www.samajalive.in
Thursday, December 11, 2025
16.1 C
Bhubaneswar

ମହାନଦୀ ସେତୁରୁ ପଡି ଶ୍ରମିକ ମୃତ୍ୟୁ ଘଟଣା: କ୍ଷତିପୂରଣ ରାଶି ପାଇ: ମୃତକଙ୍କ ପିତା ସଂଗ୍ରହ କରିପାରୁ ନାହାନ୍ତି ମୃତ୍ୟୁ ପ୍ରମାଣପତ୍ର

ହରଭଙ୍ଗା: ବୌଦ୍ଧଜିଲା ହରଭଙ୍ଗା ବ୍ଲକ ଖରଶଙ୍କୁଲେଇଠାରେ ନିର୍ମାଣଧିନ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁରୁ ପଡି ଗତ ମାର୍ଚ୍ଚ ମାସରେ ସମୀର ଘୋଷ(୨୦) ଏବଂ ଜାହାଙ୍ଗୀର ହୁସେନ(୨୦) ଭଳି ଦୁଇ ଜଣ ଅଣଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଦୁଇ ରୋଜଗାରିଆ ପୁଅଙ୍କୁ ହରାଇ ଗରିବ ପରିବାର ଦୁୂଃଖରେ ଭାଙ୍ଗିପଡିଥିଲେ ସେମାନଙ୍କ ପରିବାର ସଦସ୍ୟ। ଏଭଳି ଅବସ୍ଥାରେ କ୍ଷତିପୂରଣ ଟଙ୍କା ପାଇଁ ମୃତ୍ୟୁ ପ୍ରମାଣପତ୍ର ଖଣ୍ଡିଏ ଯୋଗାଡ ପାଇଁ ସେମାନଙ୍କ ପିତା ସୁଦୂର ପଶ୍ଚିମବଙ୍ଗରୁ ଆସି ବୌଦ୍ଧରେ ବାରଦୁଆର ହେଉଛନ୍ତି। ଅପରପକ୍ଷରେ ସମ୍ପୃକ୍ତ ଠିକାସଂସ୍ଥା ସେମାନଙ୍କୁ ଆଦୌ ସହଯୋଗ ନକରିବା ଭଳି ଅଭାବନୀୟ ଘଟଣା ଲୋକଲୋଚନକୁ ଆସିଛି।
ପ୍ରକାଶ ଯେ ଗତ ମାର୍ଚ୍ଚ ମାସରେ ମହାନଦୀ ସେତୁରୁ ପଡି ପଶ୍ଚିମବଙ୍ଗ ଅଞ୍ଚଳର ଦୁଇ ଅଣଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ୫ମାର୍ଚ୍ଚରେ ପ୍ରଭାସ ଘୋଷଙ୍କ ପୁତ୍ର ସମୀର ଘୋଷ ଏବଂ ୭ ମାର୍ଚ୍ଚରେ କିତାବୁଲ ହୁସେନଙ୍କ ପୁତ୍ର ଜାହାଙ୍ଗୀର ହୁସେନଙ୍କ ଭଳି ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ବାଜାଜ ଆଲିଆଞ୍ଜ ବୀମା ସଂସ୍ଥା କାର୍ଯ୍ୟରତ ଦୁଇ ମୃତ ଶ୍ରମିକଙ୍କ ବୀମାରାଶି କ୍ଷତିପୂରଣ ବାବଦକୁ ୧୬ଲକ୍ଷ ୮୦ହଜାର ଟଙ୍କା ଲେଖାଏଁ ଚେକ୍ ସମ୍ବଲପୁରସ୍ଥିତ କର୍ମଚାରୀ କ୍ଷତିପୂରଣ ଶ୍ରମ କମିଶନରଙ୍କ ନାଁରେ ପ୍ରଦାନ କରିଥିଲେ। ପରିବାର ଲୋକଙ୍କୁ କ୍ଷତିପୂରଣ ଟଙ୍କା ପ୍ରଦାନ ପାଇଁ ଦୁଇ ମୃତ ଶ୍ରମିକଙ୍କ ମୃତ୍ୟୁ ଏବଂ ଶବ ବ୍ୟବଛେଦ ପ୍ରମାଣ ପତ୍ର ଭଳି ଆନୁସଙ୍ଗିକ କାଗଜପତ୍ର ଯୋଗାଡ ପାଇଁ ଦୁଇ ଶ୍ରମିକଙ୍କ ପିତା ଦୀର୍ଘ ୧୦ଦିନ ହେଲା ବୌଦ୍ଧରେ ବାରଦୁଆର ହେଉଥିବା ଦେଖିବାକୁ ମିଳୁଛି। ଏଥିରେ ଠିକାସଂସ୍ଥା କୌଣସି ସହଯୋଗ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି।

ଆବଶ୍ୟକୀୟ ପ୍ରମାଣ ପତ୍ର ଯୋଗାଡ ଦିଗରେ ସେମାନଙ୍କ ଧାରଣା ନଥିବାରୁ ସେମାନେ ଅଯଥାରେ ଲଜରେ ରହି ଖର୍ଚ୍ଚାନ୍ତ ହେଉଛନ୍ତି। ଏ ଦିଗରେ ଜିଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ ହୋଇଛି। ଏ ସର୍ମ୍ପକରେ ବୌଦ୍ଧ ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ ପ୍ରଧାନଙ୍କୁ ପଚାରିବାରୁ ସେ କହିଲେ କ୍ଷତପୂରଣ ଚେକ ଶ୍ରମ କମିଶନର କୋର୍ଟ ସମ୍ବଲପୁରଙ୍କୁ ପଠାଯାଇଛି। ସେଠାରେ ସେମାନଙ୍କୁ ଆବଶ୍ୟକୀୟ ପ୍ରମାଣପତ୍ର ଦାଖଲ ପରେ କ୍ଷତିପୂରଣ ରାଶି ମିଳିପାରିବ ବୋଲି କହିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories