www.samajalive.in
Friday, December 5, 2025
20.1 C
Bhubaneswar

ସାମ୍ବାଦିକ ସମନ୍ବୟ କମିଟି ପକ୍ଷରୁ ଧାରଣା

ମାଲକାନଗିରି : ମାଲକାନଗିରି ଜିଲ୍ଲାର ପାଞ୍ଚ ସାମ୍ବାଦିକଙ୍କୁ ବିନା କାରଣରେ ଏବଂ ସତ୍ୟ ଖବର ପରିବେଷଣ କରିବାରୁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଷଡ଼ଯନ୍ତ୍ର କରି ଆକ୍ରୋ​ଷମୂଳକ ‌ଭାବେ ଗିରଫ କରି ଜେଲ ପଠାଇଥିବା ଘଟଣାକୁ ବିରୋଧ କରି ରବିବାର ମାଲକାନଗିରି ଜିଲ୍ଲାର ସମସ୍ତ ସାମ୍ବାଦିକ ଏକତ୍ରିତ ଭାବେ ଆଦର୍ଶ ଥାନା ସମ୍ମୁଖରେ ଧାରଣା ପ୍ରଦର୍ଶନ କରିଛନ୍ତି । ଯେ ପର୍ଯ୍ୟନ୍ତ ସାମ୍ବାଦିକ ମାନଙ୍କ ପକ୍ଷରୁ ଡାକ୍ତରଙ୍କ ବିରୋଧରେ ଦିଆଯାଇଥିବା ପାଞ୍ଚଟି ମାମଲା ରୁଜୁ କରିବା ସହ ସେହି ଡାକ୍ତର ମାନଙ୍କୁ ଗିରଫ କରାନଯାଇଛି ଏହି ଧାରଣା ଜାରି ରହିବ ବୋଲି ଆନ୍ଦୋଳନକାରୀ ଗଣମାଧ୍ୟମର ପ୍ରତିନିଧି ମାନେ ଚେତାବନୀ ଦେଇଛନ୍ତି। ରାତି ଅଧରେ ସାମ୍ବାଦିକ ମାନଙ୍କୁ ପୁଲସ ଆକ୍ରୋ​ଷ ମୂଳକ ମୋନୋଭାଵ ରଖି ଗିରଫ କରିଥିବା ଅଭିଯୋଗ ହୋଇ ଥିବା ବେଳେ ସାମ୍ବାଦିକଙ୍କ ସମର୍ଥନରେ ଜିଲା ଓକିଲ ସଂଘ ଆଦିବାସୀ ସଂଘ ସମସ୍ତ ବୁଦ୍ଧିଜୀବୀ ସମର୍ଥନ ଜଣାଇ ଥିଲେ। ବରିଷ୍ଠ ସାମ୍ବାଦିକ ଦେବ ପ୍ରସାଦ ଦାସ, ଦୁର୍ଯ୍ୟଧାନ ପାତ୍ର, ଜିତେନ୍ଦ୍ର ବେଉରା, ଦେଵବ୍ରତ ସାନା ପ୍ରମୁଖ ଆନ୍ଦୋଳନରେ ଯୋଗ ଦେଇ ଥିଲେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories