www.samajalive.in
Saturday, December 13, 2025
21.1 C
Bhubaneswar

ପିସ୍ତଲ ବେପାରୀ ଗିରଫ ; ୮ ବନ୍ଧୁକ, ୭ ଗୁଳି ଜବତ

ଛେଣ୍ଡିପଦା : ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବାଗଡିଆ ଫାଣ୍ଡି ଅନ୍ତର୍ଗତ ପାଟକୁମୁଣ୍ଡା ପଞ୍ଚାୟତର କେର୍ଜେଙ୍ଗ ଗ୍ରାମ ନିକଟରେ ଶନିବାର ବିଳମ୍ବିତ ରାତ୍ରିରେ ଭୁବନେଶ୍ୱର ଏସଟିଏଫ ଓ ଛେଣ୍ଡିପଦା ପୁଲିସ ମିଳିତ ଭାବେ ଚଢ଼ଉ କରି ୮ଟି ଚୋରା ଦେଶୀ ପିସ୍ତଲ ଓ ୭ଗୁଳି ଜବତ କରିଥିଲେ। ଏଥିରେ ସମ୍ପୃକ୍ତ ଚୋରା ପିସ୍ତଲ ବେପାରୀଙ୍କୁ ପୁଲିସ ଗିରଫ କରିଛି। ଗିରଫ ବେପାରୀ ହେଲେ ଛେଣ୍ଡିପଦା ସୀମାନ୍ତରେ ଥିବା ସମ୍ବଲପୁର ଜିଲା ନାକଟିଦେଉଳ ଥାନା ଅନ୍ତର୍ଗତ ସରାପାଲି ଗ୍ରାମର ରତ୍ନାକର କାଲଟା(୨୮)। ଭୁବନେଶ୍ୱର ଏସଟିଏଫ ଦେବଗଡ଼ ଜିଲା ରିଆମାଳ ବ୍ଳକର ବୁଢ଼ାପାଳ ଓ ଛେଣ୍ଡିପଦା ବ୍ଳକର କେର୍ଜେଙ୍ଗ ରାସ୍ତାରେ ଚୋରା ବନ୍ଧୁକ କାରବାର ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା। ଏସଟିଏଫର ଏକ ଦଳ ଅନୁଗୋଳ ଜିଲା ପୁଲିସ ସହାୟତାରେ ଉକ୍ତ ରାସ୍ତାରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ଛେଣ୍ଡିପଦାର କେର୍ଜେଙ୍ଗ ଓ ବୁଢ଼ାପାଳ ମଧ୍ୟରେ ଜନୈକ ବ୍ୟକ୍ତି ସନ୍ଦେହଜନକ ଅବସ୍ଥାରେ ଛିଡା ହୋଇଥିଲା। ଏହା ଦେଖି ପୁଲିସ ତାକୁ ଧରିବା ପାଇଁ ଉଦ୍ୟମ କରିଥିଲା। ସେ ପିସ୍ତଲ ଦେଖାଇ ଖସିଯିବା ପାଇଁ ଉଦ୍ୟମ କରୁଥିବାବେଳେ ପୁଲିସ କାବୁ କରିଥିଲା। ଏହାପରେ ପୁଲିସ ତଲାସି କରିବା ପରେ ତା’ ନିକଟରୁ ୮ଟି ଦେଶୀ ବନ୍ଧୁକ ଓ ୭ଟି ଗୁଳି ସହିତ ମୋବାଇଲ ଫୋନକୁ ଜବତ କରିଥିଲା। ଏସଟିଏଫ ଦଳ ରତ୍ନାକରକୁ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଛେଣ୍ଡିପଦା ପୁଲିସର ଜିମା ଦେଇଥିଲେ। ଏ ନେଇ ଛେଣ୍ଡିପଦା ଥାନା ଅଧିକାରୀ ଧିରେନ କୁମାର ବେହେରା ଛେଣ୍ଡିପଦା ଥାନା କେସ ନଂ, ୫୮୯ରେ ମାମଲା ରୁଜୁ କରିବା ସହିତ ଧାରା ୧୯୫୯ ଅସ୍ତଶସ୍ତ୍ର ନିରୋଧକ ଆଇନ ଅନୁଯାୟୀ ମାମଲା ରୁଜୁ କରିବା ସହିତ ବାଗଡିଆ ଫାଣ୍ଡି ଅଧିକାରୀ ଆଶିଷ କୁମାର ଦାସଙ୍କୁ ଘଟଣାର ଅଧିକ ତଦନ୍ତ କରିବା ପାଇଁ ନିର୍ଦେଶ ଦେଇଥିଲେ। ଛେଣ୍ଡିପଦା ପୁଲିସ ପିସ୍ତଲ ବେପାରୀ ରତ୍ନାକରକୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି। ତଦନ୍ତ ପରେ ସମସ୍ତ ବିଷୟରେ ଜଣାପଡିବ ବୋଲି ଛେଣ୍ଡିପଦା ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories