www.samajalive.in
Saturday, December 13, 2025
26.1 C
Bhubaneswar

ଏକାମ୍ରରେ ୨ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ

ଭୁବନେଶ୍ବର: ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଧଉଳି ଗ୍ରାମ ପଞ୍ଚାୟତରେ ୨ କୋଟି ଟଙ୍କାର ପ୍ରକଳ୍ପ କୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶୁଭାରମ୍ଭ କରିଛନ୍ତି। ସେଥିମଧ୍ୟରୁ କୃଷ୍ଣପୁରରେ ୯୫ ଲକ୍ଷ ଟଙ୍କାର ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ୧ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ସୁଉଚ୍ଚ ଏବଂ ୧.୫୦ ଲକ୍ଷ ଲିଟର ବିଶିଷ୍ଟ ଭୂତଳ ଜଳଭଣ୍ଡାରର ଲୋକାର୍ପଣ ହୋଇଛି। ଏହା ଦ୍ବାରା ପ୍ରାୟ ୭୦୦ ପରିବାରକୁ ଜଳ ଯୋଗାଣ ହୋଇପାରିବ। ଏହାପରେ ୫୦ ଲକ୍ଷ ଟଙ୍କାର କଲ୍ୟାଣ ମଣ୍ଡପ, ସରଦେଇ ପୁର, ସାମନ୍ତରାପୁର ପାଟଣା, ନଖାଉର ପାଟଣା, କାଣ୍ଡି ସାହି ଏବଂ ଜଗନ୍ନାଥ ପୁର ପାଟଣା ରେ ୨୫ ଲକ୍ଷ ଟଙ୍କାରେ ୫ ଗୋଟି ମିଶନ ଶକ୍ତି ଗୃହର ଉଦଘାଟନ, ୩ ଲକ୍ଷ ଟଙ୍କାରେ ପଞ୍ଚାୟତସ୍ତରୀୟ ମିଶନ ଶକ୍ତି ମହାସଂଘ ଗୃହ, ୧୦ ଲକ୍ଷ ଟଙ୍କାର ମାର୍କେଟ କମ୍ପ୍ଲେକ୍ସ, ସରଦେଇପୁର ଠାରେ ୩ ଲକ୍ଷ ଟଙ୍କାର ରାସ୍ତା ଓ ଡ୍ରେନ, ସାଧୁବିହାରର ୧ ଲକ୍ଷ ଟଙ୍କାର କଂକ୍ରିଟ ରାସ୍ତାର ଶିଳାନ୍ୟାସ କରିଥିଲେ। ସେହିପରି ଧଉଳି ଗ୍ରାମ ପଞ୍ଚାୟତର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟକାର୍ଡ ଓ ଶ୍ରମିକ କଲ୍ୟାଣ କାର୍ଡ ହିତାଧିକାରୀଙ୍କୁ ଶ୍ରୀ ପଣ୍ଡା ବଣ୍ଟନ କରିଥିଲେ।

ଏକାମ୍ର କଲେଜ ନିକଟରେ ଏକ ୱେଟର କିଏସ୍କୋ ଉଦଘାଟିତ ହୋଇଛି। ପରେ ୱାର୍ଡ ନଂ ୫୩ , ୬୧,୬୨,୬୪,୬୬,୬୭ ର ହିତାଧିକାରୀ ମାନଙ୍କୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରିବା ସହ ଡୁମୁଡୁମା ଖେଳ ପଡିଆରେ କ୍ରିକେଟ ଟୁର୍ଣାମେଣ୍ଟକୁ ମଧ୍ୟ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଜୋନାଲ ଡେପୁଟି କମିଶନର ମହେନ୍ଦ୍ର କୁମାର ବଢେଇ,ରବି ନାରାୟଣ ଜେଠି, ବିଡ଼ିଓ ରମେଶ ଚନ୍ଦ୍ର ସେଠୀ, ଜିଲ୍ଲା ପରିଷଦ ସଭ୍ୟା ଦୀପ୍ତିମୟୀ ସୁନ୍ଦରାୟ, ସରପଞ୍ଚ ପୂର୍ଣ୍ଣିମା ସାହୁ , ସମିତି ସଭ୍ୟ ଭଗବାନ ସାହୁ, ପୂର୍ବତନ କର୍ପୋରେଟର ମହାମାୟା ସ୍ୱାଇଁ, ଅନୀତା ରାଣୀ ମହାନ୍ତି, ହୃଦୟବଲ୍ଲଭ ସାମନ୍ତରାୟ,ଦେବୀ ପ୍ରସାଦ ନନ୍ଦ, ଛବି ଦାସ , ମୂଜାହିଡ ହୁସେନ, ସମାଜ ସେବୀ ସୁବାସ ସୁନ୍ଦରାୟ,ତପନ ରାଉତ, ଜିତେନ୍ଦ୍ର ନନ୍ଦ, ଶିବ ରାୟ, ପ୍ରସନ୍ନ ପରିଡା, ସୁଦ୍ଧା ରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories