www.samajalive.in
Thursday, December 11, 2025
15.1 C
Bhubaneswar

ଘରେ ପ୍ରସ୍ତୁତ କରନ୍ତୁ କାଜୁ ମଟନ ଚଟପଟି

ଆବଶ୍ୟକ ସାମଗ୍ରୀ
ମଟନ – ୪୦୦ ଗ୍ରାମ
ଦହି – ୧କପ
ଘିଅ – ୧କପ
କାଜୁ – ୫୦ ଗ୍ରାମ
ଲୁଣ – ଆବଶ୍ୟକ ଅନୁଯାୟୀ
ହଳଦୀ ଗୁଣ୍ଡ – ୧ ଚାମଚ
ଲଙ୍କା ଗୁଣ୍ଡ – ଆବଶ୍ୟକ ପରିମାଣରେ
ବାଦାମ – ୫୦ ଗ୍ରାମ
ଅଦାରସୁଣ ବଟା – ୪ ଚାମଚ
ଗୋଟା ମସଲା –
ଲବଙ୍ଗ – ୬ ରୁ ୭ ଟି
ବଡ଼ ଅଳେଇଚ – ୨ଟି
ଛୋଟ ଅଳେଇଚ – ୨ଟି
ଜାଇତ୍ରି ଫଳ – ଅଳ୍ପ
ଡ଼ାଲଚିନି – ୩ଟି
ତେଜପତ୍ର – ୩ ଟି
କଟା ପିଆଜ – ୩ଟି
ପେଷା ଟମାଟୋ – ୧ଟି
ଗୋଲମରିଚ ଗୁଣ୍ଡ – ଅଳ୍ପ
ଗରମ ମସଲା – ୧ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମଟନକୁ ଭଲ ଭାବେ ଧୋଇ ଅଳ୍ପ ହଳଦୀ ଓ ଲୁଣ ଗୋଳାଇ ରଖି ଦିଅନ୍ତୁ। ଗ୍ୟାସ ଲଗାଇ ଏକ ପାତ୍ରରେ ପାଣି ଗରମ କରନ୍ତୁ। ପାଣି ଗରମ ହେଲେ ଏଥିରେ କାଜୁ , ବାଦାମ ପକାଇ ୫ ମିନିଟ ଫୁଟାନ୍ତୁ। ୫ ମିନିଟ ପରେ ପାଣିରୁ ଏହାକୁ ବାହାର କରି, ଏହି କାଜୁ ,ବାଦାମ, ଦହିକୁ ଭଲ ଭାବେ ପେଷି ଦିଅନ୍ତୁ। ପେଷିବା ପରେ ଏହି ପେଷ୍ଟକୁ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ଏଥିରେ ପିଆଜ ପକାଇ ଭଲ ଭାବେ ଭାଜନ୍ତୁ। ପିଆଜ ଭାଜି ହେବା ପରେ ତେଜପତ୍ର, ସମସ୍ତ ଗୋଟା ମସଲା ପକାଇ ୫ ମିନିଟ ଭଲରେ ଭାଜି ଦିଅନ୍ତୁ। ୫ ମିନିଟ ପରେ ଅଦା ରସୁଣ ବଟା ପକାଇ ଭଲ ଭାବେ କଷନ୍ତୁ। କଷିବା ପରେ ଗୋଳାଇ ରଖିଥିବା ମଟନ, ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ପାଣି ଦେଇ ଗ୍ୟାସରେ ୨୦ ମିନିଟ ବସାନ୍ତୁ। ୨୦ ମିନିଟ ପରେ ଏଥିରେ ପେଷା ଟମାଟୋ, ଗୋଲମରିଚ ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ରଖିଥିବା କାଜୁ ପେଷ୍ଟକୁ ପକାଇ ପୁଣି ୧୦ ମିନିଟ ବସାନ୍ତୁ। ୧୦ ମିନିଟ ପରେ ଅଳ୍ପ ଲୁଣ, ଗରମ ମସଲା ଗୁଣ୍ଡ ପକାଇ ଗୋଳାଇ ୧ ମିନିଟ ଗ୍ୟାସରେ ବସାଇ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କାଜୁ ମଟନ ଚଟପଟି । ଏହାକୁ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories