www.samajalive.in
Saturday, December 13, 2025
21.1 C
Bhubaneswar

ଚିତ୍ତାକର୍ଷକ ଫେସନ ଶୋ’: ‘ମହିଳା ହିଁ ପରିବର୍ତ୍ତନର ସୁତ୍ରଧର’କୁ ପ୍ରୋତ୍ସାହିତ କରିବ ସ୍ମୃତିର ଓଡ଼ିଶା

ଭୁବନେଶ୍ୱର: ଚଳିତ ୨୦୨୧କୁ ଏକ ସ୍ମୃତିପୂର୍ଣ୍ଣ ଅଧ୍ୟାୟ ହିସାବରେ ଏକ ହୃଦୟସ୍ପର୍ଶୀ ବିଦାୟ ଦେଉଛନ୍ତି ଭୁବନେଶ୍ୱର ବାସୀ। ଡ଼ିସେମ୍ବର ୧୯ ତାରିଖ, ରବିବାରରେ ହୋଟେଲ ତାଜ୍ ଭିଭାନ୍ତାରେ ଏକ ଆକର୍ଷକ କାର୍ଯ୍ୟକ୍ରମରେ ମିସ୍ ଏବଂ ମିସେସ୍ ଇଣ୍ଡିଆ ଗ୍ଳୋବାଲ ୨୦୨୧ ଘୋଷଣା କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅନେକ ବିଶିଷ୍ଟ ବ୍ୟକ୍ତି, ଫେସନ ମଡ଼େଲ ଏବଂ ଫେସନ ଜଗତର ଅନେକ ନାମୀଦାମୀ ଚେହେରା ପ୍ରମୁଖ ଯୋଗଦେଇ ଏକ ଆଦର୍ଶ ବିଷୟବସ୍ତୁକୁ ପ୍ରୋତ୍ସାହିତ କରିବା ସହ ଓଡ଼ିଶାର ସାଂସ୍କୃତିକ ସୌନ୍ଦର୍ଯ୍ୟକୁ ଉପସ୍ଥାପନ କରିଥିଲେ।
କାର୍ଯ୍ୟକ୍ରମରେ ବିଧାନସଭା ବାଚସ୍ପତି ଡ.ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚଳଚ୍ଚିତ୍ର ନିର୍ଦେଶକ ସବ୍ୟସାଚୀ ମହାପାତ୍ର, ୱାର୍ଲ୍ଡ ଓଡ଼ିଶା ସୋସାଇଟି ଅଧ୍ୟକ୍ଷ କିଶୋର ଦ୍ୱିବେଦୀ, ଅଭିନେତ୍ରୀ ନିତୁ କୋଇରାଲା, ରେଡ଼ିଓ ଚକଲେଟ୍ ଓ କନକ ନ୍ୟୁଜ୍ ନିର୍ଦେଶକ ତନୟା ପଟ୍ଟନାୟକ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ବିଚାରକ ମଣ୍ଡଳୀ ଭାବେ ମିସ୍ ଇଣ୍ଡିଆ ୟୁନିଭର୍ସ ୨୦୧୮ ନେହାଲ ଚୁଡ଼ାସମା, ମିସ୍ ଗ୍ଲୋବ ୨୦୧୬ ମିସ୍ ଇଣ୍ଡିଆ ଡ଼ିମ୍ପଲ ପଟେଲ ଯୋଗଦେଇଥିଲେ।
ସ୍ମୃତିର ଓଡ଼ିଶା ଚାରିଟେବଲ୍ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ‘ୱିମେନ୍ ଆଜ୍ ଚେଞ୍ଜ ମେକର’ ଅର୍ଥାତ୍ ‘ମହିଳା ହିଁ ପରିବର୍ତ୍ତନର ସୂତ୍ରଧର’ ପରି ଏକ ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା। ଏକ ପ୍ରତିଷ୍ଠିତ ଦାତବ୍ୟ ଅନୁଷ୍ଠାନ ଭାବେ ‘ସ୍ମୃତିର ଓଡ଼ିଶା’ ବାଳିକା, ଝିଅ ଏବଂ ମହିଳା ତଥା ସର୍ବୋପରି ସମାଜର ଭବିଷ୍ୟତକୁ ସୁଦୃଢ କରିବା ଦିଗରେ ନାନା କାର୍ଯ୍ୟକ୍ରମ ତଥା ପଦକ୍ଷେପ ଗ୍ରହଣ କରିଆସିଛି। ଉକ୍ତ କାର୍ଯ୍ୟକ୍ରମଟି ସେମାନଙ୍କ ସ୍ୱପ୍ନ ଏବଂ ତାଙ୍କୁ ସାହାଯ୍ୟ କରିବାର ଟ୍ରଷ୍ଟର ଇଚ୍ଛାଶକ୍ତି ମଧ୍ୟରେ ଏକ ବନ୍ଧ ଭାବେ କାର୍ଯ୍ୟ କରିବ।


ଓଡ଼ିଶାର ସାଂସ୍କୃତିକ ପରିପାଟିକୁ ବିଶ୍ୱସ୍ତରରେ ପହଞ୍ଚାଇବା ଏବଂ ବିଶ୍ୱ ଦରବାରରେ ପରିଚିତ କରାଇବା ହିଁ ମିସ୍ ଏବଂ ମିସେସ୍ ଇଣ୍ଡିଆ ଗ୍ଳୋବାଲ ୨୦୨୧ର ଲକ୍ଷ୍ୟ। ଚଳିତବର୍ଷ ସ୍ମୃତିର ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ବିଭିନ୍ନ ବିଭାଗରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସେଭେନ୍ ଲିଜେଣ୍ଡରି ଏବଂ ଆଇକନିକ ସମ୍ମାନରେ ସମ୍ମାନିତ କରାଯାଇଛି। ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଥିବା ବିଶେଷ ବ୍ୟକ୍ତିମାନଙ୍କୁ ମଧ୍ୟ ଉକ୍ତ ମଞ୍ଚରେ ସମ୍ମାନିତ କରାଯାଇଥିଲା। ଫେସନ ଶୋ ରେ ଉପାର୍ଜନ ସମସ୍ତ ଅର୍ଥ ମହିଳା ସଶକ୍ତିକରଣ ଏବଂ ଜଗନ୍ନାଥଧାମ ପୁରୀରେ ଏକ ବୃଦ୍ଧାଶ୍ରମର ନିର୍ମାଣ ନିମନ୍ତେ ପ୍ରଦାନ କରାଯିବ। ପରିଶେଷରେ ସ୍ମୃତିର ଓଡ଼ିଶାର ଅଧ୍ୟକ୍ଷ ବରିଷ୍ଠ ଦଇତାପତି ରାମଚନ୍ଦ୍ର ଦାସମହାପାତ୍ର, ସଭାପତି ଜାହିଦା ଅହମଦ, ମୁଖ୍ୟ ପୃଷ୍ଠପୋଷକ ଜୟଶ୍ରୀ ମହାନ୍ତି, ବିଚାରମଣ୍ଡଳୀ ଅଧ୍ୟକ୍ଷ ଡ. ଚିଦାତ୍ମିକ ଖଟୁଆ, ସାଧାରଣ ସମ୍ପାଦକ ଡ. ରଜନୀକାନ୍ତ ମିଶ୍ର ଏବଂ କାର୍ଯ୍ୟକ୍ରମ ପରିଚାଳକ ରୋହିତ ମାଥୁରଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥଇଲା।
୨୦୧୪ ମସିହାରେ ଆରମ୍ଭ ହୋଇଥିବା ସ୍ମୃତିର ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ଏକ ଲାଭ ରହିତ ଅନୁଷ୍ଠାନ ଯାହା ସାମାଜିକ ଉଦ୍ୟୋଗୀମାନଙ୍କୁ ସମାଜର ହିତସାଧନ ଉଦ୍ଦେଶ୍ୟରେ ଅନୁପ୍ରାଣିତ କରେ। ଦେଶ ବିଦେଶରେ ଉକ୍ତ ଅନୁଷ୍ଠାନର ଷାଠିଏରୁ ଅଧିକ ଆଜୀବନ ସଦସ୍ୟ ରହିଛନ୍ତି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories