www.samajalive.in
Sunday, December 14, 2025
19.1 C
Bhubaneswar

ଶୀତଦିନ ପାଇଁ ୩ଟି ବିଶେଷ ଉପାୟ

ଭିଟାମିନ – ଇ ତେଲ, ଗ୍ଲିସରିନ କିମ୍ବା ଭେସଲିନକୁ ମିଶାଇ ମୁହଁରେ ଓ ସମ୍ଭବତଃ ବେକରେ, ହାତରେ , ଗୋଡ଼ରେ ସ୍ନାନ କରିବା ପୂର୍ବରୁ ଭଲ ଭାବେ ମାଲିସ କରନ୍ତୁ। ମାଲିସ କରିବା ପରେ ୧୫ ରୁ ୨୦ ମିନିଟ ପରେ ସ୍ନାନ କରନ୍ତୁ। ଏପରି କରିବା ଦ୍ୱାରା ତ୍ୱଚା ଖୁବ ଉଜ୍ଜ୍ୱଳ ଓ କୋମଳ ହୋଇଥାଏ। ଶୁଷ୍କପଣ ଦୂର ହୋଇଥାଏ।
ନଡ଼ିଆ ତେଲ କେଶ ଓ ତ୍ୱଚା ପାଇଁ ବେଶ ଲାଭଦାୟକ। ଏକ ପାତ୍ରରେ ୩ ଚାମଚ ନଡ଼ିଆ ତେଲରେ, ୧ ଚାମଚ ଲେମ୍ବୁ ରସ ମିଶାଇ ଦିଅନ୍ତୁ। ସ୍ନାନ କରିବା ପୂର୍ବରୁ ଏହାକୁ ତ୍ୱଚାରେ ଲଗାଇ ୧୦ ମିନିଟ ରଖନ୍ତୁ। ଏହାପରେ ସ୍ନାନ କରନ୍ତୁ। ଏପରି କରିବା ଦ୍ୱାରା ତ୍ୱଚାର ଚମକ ବୃଦ୍ଧି ହେବା ସହ କଳାପଣ ଦୂର ହୋଇଥାଏ।
ଏକ ପାତ୍ରରେ ଲେମ୍ବୁ ରସ, ଅଙ୍ଗୁର ରସ, ସେଓ ରସ, ଆଖୁ ରସ ମିଶାଇ ଦିଅନ୍ତୁ। ଏହାକୁ ତ୍ୱଚା ଓ ଶରୀରର ସମସ୍ତ ସ୍ଥାନରେ ଲଗାଇ ୫ ମିନିଟ ମାଲିସ କରନ୍ତୁ। ୧୫ ମିନିଟ ପରେ ସ୍ନାନ କରନ୍ତୁ। ଏପରି କରିବା ଦ୍ୱାରା ରଙ୍ଗ ଗୋରା ହୋଇଥାଏ।
ଏକ ପାତ୍ରରେ ୧ ଚାମଚ ଲେମ୍ବୁ ରସ, ୨ ଚାମଚ ଓଟସ, ୧ ଚାମଚ କ୍ଷୀର ଅଳ୍ପ ଗୋଲାପ ଜଳ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ସ୍ନାନ କରିବା ପୂର୍ବରୁ ଏହାକୁ ଲଗାଇ ୫ ମିନିଟ ମାଲିସ କରନ୍ତୁ। ଏହାପରେ ସ୍ନାନ କରନ୍ତୁ। ଏହା ତ୍ୱଚାକୁ ଖୁବ କୋମଳ ଓ ଗୋରା କରିଥାଏ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories