www.samajalive.in
Monday, December 8, 2025
20.1 C
Bhubaneswar

ପାଣଗଣ୍ଡା ସମାଜ ପକ୍ଷରୁ ରକ୍ତଦାନ ଶିବିର

ବୌଦ୍ଧ : ବୌଦ୍ଧ ଜିଲା ପାଣଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଜିଲା ମୁଖ୍ୟଚିକିତ୍ସାଳୟର ରେଡକ୍ରସ ରକ୍ତଭଣ୍ଡାରଠାରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଜିଲା ସାଧାରଣ ସମ୍ପାଦକ ସୁୂଧାଂଶୁ ଡାଙ୍ଗଙ୍କ ନେତୃତ୍ୱରେ ଏବଂ ଜିଲା ଉପସଭାପତି ରୋହିତ କହଁରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ଜିଲାର ତିନିଗୋଟି ବ୍ଲକରୁ ସମାଜସେବୀମାନେ ଯୋଗଦେଇ ୩୦ ୟୁନିଟ ରକ୍ତଦାନ କରିଥିଲେ । ଏହି ସ୍ୱେଛାକୃତ ରକ୍ତଦାନ ଶିବିରରେ ସଂଗଠନର ମୁଖ୍ୟ ଉପଦେଷ୍ଟା ଶମ୍ଭୁନାଥ ମହାନନ୍ଦିଆ, ବରିଷ୍ଠ ସମାଜସେବୀ ସୁଜନ ବେହେରା, ଅନାଦି ବାଦୀ, ଜିଲା ଉପସଭାପତି ମକରଧ୍ୱଜ ମହାନନ୍ଦିଆ, ସହକାରୀ କୋଷାଧ୍ୟକ୍ଷ ରାମଚନ୍ଦ୍ର ତାଣ୍ଡି, ସଂଗଠନ ସଂପାଦକ ଦେବଦତ୍ତ ସାଗର, ରାଧାନଗର ପଞ୍ଚାୟତର ବ୍ଲକ ସଂଯୋଜକ ଉଗ୍ରସେନ ହାତୀ, ପଞ୍ଚାୟତ ସଭାପତି ଚିତ୍ରସେନ ବେହେରା,ବରିଷ୍ଠ ସମାଜସେବୀ କ୍ଷେତ୍ରମୋହନ ମହାନନ୍ଦ, ରାଜେନ୍ଦ୍ର ବାଘ, ଶଙ୍କର୍ଷଣ କହଁର, ମହାଦେବ କଲତା,ପଙ୍କଜ ବେହେରା, ଚିତ୍ତରଞ୍ଜନ ବେହେରା, ବାମନ ବେହେରା, ମାର୍କଣ୍ଡ କଲତା, ଅମୁଲ ବେହେରା, ପ୍ରବେଶ କୁମ୍ଭାର, ଶ୍ରୀଧର କୁମ୍ଭାର, ଷଣ୍ଢେଶ୍ୱର ଜଗଦଲ ପ୍ରମୁଖ ଯୋଗଦେଇ ରକ୍ତଦାନ କରିବା ସହିତ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories