ବଡ଼ମ୍ବା: ବଡ଼ମ୍ବା ନଦୀକୂଳବାହି ଅଞ୍ଚଳର ଅଗ୍ରଣୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମିଶନଶକ୍ତି ସହଯୋଗରେ ଆୟୋଜିତ ସ୍ୱତନ୍ତ୍ର ଋଣମେଳା କାର୍ଯ୍ୟକ୍ରମରେ ପ୍ରାୟ ସାଢେ ୬କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାନଦୀ ସେତୁ ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ଅବସରରେ ଗୋପୀନାଥପୁରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏହାର ପ୍ରତିକାତ୍ମକ ଶୁଭାରମ୍ଭ କରିଥିଲେ। ଏହାପରେ ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ପୂର୍ବକ ସଂପୃକ୍ତ ଗୋଷ୍ଠୀମାନଙ୍କୁ ଉକ୍ତ ସହାୟତା ଚେକ୍ ଆକାରରେ ପ୍ରଦାନ କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ବଡ଼ମ୍ବା ଗୋଷ୍ଠି ଉନ୍ନୟନ ଅଧିକାରୀ ଉତ୍କଳରଞ୍ଜନ ଆଚାର୍ଯ୍ୟ, ବ୍ଲକ ଅଧ୍ୟକ୍ଷା ଅନସୂୟା ନାଏକ, ଉପାଧ୍ୟକ୍ଷ ସଦାନନ୍ଦ ସ୍ୱାଇଁ, ମିଶନ ଶକ୍ତିର ବ୍ଲକ ପରିଚାଳିକା ମୋନାଲିସା ତ୍ରିପାଠୀ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ।
Popular Categories



