www.samajalive.in
Friday, December 12, 2025
26.1 C
Bhubaneswar

ଜାତୀୟ ବରିଷ୍ଠ ରଗ୍‌ବୀ : ମହିଳାରେ ସ୍ବର୍ଣ୍ଣ, ପୁରୁଷରେ କାଂସ୍ୟ ଜିତିଲା ଓଡ଼ିଶା

ଭୁବନେଶ୍ବର  : ଭାରତୀୟ ରଗ୍‌ବୀ ଫୁଟବଲ ୟୁନିୟନ, ଓଡ଼ିଶା ସରକାର ଓ ଓଡ଼ିଶା ରଗ୍‌ବୀ ଆସୋସିଏସନ ଆନୁକୂଲ୍ୟରେ କିଟ୍‌ ବିଶ୍ବବିଦ୍ୟାଳୟରେ ଚାଲିଥିବା ଅଷ୍ଟମ ଜାତୀୟ ବରିଷ୍ଠ ରଗ୍‌ବୀ ସେଭେନ୍‌ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଓଡ଼ିଶା ମହିଳା ଦଳ ସ୍ବର୍ଣ୍ଣ ଓ ପୁରୁଷ ଦଳ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି। ରବିବାର ଖେଳାଯାଇଥିବା ମହିଳା ବିଭାଗ ଫାଇନାଲରେ ଓଡ଼ିଶା ୨୦-୧୦ରେ ମହାରାଷ୍ଟ୍ରକୁ ହରାଇ ବିଜେତା ହୋଇଛି। ସେହିପରି ଦିଲ୍ଲୀ ତୃତୀୟ ସ୍ଥାନ ହାସଲ କରିଛି। ସେହିପରି ପୁରୁଷ ବିଭାଗରେ ହରିୟାଣା ୨୪-୧୦ରେ ମହାରାଷ୍ଟ୍ରକୁ ପରାସ୍ତ କରି ସ୍ବର୍ଣ୍ଣ ବିଜୟୀ ହୋଇଛି। ଓଡ଼ିଶା ୧୨-୧୦ରେ ଦିଲ୍ଲୀକୁ ପରାସ୍ତ୍ କରି ତୃତୀୟ ସ୍ଥାନ ସହ କାଂସ୍ୟ ପଦକ ବିଜୟୀ ହୋଇଛି। ପୂର୍ବରୁ ମହିଳା ବିଭାଗ ସେମିଫାଇନାଲରେ ଓଡ଼ିଶା ୨୨-୧୦ରେ ଦିଲ୍ଲୀକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲା। ପୁରୁଷ ବିଭାଗ ସେମିଫାଇନାଲରେ ଓଡ଼ିଶା ହରିୟାଣା ନିକଟରୁ ପରାଜିତ ହୋଇଥିଲା।
ଅତିଥି ଭା​‌େ​‌ବ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପ୍ରମୁଖ ସଚିବ ଆର. ଭିନିଲ କ୍ରିଷ୍ଣା, ରଗ୍‌ବୀ ଇଣ୍ଡିଆ ସଭାପତି ରାହୁଲ ବୋଷ, ସମ୍ପାଦକ ଗାର୍ଲାଡ ଆଣ୍ଟୋନୀ ପ୍ରଭୁ, କିସ୍‌ ବିଶ୍ବବିଦ୍ୟାଳୟ କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଯୋଗଦେଇ କୃତି ଦଳକୁ ପୁରସ୍କାର ପ୍ରଦାନ କରିଥିଲେ। କିଟ୍‌ ଓ କିସ, ରାଜ୍ୟ କ୍ରୀଡ଼ା, ଯୁବ ସେବା ବିଭାଗ ପ୍ରତିଯୋଗିତାକୁ ସଫଳ ଆୟୋଜନ, ଖେଳାଳିମାନଙ୍କ ଲାଗି ସୁବନ୍ଦୋବସ୍ତ ପାଇଁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ ଓ ରାଜ୍ୟ କ୍ରୀଡ଼ା ବିଭାଗକୁ ରଗ୍‌ବୀ ଇଣ୍ଡିଆର ସମସ୍ତ ସଦସ୍ୟଙ୍କ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି। ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଓଡ଼ିଶା ପୁରୁଷ ଓ ମହିଳା ଦଳ ସମେତ ମହାରାଷ୍ଟ୍ର, ହରିୟାଣା ଓ ଦିଲ୍ଲୀ ଦଳକୁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇବା ସହିତ କିଟ୍‌ରେ ଜାତୀୟ ରଗ୍‌ବୀ ଆୟୋଜନ ନେଇ ସୁଯୋଗ ଦେଇଥିବାରୁ ରାଜ୍ୟ କ୍ରୀଡ଼ା ବିଭାଗ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରଗ୍‌ବୀ ଇଣ୍ଡିଆକୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories