www.samajalive.in
Thursday, December 11, 2025
13.1 C
Bhubaneswar

ନିଜ ଘରର ବାସ୍ତୁ ପରିବର୍ତ୍ତନ କରୁଛନ୍ତି ସଲମାନ୍‌ ଖାନ୍‌ -ଜାଣନ୍ତୁ କାହିଁକି

 

ମୁମ୍ବଇ – ଡିସେମ୍ବର ୨୭ରେ ସିନେଜଗତର ସୁଲତାନ୍ ସଲମାନ୍ ଖାନ୍ ୫୬ ବର୍ଷରେ ପାଦ ଥାପିବେ। ନିକଟ ଭବିଷ୍ୟତରେ ସଲମାନ୍ ଖାନ୍ ବିବାହ କରିବାର କୌଣସି ଉଡ଼ା ଖବର ଶୁଣାଯାଉନି। ତାଙ୍କ ମା’ ସଲମା ଖାନ୍ କିନ୍ତୁ ମନରେ ଏଯାଏଁ ଆଶା ବାନ୍ଧି ବସିଛନ୍ତି। ଯା’ ହେଲେ ବି ମା ମନ। ପୁଅର ହସଖୁସିର ଘରସଂସାର ଦେଖିବାକୁ କେମିିତି ନ ଚାହିଁବେ?
ସଲମାଙ୍କ ନାମ ଅନୁସାରେ ବଡ଼ ପୁଅର ନାମ ସଲମାନ୍ ଦିଆଯାଇଥିଲା। ଭାରି ଗେହ୍ଲା ସେ ମା’ଙ୍କର। ସଲମାନ୍‌ଙ୍କ ବିବାହ ପାଇଁ ସଲମା ଖାନ୍ କେତେ କ’ଣ ଉଦ୍ୟମ କରିସାରିଲେଣି କିନ୍ତୁ ସଫଳ ହୋଇପାରୁନାହାନ୍ତି। ସଲମାଙ୍କର ଜଣେ ବନ୍ଧୁ ବାସ୍ତୁବିତ୍। ଗଲା କିଛି ବର୍ଷ ହେଲା, ସେ ସଲମାଙ୍କୁ ବିଭିନ୍ନ ପ୍ରକାର ପରାମର୍ଶ ଦେଉଛନ୍ତି। ଘରେ ଏଇ ଫୁଲ ଗଛ ଲଗାଅ, ଏମିତି ରଙ୍ଗର ପରଦା ଟଙ୍ଗାଅ। ଏପରିକି ପୁଅର ବିବାହ ପାଇଁ ସଲମା ରୋଷେଇ ଘର ଏ ଭିତରେ ୩ଟା ସ୍ଥାନରେ ପରିବର୍ତ୍ତନ କଲେଣି। ସଲମାନ୍‌ ଏସବୁ ଦେଖି ବିରକ୍ତ ହୁଅନ୍ତି ସତ କିନ୍ତୁ ମା’ଙ୍କ ଶ୍ରଦ୍ଧାକୁ ବିରୋଧ ମଧ୍ୟ କରନ୍ତିନାହିଁ। ଏ ଭିତରେ ବିଦେଶକୁ ବରାବର ସଲମାନ୍ ସୁଟିଂରେ ଗଲେ। ଘରକୁ ଫେରିବା ପରେ ଦେଖିବେ, ପ୍ରତିଥର ତାଙ୍କ ଶୟନ କକ୍ଷର ଆସବାବପତ୍ର ପରିବର୍ତ୍ତନ କରାଯାଇଛି। ମଜାଦାର କଥା, ପ୍ରତି ଦିନେ ଦୁଇଦିନରେ ଥରେ ଖଟର ଦିଗ ମଧ୍ୟ ଏପାଖ ସେପାଖ ହେଲା। ଦିନେ ରାତିରେ ସଲମାନ୍ ଭୀଷଣ ରାଗିଗଲେ। ମା’ଙ୍କୁ କହିଲେ, କାହିଁକି ଏସବୁ କରୁଛ….କିଛି ଫଳ ମିଳିଲା…।

- Advertisement -

ସଲମାଙ୍କର ସେଇ ଯୁକ୍ତି, ​‌ଏମିତି କଲେ ତୋ ବିବାହ ନିଶ୍ଚୟ ହେବ। ଆଉ ଏକ ମଜାର କଥା ହେଉଛି ‘ଭାରତ’ ଚଳଚ୍ଚିତ୍ରର ସୁଟିଂ ସମୟରେ ମା’ଙ୍କୁ ନେଇ ସଲମା ବିଦେଶ ଯାଇଥିଲେ। ସେଠି ହୋଟେଲ କକ୍ଷ ଓ ଗେଷ୍ଟ ହାଉସ୍‌‌ରେ ମଧ୍ୟ ସଲମା ବରାବର ବାସ୍ତୁ ଅନୁସାରେ ଖଟର ଦିଗ ପରିବର୍ତ୍ତନ କଲେ। ମା’ଙ୍କୁ ଏହା ପରଠାରୁ ସଲମାନ୍ ଆଉ କିଛି କହୁନାହାନ୍ତି। ବରଂ ତାଙ୍କର ଏହି ଭଲପାଇବା ଦେଖି ସେ ମଧ୍ୟ ଖୁସି ହେଉଥିବାର ଏକ ସାକ୍ଷାତକାର୍‌ରେ କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories