ଭୁବନେଶ୍ୱରକୁ ଫେରିଲା କଣ୍ଟେନ୍ମେଣ୍ଟ – ଦୁଇଜଣ ବିଦେଶ ଫେରନ୍ତା କୋଭିଡ୍ ଆକ୍ରାନ୍ତ ଚିହ୍ନଟ ପରେ କଣ୍ଟେନମେଣ୍ଟ ଘୋଷଣା
ଭୁବନେଶ୍ୱର – ରାଜଧାନୀକୁ ଫେରିଲା କଣ୍ଟେନମେଣ୍ଟ । ବମିଖାଲ ଜୟଦୁର୍ଗା ଅଞ୍ଚଳର ଦୁଇ ଜଣ ବିଦେଶ ଫେରନ୍ତା ବ୍ୟକ୍ତିଙ୍କ ନିକଟରେ କୋଭିଡ୍ ଚିହ୍ନଟ ହେବାପରେ (ପ୍ଲଟ ସଂଖ୍ୟା ୧୩୦୩/୧୩୦୪) ଅଞ୍ଚଳକୁ ବିଏମ୍ସି ପକ୍ଷରୁ କଣ୍ଟେନ୍ମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି ।
ସଂକ୍ରମଣ ରୋକିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ମହାମାରୀ ଆଇନ ୧୮୯୭ର ଆଧାରରେ କୋଭିଡ୍ ୧୯ ନିୟନ୍ତ୍ରଣ ପାଇଁ ଜାରି ମାର୍ଗଦର୍ଶିକା ଅନୁସାରେ ବିଏମ୍ସିର ଆଞ୍ଚଳିକ ଡେପୁଟି ନିର୍ଦେଶକ (ଦକ୍ଷିଣ- ପୂର୍ବ) ଏ ନେଇ ବିଜ୍ଞପ୍ତି ଜାରି କରିଛନ୍ତି ।
ବମିଖାଲ ଜୟଦୂର୍ଗା ନଗରର (ପ୍ଲଟ ସଂଖ୍ୟା ୧୩୦୩/୧୩୦୪)ରେ ଏହି ଦୁଇ ବିଦେଶ ଫେରନ୍ତା ବ୍ୟକ୍ତି କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳରୁ କେହି ବାହରକୁ ବାହାରିବା ଏବଂ ସେଠାରେ ଅନ୍ୟ ବ୍ୟକ୍ତିଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି ।
କଣ୍ଟେନମେଣ୍ଟ ଅଞ୍ଚଳରେ ବସବାସ କରୁଥିବା ସମସ୍ତଙ୍କୁ କଡାକଡି ଭାବେ ଘରେ ରହିବା ପାଇଁ ନିର୍ଦେଶ ଦିଆଯାଇଛି । ବିଏମ୍ସି ପକ୍ଷରୁ ସେଠାରେ ସମସ୍ତ ଅତ୍ୟାବଶକୀୟ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।
ଭୁବନେଶ୍ୱରକୁ ଫେରିଲା କଣ୍ଟେନ୍ମେଣ୍ଟ – ଦୁଇଜଣ ବିଦେଶ ଫେରନ୍ତା କୋଭିଡ୍ ଆକ୍ରାନ୍ତ ଚିହ୍ନଟ ପରେ କଣ୍ଟେନମେଣ୍ଟ ଘୋଷଣା
Comments are closed.