www.samajalive.in
Saturday, December 13, 2025
26.1 C
Bhubaneswar

ସୁମିତଙ୍କ ଫାଟକ ଭାଙ୍ଗିଲେ ମହିଳା, ଶ୍ବଶୁର ଘର ବାରଣ୍ଡାରେ ଆଶ୍ରୟ ନେଲେ ତପସ୍ବିନୀ

ବ୍ରହ୍ମପୁର: ଡାକ୍ତର ସୁମିତଙ୍କ ବ୍ରହ୍ମପୁରସ୍ଥିତ ବାସଭବନରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ସୁମିତଙ୍କ ଘର ଫାଟକ ଭାଙ୍ଗି କିଛି ମହିଳା ଉଦ୍ୟମ କରି ସଫଳ ହୋଇଥିଲେ। ତେବେ ଦ୍ବିତୀୟ ଫାଟକ ଭାଙ୍ଗିବାରେ ସକ୍ଷମ ହୋଇପାରିନାହାନ୍ତି। ଫାଟକ ଭାଙ୍ଗିବା ପରେ ସୁମିତଙ୍କ ଘର ବାରଣ୍ଡା ପର୍ଯ୍ୟନ୍ତ ମହିଳାମାନେ ପହଞ୍ଚିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଛି। ଅପରପକ୍ଷରେ ସୁମିତଙ୍କ ଘରର ମୁଖ୍ୟ ଫାଟକ ମହିଳାମାନେ ଭାଙ୍ଗିବା ପରେ ତପସ୍ବୀନି ଆଜି ଶ୍ବଶୁର ଘରର ବାରଣ୍ଡା ପର୍ଯ୍ୟନ୍ତ ପ୍ରବେଶ କରିବାରେ ସଫଳ ହୋଇଛନ୍ତି। ଏହି ବାରଣ୍ଡାରେ ରହି ତପସ୍ବିନୀ ନ୍ୟାୟ ପାଇଁ ଧାରଣା ଦେବେ ବୋଲି କହିଛନ୍ତି। ତପସ୍ବୀନି କହିଛନ୍ତି ଯେ ମୁଁ କୋର୍ଟର ବିରୋଧରେ ଯାଇନାହିଁ। ଜନସାଧାରଣ ସମର୍ଥନ କରି ମୋତେ ଭିତରକୁ ଆଣିଛନ୍ତି। ମୋତେ ଜନ ସାଧାରଣ ସମର୍ଥନ କରିଥିବାରୁ ବହୁତ ଖୁସି ବୋଲି ସେ ପ୍ରକାଶ କରିଛନ୍ତି।

 

- Advertisement -

ବ୍ରହ୍ମପୁର ଦମ୍ପତ୍ତି ତପସ୍ବିନୀ: ଡାକ୍ତର ସୁମିତ ବିବାହ ବିବାଦ ମାମଲା। ସୁମିତଙ୍କ ଘର ଗ୍ରୀଲ ଭାଙ୍ଗି ପଶିଗଲେ ସ୍ଥାନୀୟ ଅଞ୍ଚଳର ବହୁ ମହିଳା। ବ୍ରହ୍ମପୁର ବ୍ରହ୍ମନଗରସ୍ଥିତ ଡାକ୍ତର ସୁମିତଙ୍କ ଘର ଗ୍ରୀଲ ଭାଙ୍ଗିଲେ। ଘର ସାମ୍ନାରେ ଧସ୍ତାଧସ୍ତି ପରେ ଗ୍ରୀଲ ଭାଙ୍ଗି ପଶିଗଲେ। ମେନ ଗେଟ ଭାଙ୍ଗି ଭିତରକୁ ପଶିଗଲେ ସ୍ଥାନୀୟ ମହିଳା। ତପସ୍ବିନୀଙ୍କୁ ନ୍ୟାୟ ଦେବାକୁ ଗେଟ ଭାଙ୍ଗିଲେ କିଛି ମହିଳା। ଘଟଣାସ୍ଥଳରେ ପହଞ୍ଚିଲେ ଅତିରିକ୍ତ ଏସପି, ବୁଝାସୁଝା ଉଦ୍ୟମ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories