www.samajalive.in
Sunday, December 14, 2025
26.1 C
Bhubaneswar

ଜିଲା ଅଙ୍ଗନବାଡୀ କର୍ମୀ ସଂଘ ଓ ଜିଲା ଆଶାକର୍ମୀ ସଂଘର ବାର୍ଷିକ ସମ୍ମିଳନୀ

ନବରଙ୍ଗପୁର: ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଜିଲା ଅଙ୍ଗନବାଡୀକର୍ମୀ ସଂଘ ଓ ଜିଲା ଆଶାକର୍ମୀ ସଂଘର ବାର୍ଷିକ ସମ୍ମିଳନୀ ଆରସିଡି ହାଇସ୍କୁଲ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଯୋଗଦେଇ ଅଙ୍ଗନବାଡୀ କର୍ମୀ ଓ ଆଶାକର୍ମୀଙ୍କର ସେବା ଅତୁଳନୀୟ ବୋଲି କହିଥିଲେ। ସେମାନେ ଶିଶୁମାନଙ୍କର ପାଳନକର୍ତ୍ତା ମା’ ଭାବେ କାମ କରୁଛନ୍ତି। ପାରିଶ୍ରମିକ ଓ ଦରମାକମ ପାଇ ବହୁ ଅସୁବିଧାରେ ଥିଲେ ମଧ୍ୟ ସେବାରୁ ବିଚ୍ୟୁତ ହୋଇନାହାନ୍ତି। ମହାମାରୀ କରୋନା ସମୟରେ ଅଙ୍ଗବାଡୀକର୍ମୀ ଓ ଆଶାକର୍ମୀଙ୍କୁ କାର୍ଯ୍ୟକୁ କେହିଭୂଲି ପାରିବେନାହିଁ। ସେମାନଙ୍କର ସେବା କାରଣରୁ ଏହି ଅଞ୍ଚଳ କରୋନାମୁକ୍ତ ହୋଇପାରିଥିବା କହିବା ସହ ସମସ୍ତ ଦାବି ସଂପର୍କରେ ସେ ସରକାରଙ୍କର ସହ ଆଲୋଚନା କରିବେ ବୋଲି କହିଥିଲେ।

ଏହି ଅବସରରେ ସେ କମ୍ୟୁନିଟିହଲ ପାଇଁ ୫ଲକ୍ଷଟଙ୍କା ବିଧାୟକ ପାଣ୍ଠିରୁ ଅନୁଦାନ ପ୍ରଦାନ କରିବାକୁ ଘୋଷଣା କରିଥିଲେ। ମୁଖ୍ୟବକ୍ତା ଭାରତୀୟ ମଜଦୁର ସଂଘର ରାଜ୍ୟ ଉପସଭାପତି ତଥା ଜିଲା ପ୍ରଭାରୀ ପ୍ରହଲ୍ଲାଦ ନାୟକ ଯୋଗଦେଇ ମଜଦୂରର ପ୍ରତିଷ୍ଠାର ଲକ୍ଷ୍ୟ, ଉଦ୍ଦେଶ୍ୟ ଏବଂ ତାର କାର୍ଯ୍ୟକାରିତା ସଂପର୍କରେ କହିଥିଲେ। ଶ୍ରମିକମାନଙ୍କର ହିତ ପାଇଁ ଲଢେଇ ଜାରି ରହିଥିବା ସୂଚାଇଥିଲେ। ଜିଲା ସଭାପତି ବାଙ୍କ ବିହାରୀ ବିଷୋୟୀ ଅଧ୍ୟକ୍ଷତା କରି ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ମଜଦୂର ସଂଘ ଏକ ଅଣରାଜନୈତିକ ଶ୍ରମିକ ସଂଗଠନ ବୋଲି କହିବା ସହ ସାରା ଭାରତବର୍ଷରେ ଏକ ନମ୍ବର ହାସଲକରିଥିବାବେଳେ ସାରା ବିଶ୍ୱରେ ଦୁଇ ନମ୍ବର ସ୍ଥାନରେ ରହିଥିବା କହିବା ସହ ମଞ୍ଚ ପରିଚାଳନା କରିଥିଲେ। ଜିଲା ସମ୍ପାଦକ ପରମେଶ୍ୱର ବିଷୋୟୀ ବାର୍ଷିକ ବିବରଣୀ ପାଠ କରିବା ସହ କରୋନାରେ ମୃତ୍ୟୁବରଣ କରିଥିବାକାର୍ଯ୍ୟକର୍ତ୍ତା ଓ ଦେଶର ମହାନବ୍ୟକ୍ତିଙ୍କର ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଅଙ୍ଗନବାଡୀ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସବିତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲା ଅଙ୍ଗନବାଡୀ ସଂଘର ସଭାନେତ୍ରୀ ଏହି ଅବସରରେ ଦୁଇଟି ସଂଘର ନୂତନ କମିଟି ଘୋଷଣା କରାଯାଇଥିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories