www.samajalive.in
Saturday, December 13, 2025
26.1 C
Bhubaneswar

ବାଙ୍କୀ-ଖୋର୍ଦ୍ଧା ରାସ୍ତା ଢଁସର ଭୋକାଶଙ୍ଖ ତଳେ ଫୋପଡା ଯାଇଛି ସାର, ଔଷଧ ଓ ବିହନ

କଳାପଥର (ବାଙ୍କୀ) : ବାଙ୍କୀ ଉପଖଣ୍ଡ  ଢଁସର ପଞ୍ଚାୟତ ଭୋକାଶଙ୍ଖ ତଳେ ହଜାର ହଜାର ଟଙ୍କା ମୂଲ୍ୟର ସାର, ଔଷଧ, ବିହନ ଓ କୃଷି ଜାତ ଦ୍ରବ୍ୟ ଫୋପଡା ଯାଇଛି। ଚାଷୀମାନଙ୍କ ପାଇଁ ଆସିଥିବା ଜୈବିକ ସାର, ଧଣ୍ଡିଚା ବିହନ, ଚକଡା ପୋକ ଔଷଧ ଆଦି ବିଭିନ୍ନ ପ୍ରକାର ସାର ଔଷଧ କୃଷକମାନଙ୍କୁ ଦିଆନଯାଇ କେତେକ ଅସାଧୁ ବିଭାଗୀୟ କର୍ମଚାରୀ ଲୁକାୟିତ ଭାବରେ ଆଣି ପୋଲ ତଳେ ଫୋପାଡି ଦେଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଢଁସର ପଞ୍ଚାୟତର ଚାଷୀମାନେ ଏହାକୁ ଆଜି ଦେଖି ପୋଲ ତଳୁ ସଂଗ୍ରହ କରି ରାସ୍ତା ଉପରେ ଥୋଇ ରାସ୍ତା ରୋକ କରିଥିଲେ। କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ଦିଆନଯାଇ କିପରି ହଜାର ହଜାର ଟଙ୍କାର ସରକାରୀ ଜିନିଷ ଫୋପାଡି ନଷ୍ଟ କରାଯାଉଛି । ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କୃଷି ବିଭାଗକୁ କେତେ ପରିମାଣରେ ସାର , ଔଷଧ ଓ ବିହନ ଆସିଥିଲା ଓ କେତେ ପରିମାଣରେ ବାଟମାରଣା କରାଯାଇଛି ତାହାକୁ ନେଇ ଆସନ୍ତା ଦିନରେ ବାଙ୍କୀ କୃଷି ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚାଷୀ ନକୁଳ ପ୍ରଧାନ, ଅଜୟ ପଣ୍ଡା, ଜିତେନ୍ଦ୍ର କୁମାର ସାହୁ, ଭାବ ସ୍ୱାଇଁ, ରାମ ଜେନା ସମେତ ଚାଷୀମାନେ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ବାଙ୍କୀ କୃଷି ଜିଲ୍ଲା ଅଧିକାରୀ ଶୈଳେନ୍ଦ୍ର ମହାନ୍ତିଙ୍କୁ ପଚାରିବାରୁ ସେ କହିଲେ ଏଇ ଫୋପଡା ଯାଇଥିବା ସାମଗ୍ରୀଗୁଡିକ କୃଷି ବିଭାଗର ନୁହେଁ, ଏହା ଉଦ୍ୟାନ ବିଭାଗର । କିନ୍ତୁ ବାଙ୍କୀ ଉଦ୍ୟାନ ବିଭାଗ ଅଧିକାରୀ ସୌମେନ୍ଦ୍ର ପାଣିଗ୍ରାହିଙ୍କୁ ପଚାରିବାରେ ସେ କହିଲେ ଏହା ଆମ ବିଭାଗର ନୁହେଁ । ବର୍ତ୍ତମାନ ଉଦ୍ଧାର ହୋଇଥିବା ଜିନିଷ ଗୁଡିକ କେଉଁ ବିଭାଗର ତାହା ଉଚ୍ଚସ୍ତରରେ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ କରିବାକୁ ଚାଷୀମାନେ ଦାବି କରିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories