www.samajalive.in
Thursday, December 11, 2025
13.1 C
Bhubaneswar

ଛୁରି ମାରି ୧୧ଜଣଙ୍କୁ ହତ୍ୟା; ୪୪ ଆହତ

ବେଜିଂ : ଜନଗହଳୀପୂର୍ଣ୍ଣ ଅଞ୍ଚଳରେ ଜଣେ ଏସ୍‍ୟୁଭି ଚାଳକ ଦ୍ରୁତଗତିରେ ଗାଡ଼ି ଚଳାଇ ଆଖିବୁଜା ଛୁରିକାଘାତ କରିବାରେ ୧୧ଜଣଙ୍କ ମୃତ୍ୟୁ ଘଟିଛି। ଚାଳକର ଆକ୍ରମଣରେ ଅନ୍ୟ ୪୪ଜଣ ଆହତ ହୋଇଛନ୍ତି। ବୁଧବାର ସନ୍ଧ୍ୟାରେ ଦକ୍ଷିଣ ଚୀନ୍‍ର ହୁନାନ୍‍ ପ୍ରଦେଶ ଅନ୍ତର୍ଗତ ହେଙ୍ଗ୍‍ୟାଙ୍ଗ୍‍ ସହରର ମିଶୁଇଠାରେ ଏହି ଘଟଣା ଘଟିଛି। ଏସ୍‍ୟୁଭି ଚାଳକ ୟାଙ୍ଗ୍‍ ଜାନ୍ୟୁନ୍‍(୫୪) ବୋଲି ଚିହ୍ନଟ ହୋଇଛି ଓ ପୁଲିସ ତାକୁ ଅଟକ ରଖିଛି। ୟାଙ୍ଗ୍‍ ବିରୋଧରେ ଏକାଧିକ ଆପରାଧିକ ମାମଲା ରହିଛି ଓ ପୂର୍ବରୁ ସେ ବାରମ୍ବାର ଗିରଫ ହୋଇଥିବା ପୁଲିସ ରେକର୍ଡରୁ ଜଣାପଡ଼ିଛି। ପୂର୍ବର ଅପରାଧ ପାଇଁ ପ୍ରତିଶୋଧ ନେବା ଉଦେ୍ଧଶ୍ୟରେ ସେ ଏହି ଆକ୍ରମଣ ଘଟାଇଥିବା ପୁଲିସକୁ କହିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories