www.samajalive.in
Monday, December 8, 2025
14.1 C
Bhubaneswar

କ୍ୟାଥଲିକ୍‍ ଚର୍ଚ୍ଚରେ ଯୌନ ନିର୍ଯାତନା ପ୍ରସଙ୍ଗ : ବିଶପ୍‍ଙ୍କ ବିଶ୍ୱସ୍ତରୀୟ ସମ୍ମିଳନୀ ଡକାଇଲେ ପୋପ୍‍

ଭାଟିକାନସିଟି : କ୍ୟାଥଲିକ ଚର୍ଚ୍ଚଗୁଡିକରେ ଯୌନ କେଳେଙ୍କାରୀ ତଥା ଶିଶୁଙ୍କ ବିରୋଧରେ ଯୌନ ନିର୍ଯାତନା ଭଳି ଘଟଣାଗୁଡିକୁ ଘଣ୍ଟ ଘୋଡାଉଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ପୋପ୍‍ ଫ୍ରାନ୍ସିସ୍‍ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ବୟସ୍କମାନଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗରେ ଛନ୍ଦି ହୋଇପଡିଥିବା ପଶ୍ଚିମ ଭର୍ଜିନିଆର ହୁଇଲିଂ-କାର୍ଲଷ୍ଟୋନ ବିଶପ୍‍ ମାଇକେଲ ବ୍ରାନ୍‍ସଫିଲ୍ଡଙ୍କ ବିରୋଧରେ ସେ ତଦନ୍ତ ନିର୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆମେରିକାର ଏକ ପ୍ରତିନିଧି ଦଳ ଗୁରୁବାର ପୋପ୍‍ଙ୍କୁ ଭେଟିଥିଲା। ଏହାପରେ ବିଶପ୍‍ ମାଇକେଲଙ୍କ ବିରୋଧରେ ତଦନ୍ତ ପାଇଁ ପୋପ୍‍ ନିର୍ଦେଶ ଦେଇଛନ୍ତି। ପୋପ୍‍ଙ୍କ ତଦନ୍ତ ନିର୍ଦେଶ ପରେ ବିଶପ୍‍ ମାଇକେଲଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବାକୁ ପଡ଼ିଛି। ମାଇକେଲଙ୍କ ଇସ୍ତଫା ଗ୍ରହଣ କରି ପୋପ୍‍ ତାଙ୍କ ସ୍ଥାନରେ ଜଣେ ଅସ୍ଥାୟୀ ପ୍ରଶାସକ ନିଯୁକ୍ତ କରିଛନ୍ତି। ଏଥିସହ କ୍ୟାଥଲିକ୍‍ ଚର୍ଚ୍ଚ ପ୍ରଶାସନଗୁଡିକ ଯୌନ ନିର୍ଯାତନା ଅଭିଯୋଗର ସମାଧାନ କରିବାରେ ବିଫଳ ହେଉଥିବା ହୃଦୟଙ୍ଗମ କରିବା ପରେ ପୋପ୍‍ ଫ୍ରାନ୍ସିସ୍‍ ୨୦୧୯ ଫେବୃଆରୀ ୨୧ରୁ ୨୪ ମଧ୍ୟରେ ବିଶ୍ୱର ସମସ୍ତ ବିଶପ୍‍ ସଭାର ଅଧ୍ୟକ୍ଷମାନଙ୍କର ଏକ ସମ୍ମିଳନୀ ଡକାଇଛନ୍ତି। ପୋପ୍‍ ଭାବେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଯୌନ ଅପରାଧ ଏବଂ ଶିଶୁଙ୍କ ସୁରକ୍ଷା ସମଗ୍ର ବିଶ୍ୱ ପାଇଁ ଆହ୍ୱାନ ପାଲଟିଥିବାରୁ ଏହି ସମ୍ମିଳନୀ ଗୁରୁତ୍ୱ ବହନ କରେ। ଏଭଳି ବୈଠକ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଥିବା କୁହାଯାଉଛି।
ଉଲ୍ଲେଖ ଯେ, ଶିଶୁମାନଙ୍କୁ ଯୌନ ନିର୍ଯାତନା ଦେବା ନେଇ ପୂର୍ବତନ କାର୍ଡିନାଲ ଥିଓଡର ମ୍ୟାକକାରିକ୍‍ଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗ ବିଷୟରେ ଅବଗତ ଥାଇ ତାହାକୁ ଘଣ୍ଟ ଘୋଡାଇଥିବା ଭାଟିକାନ ସିଟି ଏବଂ ଆମେରିକାର ୨୪ରୁ ଊର୍ଦ୍ଧ୍ବ ପୂର୍ବତନ ଏବଂ ବର୍ତ୍ତମାନର ଅଧିକାରୀଙ୍କ ନାମ ନିକଟରେ ଆର୍କବିଶପ କାର୍ଲୋ ମାରିଆ ଭିଗାନୋ ପ୍ରକାଶ କରିଥିଲେ। ମ୍ୟାକକାରିକଙ୍କ ବିରୋଧରେ ପୂର୍ବତନ ପୋପ୍‍ ବେନେଡିକ୍ଟ ଷୋଡଶ ୨୦୦୯ରୁ ୨୦୧୦ ମଧ୍ୟରେ କଟକଣା ଲାଗୁ କରିଥିବା ବେଳେ ପୋପ୍‍ ଫ୍ରାନ୍ସିସ୍‍ ତାଙ୍କୁ ସୁରକ୍ଷା ଦେଇଥିବା ଆର୍କବିଶପ କାର୍ଲୋ ଅଭିଯୋଗ କରିଥିଲେ। ଏଥିସହ ଏହି ପରିପ୍ରେକ୍ଷୀରେ ଇସ୍ତଫା ଦେବା ପାଇଁ ପୋପ୍‍ ଫ୍ରାନ୍ସିସଙ୍କ ଉପରେ ସେ ଚାପ ପକାଇଥିଲେ। ଏପରିକି ଏକଦା ଶିଶୁଙ୍କୁ ଯୌନ ନିର୍ଯାତନ ଘଟଣାକୁ ନେଇ ପୋପ୍‍ ଫ୍ରାନ୍ସିସ୍‍ ମଧ୍ୟ ସର୍ବସାଧାରଣରେ କ୍ଷମାପ୍ରାର୍ଥନା କରିଥିଲେ। ପେନ୍‍ସିଲ ଭାନିଆଠାରେ ଏକ ବୃହତ୍‍ ବିଚାରକମଣ୍ଡଳୀର ରିପୋର୍ଟ ଅନୁସାରେ ବିଗତ ସାତ ଦଶନ୍ଧି ମଧ୍ୟରେ ୩୦୦ରୁ ଊର୍ଦ୍ଧ୍ବ ଧର୍ମଯାଜକଙ୍କ ଦ୍ୱାରା ୧,୦୦୦ରୁ ଊର୍ଦ୍ଧ୍ବ କମ୍‍ବୟସ୍କ ଯୌନନିର୍ଯାତନାର ଶିକାର ହୋଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories