www.samajalive.in
Saturday, December 13, 2025
26.1 C
Bhubaneswar

ବିପନ୍ନ ପରିବାରକୁ ଉଦ୍ଧାର କଲେ ସତ୍ୟବାଦୀ ଥାନାଧିକାରୀ

ସାକ୍ଷୀଗୋପାଳ: ସତ୍ୟବାଦୀ ଥାନା ଆରକ୍ଷୀ ନିରୀକ୍ଷକ ଦେବୀ ପ୍ରସାଦ ପାତ୍ର ଏକ ବିପନ୍ନ ପରିବାରକୁ ଉଦ୍ଧାର କରି ସୁରକ୍ଷିତ ଅବସ୍ଥାରେ ସେମାନଙ୍କ ଗ୍ରାମକୁ ପଠାଇ ଦେଇଛନ୍ତି। ଏହି ସହାୟତା ନିମନ୍ତେ ସ୍ଥାନୀୟ ଜନସାଧାରଣ ଆଇଆଇସି ଶ୍ରୀ ପାତ୍ରଙ୍କୁ ଭୁୟସୀ ପ୍ରଶଂସା କରିଥିଲେ।

ଏକ ବିପନ୍ନ ପରିବାର ଶୀତ କାକରରେ ସତ୍ୟବାଦୀ ଥାନା ଅନ୍ତର୍ଗତ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ ପାର୍ଶ୍ଵରେ ନଡ଼ିଆ ଫାର୍ମ ଫାଟକ ନିକଟରେ ଆଶ୍ରୟ ନେଇଥିଲେ। ସ୍ଥାନୀୟ ଜନସାଧାରଣ ଏ ସମ୍ପର୍କରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ଅଶୋକ ବେହେରାଙ୍କୁ ଜଣାଇଥିଲେ। ଶ୍ରୀଯୁକ୍ତ ବେହେରା ଏହି ବିପନ୍ନ ପରିବାରକୁ ସାତଶଂଖ ନିକଟରେ ଦେଖିଥିଲେ। ସେ ଏ ସମ୍ପର୍କରେ ସତ୍ୟବାଦୀ ଥାନା ଆଇଆଇସିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଇଆଇସି ଶ୍ରୀ ପାତ୍ର ବିପନ୍ନ ପରିବାର ନିକଟରେ ଥିବା ଆଧାର କାର୍ଡ ଅନୁଯାଇ ବିପନ୍ନ ବ୍ୟକ୍ତି ଜଣକ ଗୋବରା ପିଙ୍ଗୁଆ, ସ୍ତ୍ରୀ ଶାନ୍ତି ପିଙ୍ଗୁଆ, ୨ ବର୍ଷ ଓ ୧ ବର୍ଷର ଶିଶୁ ପୁତ୍ର ବୋଲି ଚି଼ହ୍ନଟ କରିଥିଲେ। ଏହି ବିପନ୍ନ ପରିବାରଙ୍କୁ ପୁଲିସ ଗାଡ଼ିରେ ନେଇ ସାକ୍ଷୀଗୋପାଳ ରେଳ ଷ୍ଟେସନ ପହଞ୍ଚିଥିଲେ। ସେ ୨ ଗୋଟି ଟିକେଟ କରି ସାକ୍ଷୀଗୋପାଳ ରେଳବାଇ ଫାଣ୍ଡି ପୁଲିସ ସହଯୋଗରେ ବିପନ୍ନ ପରିବାରଙ୍କୁ ସେମାନଙ୍କ ଗ୍ରାମ ଠିକଣାରେ ଯିବାରେ ସହଯୋଗ କରିଥିଲେ।

- Advertisement -

ଏହି ବିପନ୍ନ ପରିବାର କାମଧନ୍ଦା ଅନ୍ୱେଷଣରେ ପୁରୀ ଆସିଥିଲେ। ମାତ୍ର କୌଣସି କାମ ପାଇ ନ ଥିଲେ। ପାଖରେ ଥିବା ଅର୍ଥ ମଧ୍ୟ ସରିଯାଇଥିଲା। ଫଳରେ ବାଧ୍ୟ ହୋଇ ଏହି ବିପନ୍ନ ପରିବାର ଭୋକ ଉପାସରେ ଚାଲି ଚାଲି ନିଜ ଗ୍ରାମକୁ ଯାଉଥିଲେ।

ସାମ୍ବାଦିକ ଅଶୋକ ବେହେରା, ଅମର ଶତପଥି, ଆଲୋକ ଖୁଣ୍ଟିଆ, ଶିକ୍ଷକ ସତ୍ୟବାଦୀ ଦାସ ଓ ସମାଜସେବୀ ନୃସିଂହ ଚରଣ ସାହୁ ଏହି ବିପନ୍ନ ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories