www.samajalive.in
Saturday, December 13, 2025
26.1 C
Bhubaneswar

ଶ୍ରୀଲଙ୍କା ନୌବାହିନୀ ଦ୍ୱାରା ୫୫ ଭାରତୀୟ ଧୀବର ଗିରଫ

କଲମ୍ବୋ: ଶ୍ରୀଲଙ୍କା ଜଳରାଶିରେ ବେଆଇନ ମାଛ ଧରୁଥିବା ଅଭିଯୋଗରେ ଭାରତର ୫୫ ଜଣ ଧୀବରଙ୍କୁ ଶ୍ରୀଲଙ୍କା ନୌବାହିନୀ ଗିରଫ କରିଛି । ଏଥିସହିତ ସେମାନଙ୍କର ୮ଟି ମାଛଧରା ଡଙ୍ଗାକୁ ଜବତ କରାଯାଇଛି । ରବିବାର ଦିନ ଏହି ଭାରତୀୟ ଧୀବରମାନେ ଶ୍ରୀଲଙ୍କା ଜଳରାଶିରେ ଅନୁପ୍ରବେଶ କରି ସେଠାରେ ବେଆଇନ ଭାବରେ ମାଛ ଧରୁଥିବା ଦେଖିବା ପରେ ଶ୍ରୀଲଙ୍କା ନୌବାହିନୀ ସେମାନଙ୍କୁ ଗିରଫ କରିଥିଲା । ଶ୍ରୀଲଙ୍କା ସରକାରୀ ସୂତ୍ରରୁ କୁହାଯାଇଛି ଯେ ଦେଶର ଉତ୍ତରାଞ୍ଚଳ ନୌବାହିନୀ କମାଣ୍ଡ୍‍ ସହିତ ସଂଯୁକ୍ତ ଏକ ଫାଷ୍ଟ ଆଟାକ କ୍ରାଫ୍ଟ ଜାଫନା ନିକଟରୁ ୬ଟି ଭାରତୀୟ ଟ୍ରଲର ଜବତ କରିବା ସହିତ ୪୩ ଜଣ ଧୀବରଙ୍କୁ ଗିରଫ କରିଥିଲା । ସେମାନେ ସମସ୍ତେ ତାମିଲନାଡୁର ରାମେଶ୍ୱରମର ବୋଲି ଜଣାଯାଇଛି । ସେମାନଙ୍କର ରାପିଡ ଆଣ୍ଟିଜେନ ପରୀକ୍ଷା କରାଯିବା ପରେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଅଦାଲତରେ ହାଜର କରାଯିବ ବୋଲି ଜଣାଯାଇଛି । ଏଥିସହିତ ମଣ୍ଡପମ୍‍ ଅଞ୍ଚଳରୁ ଆଉ ଦୁଇଟି ଭାରତୀୟ ଟ୍ରଲର ଜବତ କରାଯାଇ ୧୨ ଜଣ ଧୀବରଙ୍କୁ ଗିରଫ କରାଯାଇଛି । ଏହି ଧୀବରମାନେ ଗିରଫ ହୋଇଥିବା ଖବର ମିଳିବା ପରେ ଭାରତୀୟ ମତ୍ସ୍ୟଜୀବୀ ସଂଘ ଏବଂ ସେମାନଙ୍କ ପରିବାର ଭାରତ ସରକାର ଏଥିରେ ହସ୍ତକ୍ଷେପ କରି ସେମାନଙ୍କୁ ମୁକ୍ତ କରିବାକୁ ଦାବି ଜଣାଇଛନ୍ତି । ମତ୍ସ୍ୟଜୀବୀ ସଂଘ ପକ୍ଷରୁ କୁହାଯାଇଛି ଯେ ଶ୍ରୀଲଙ୍କାରେ ଗିରଫ ହୋଇଥିବା ଭାରତୀୟ ଧୀବରମାନେ ଶ୍ରୀଲଙ୍କା ଜଳ ସୀମା ଉଲ୍ଲଂଘନ କରିଥିଲେ । ସେମାନଙ୍କୁ ସେ ଦେଶର ନୌବାହିନୀ ବେଆଇନ ଭାବରେ ଗିରଫ କରିଛି । ଏହି ଘଟଣା ସମ୍ପର୍କରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହିତ ଆଲୋଚନା କରିଥିବା ଜଣାଯାଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories