www.samajalive.in
Saturday, December 6, 2025
26.1 C
Bhubaneswar

ହରଭଙ୍ଗାରେ ଶୀତ ଲହରୀ,ଜନ ଜୀବନ ଅସ୍ତବ୍ୟସ୍ତ

ହରଭଙ୍ଗା :  ଗତ କିଛିଦିନ ହେଲା ସବୁଆଡେ ଶୀତର ପ୍ରକୋପ ବୃଦ୍ଧି ପାଇଛି। ବିଶେଷକରି ଉପାନ୍ତ ଫୁଲବାଣି ଜିଲ୍ଲାରେ ଗତ ସାତ ଦିନ ମଧ୍ୟରେ ତାପମାତ୍ରା ୭ ଡିଗ୍ରୀ ଯୋଗୁଁ କନ୍ଧମାଳରେ ଶୀତର ପ୍ରକୋପ ବୃଦ୍ଧି ପାଇଛିା ଏହାର ପ୍ରଭାବରେ ବର୍ତମାନ ପଡୋଶୀ ଜିଲ୍ଲା ବୌଦ୍ଧରେ ହାଡଭଙ୍ଗାଶୀତ ଅନୁଭବ ହେଉଛି। ଗତ କିଛିଦିନ ହେଲା ହରଭଙ୍ଗା ବ୍ଲକର ଆଭ୍ୟନ୍ତୀରଣ ଅଂଚଳ  ତଳଗାଁ, ଆଡେଣିଗଡ,କୁଶଙ୍ଗ,ଛତ୍ରଙ୍ଗ,ମହାଲ୍ଲିକପଡା,ବାଣୀଭୁଷଣପୁର,କଂରଜକଟା,ପୁରୁଣାକଟକ,ହରଭଙ୍ଗା,ଶଙ୍କୁଲେଇ ଭଳି ପଂଚାୟତଗୁଡିକରେ ଶୀତର ଲହରୀ ଯୋଗୁଁ ସାଧାରଣ ଜନଜୀବନ ସଂପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି। ଫଳରେ ସକାଳ ୯ଟା ପର୍ଯ୍ୟନ୍ତ ଘନକୁହୁଡି ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହେଉଛି। ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ବିଭିନ୍ନସ୍ଥାନରେ ସକାଳେ ଏବଂ ସଂନ୍ଧ୍ୟା ସମୟରେ ନିଆଁ ପୁଆଁଉଥିବା ଦେଖିବାକୁ ମିଳୁଛି। ଶୀତରୁ ରକ୍ଷା ପାଇବା ପାଇଁ ଚା ଦୋକାନରେ ଅସମ୍ଭାଳ ଭିଡ ମଧ୍ୟ ପରିଲକ୍ଷିତ ହେଉଛି।
ସେହିପରି ବ୍ଲକ ସଦରମହକୁମା ଚାରିଛକ,ପୁରୁଣାକଟକ ,ମାଧପୁର ଭଳି ଜନଗହଳୀପୂର୍ଣ୍ଣ ବସ୍ ଷ୍ଟପ ଗୁଡିକରେ ଯାତ୍ରୀ ବିଶ୍ରାମଗାର ନଥିବାରୁ ଯାତ୍ରୀମାନେ ଶୀତରାତିରେ ନିଆଁ ଜାଳି ବସ୍ କୁ  ଅପେକ୍ଷା କରୁଥିବା ଭଳି ଦୁର୍ଭାଗ୍ୟଜନକ ଚିତ୍ର ମଧ୍ୟ ନଜରକୁ ଆସିଛି।ଯାତ୍ରୀଙ୍କ ସୁବିଧା ପାଇଁ ଅନ୍ତତଃ ବସ ଷ୍ଟପ ଗୁଡିକରେ ବିଶେଷକରି ଚାରିଛକ/ମାଧପୁରରରେ ତୁରନ୍ତ ଅସ୍ଥାୟୀ ଶୀତକାଳୀନ ଯାତ୍ରୀ ଆଶ୍ରୟସ୍ଥଳୀ ନିର୍ମାଣ କରିବା ଜରୁରୀ ରହିଛି। ହଠାତ୍ ଏଭଳି ଶୀତର ପ୍ରକୋପ ବୃଦ୍ଧି ଫଳରେ ବ୍ଲକର ଆଭ୍ୟନ୍ତରୀଣ ଅଂଚଳରେ ଲୋକେ ଥଣ୍ଡା,କାଶ ଜ୍ୱରରେ ଆକ୍ରାନ୍ତ ହୋଇ ପ୍ରଚୁର ପରିମାଣରେ ମେଡିକାଲ ଧାଉଁଥିବା ଦେଖିବାକୁ ମିଲୁଛି। ପ୍ରଚଣ୍ଡ ଥଣ୍ଡା ଯୋଗୁଁ ବ୍ଲକର ଆଭ୍ୟନ୍ତରୀଣ ଅଂଚଳରେ ଲୋକେ ଅନ୍ୟ ଉପାୟ ନପାଇ ରାତିରେ ନିଆଁଜାଳି ଜୀବନଯାପନ କରୁଥିବା ବେଳେ କଣ୍ଡରା,କାଚପାଜୁ,ସୁଲକେଟି,ଖଜୁରୀ,ନେଡିଗୁଡା,କାଉପଡା,ଭଳି ଅପହଂଚ ଇଲାକାର ବୃଦ୍ଧ ବୃଦ୍ଧା ଥଣ୍ଡା,କାଶ ,କଫରେ ଆକ୍ରାନ୍ତ ହୋଇ ମେଡିକାଲ ଆସିନପାରି ଚେରମୂଳୀ ଔଷଧରେ ଜୀବନ ବଂଚାଉଥିବା ଅଭିଯୋଗ ହେଉଛି। ଏଭଳି ଶୀତ ସତ୍ୱେ ଆଭ୍ୟନ୍ତରୀଣ ଅଂଚଳରେ ସାଧାରଣ ଲୋକଙ୍କ ଚିକିତ୍ସା ପାଇଁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ପଂହଚିନଥିବା ଅଭିଯୋଗ ହେଉଛି।ଏଥିସହିତ ଏସବୁ ଅଂଚଳରେ ଜିଲ୍ଲାପ୍ରଶାସନ ତରଫରୁ ଲୋକଙ୍କୁ ଚଳିତବର୍ଷ କମ୍ବଳ ,ଚାଦର ଆଦି ଶୀତବସ୍ତ୍ର ଖଣ୍ଡିଏ ବଂଟନ କରାନଯିବା ଘଟଣା ପ୍ରଶାସନିକ ଶୀତକାଳୀନ ପଦକ୍ଷେପ ଉପରେ ଅଙ୍ଗୁଳିନିର୍ଦ୍ଦେଶ କରୁଛି। ଜିଲ୍ଲାପାଳଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି।

 

- Advertisement -

 

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories