www.samajalive.in
Friday, December 12, 2025
16.1 C
Bhubaneswar

ଭାରତୀୟଙ୍କ ସୁସ୍ଥ ଏବଂ ଦୀର୍ଘ ଜୀବନର ରହସ୍ୟ -ନେଦରଲ୍ୟାଣ୍ଡ ବିଶେଷଜ୍ଞ ଦଳ ୨ମାସ ଅନୁଧ୍ୟାନ କରିବା ପରେ ଦେଲେ ଏପରି ସୂଚନା

ଦୀର୍ଘାୟୁର ରହସ୍ୟ

ସୁସ୍ଥ ଓ ଦୀର୍ଘାୟୁ ଜୀବନ ଅତିବାହିତ କରିବାକୁ ସମସ୍ତେ ଚାହାଁନ୍ତି। ନେଦରଲ୍ୟାଣ୍ଡ ବିଶେଷଜ୍ଞ ଦଳ ୨ମାସ ଅନୁଧ୍ୟାନ କରିବା ପରେ କେତୋଟି ତଥ୍ୟ ପ୍ରଦାନ କରିଛନ୍ତି। ଏହି ଗବେଷଣାରେ ୭୦-୯୦ ବର୍ଷ ବୟସ୍କ ଲୋକ ସାମିଲ ଥିଲେ। ଦୀର୍ଘାୟୁ ହେବା ନିମନ୍ତେ ବିଶେଷଜ୍ଞ ସମୂହ ନିମ୍ନଲିଖିତ ନିୟମମାନ ପ୍ରକାଶ କରିଛନ୍ତି।

- Advertisement -

– ସବୁଜ ପନିପରିବା ନିୟମିତ ଖାଇବା ସହ ସପ୍ତାହକୁ ଥରୁଟିଏ ଅନ୍ତତଃ ମାଛ ଖାଇବା ଉଚିତ। ସେଲଫିଶ୍ ପ୍ରଜାତିର ସାମୁଦ୍ରିକ ମାଛ ପ୍ରତ୍ୟେକ ବର୍ଗର ଲୋକେ ଖାଇବା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ଭଲ।

– ଦ୍ବିପହର ଓ ରାତ୍ରି ଭୋଜନରେ ୧୦୦ ଗ୍ରାମ୍ ପନିପରିବା ସିଝା ନଚେତ୍ ତରକାରି ଖାଇଲେ ଶରୀରକୁ ଶକ୍ତି ମିଳେ।

-ବିଶେଷଜ୍ଞଙ୍କ କହିବାନୁସାରେ ଯୁବତୀ ତଥା ମହିଳାମାନେ ନିୟମିତ ଗୋଟିଏ ସେଓ ଖାଇବା ଆବଶ୍ୟକ। ଏହା ଉଭୟ ସେମାନଙ୍କ ତ୍ବଚା ଓ ଶରୀରକୁ ପୋଷଣ ଯୋଗାଇଥାଏ।

– ନ୍ୟୁଜିଲାଣ୍ଡର ବିଶେଷଜ୍ଞ ଦଳଙ୍କ ପରୀକ୍ଷା ଅନୁସାରେ ପ୍ରତ୍ୟେକ ବ୍ୟଞ୍ଜନରେ ଆବଶ୍ୟକ ପରିମାଣରେ କଞ୍ଚା ଲଙ୍କା ବ୍ୟବହାର କରନ୍ତୁ। ଖାଦ୍ୟକୁ ଅଧିକ ରାଗ ନ କରି କଞ୍ଚା ଲଙ୍କାର ଯଥା ମାତ୍ରାରେ ଉପଯୋଗ ହୃଦରୋଗର ଆଶଙ୍କା କମ୍ କରେ। ଏକ ସର୍ବେକ୍ଷଣରୁ ଜଣାପଡ଼ିଥିଲା ନିୟମିତ ଭାବେ ଭାରତୀୟ ଲୋକ କଞ୍ଚା ଲଙ୍କା ସେମାନେ ବ୍ୟଞ୍ଜନରେ ବ୍ୟବହାର କରୁଥିବାରୁ ବିଦେଶୀଙ୍କ ତୁଳନାରେ କମ୍ ହୃଦଘାତର ଶିକାର ହୋଇଥାନ୍ତି।

– ସପ୍ତାହକୁ ଥରେ କିମ୍ବା ଦୁଇଥର ଡାଳିମ୍ବ ଫଳ ମଧ୍ୟ ଖାଇବା ଭଲ। ଏହି ଫଳ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ।

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories