲାସ୍ତରୀୟ ଅଧିକାରୀ କହିଛନ୍ତି ଯେ ଜନ୍ମଦିନ ଅବସରରେ ମୋଦୀ କାଶୀ ବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ସ୍କୁଲ ଛାତ୍ରଛାତ୍ରୀଙ୍କ ଗହଣରେ ନିଜ ଜୀବନୀ ଉପରେ ଆଧାରିତ ୩୨ମିନିଟ୍‍ର ଚଳଚ୍ଚିତ୍ର ‘ଚଲୋ ଜିତେ ହେଁ’ ଦେଖିବା କାର୍ଯ୍ୟକ୍ରମ ରହିଛି। ୧୯୫୦ ସେପ୍ଟେମ୍ବର ୧୭ରେ ଜନ୍ମିତ ମୋଦୀ ସେଦିନ ନିଜ ନିର୍ବାଚନ ମଣ୍ଡଳୀରେ କେତେକ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ ସହ ଉଦ୍‍ଘାଟନ କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏହି ଉପଲକ୍ଷେ ମଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାରାଣସୀ ଗସ୍ତ ପୂର୍ବକ ପ୍ରଧାନମନ୍ତ୍ରୀଙ୍କ ଆଗମନ ପାଇଁ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ମୋଦୀ ଗତ ଜୁଳାଇ ୧୪ରେ ବାରାଣସୀ ଯାଇ ୪୮୭କୋଟି ଟଙ୍କାର ୧୨ଟି ପ୍ରକଳ୍ପ କାର୍ଯ୍ୟକାରୀ କରିଥିଲେ। ଗତ ବର୍ଷ ଜନ୍ମ ଦିନରେ ସେ ଗାନ୍ଧୀନଗରଠାରେ ନିଜ ମା’ ହୀରାବାଙ୍କୁ ସାକ୍ଷାତ କରିବା ସହ ସର୍ଦାର ସରୋବର ନଦୀବନ୍ଧ ଉଦ୍‍ଘାଟନ କରିଥିଲେ। ବିଜେପି ପକ୍ଷରୁ ଏହି ଦିନକୁ ‘ସେବା ଦିବସ’ ଭାବେ ପାଳନ କରାଯାଉଛି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories