www.samajalive.in
Friday, December 12, 2025
14.1 C
Bhubaneswar

ଏନକାଉଣ୍ଟରକୁ ବିରୋଧ ଓ ଦେଶ ବିରୋଧୀ ସ୍ଲୋଗାନ ପାଇଁ ମା-ଝିଅ ଗିରଫ : ପୁଲିସକୁ ସମାଲୋଚନା

ଶ୍ରୀନଗର : ଜମ୍ମୁ-କଶ୍ମୀରର ରାଜଧାନୀ ଶ୍ରୀନଗରରେ ଡିସେମ୍ବର ୧୩ରେ ଗୁଳି ବିନିମୟ ବା ଏନକାଣ୍ଟର ବିରୋଧରେ ବିରୋଧୀ ତଥା ଦେଶ ବିରୋଧୀ ସ୍ଲୋଗାନ ଦେବା ଅଭିଯୋଗରେ ଜଣେ ମହିଳା ଏବଂ ତାଙ୍କ ଝିଅକୁ ପୁଲିସ ଗିରଫ କରିଛି।

ତେବେ ପୁଲିସ ଏହି ପଦକ୍ଷେପ ପାଇଁ କାଶ୍ମୀର ଉପତ୍ୟକାରେ ବହୁ ସମାଲୋଚନାର ଶିକାର ହେଉଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ସହ କଥା ହେବା ପରିବର୍ତ୍ତେ ପ୍ରଶାସନ ଲୋକଙ୍କ ବିରୋଧରେ ଛିଡା ହୋଇଛି। ସେ କହିଛନ୍ତି ଯେ ବର୍ତ୍ତମାନ କାଶ୍ମୀର ପ୍ରଶାସନ ଜଣେ ମହିଳାଙ୍କୁ ଗିରଫ କରିବା ଭଳି ଘଟଣାରେ ନିମ୍ନ ସ୍ତରକୁ ଚାଲି ଆ​‌ସିଛି।

- Advertisement -

ପିପୁଲ୍ସ କନଫରେନ୍ସର ସଭାପତି ସଜ୍ଜାଦ ଗାନି ଲୋନ କହିଛନ୍ତି ଯେ କେବଳ ବିରୋଧ ପ୍ରଦର୍ଶନ ପାଇଁ ଦୁଇଜଣ ମହିଳାଙ୍କୁ ଗିରଫ କରିବା ଅତ୍ୟନ୍ତ ନିନ୍ଦନୀୟ । ଲୋନ କହିଛନ୍ତି, ଯେଉଁଠାରେ ସରକାରଙ୍କ ଖଣ୍ଡା ସବୁବେଳେ ଆମ ମୁଣ୍ଡରେ ଝୁଲୁଛି ସେହି ସ୍ଥାନରେ ରହିବା ଅତ୍ୟନ୍ତ ଦୁଃଖଦାୟକ।

ଗିରଫ ହୋଇଥିବା ମହିଳାମାନେ ଶ୍ରୀନଗରର ରଙ୍ଗରେଥ ୱାନାବଲ୍ ଅଞ୍ଚଳର ଆଶିକ୍ ଅହମ୍ମଦ ସୋଫିଙ୍କ ପତ୍ନୀ ଆଫ୍ରୋଜା ଏବଂ ସେମାନଙ୍କ ଝିଅ ଆୟେଶା ବୋଲି ଜଣାପଡିଛି। ସେମାନଙ୍କୁ ମହିଳା ପୁଲିସ ଥାନା ରାମବାଗରେ ରଖାଯାଇଛି।

ରଙ୍ଗରେଥରେ ହୋଇଥିବା ଏନକାଉଣ୍ଟରରେ ସେମାନେ ଦୁଇଜଣ ଲଶ୍କର-ଇ-ତାଇବା ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ପୁଲିସ କହିଛି । ନିହତ ହୋଇଥିବା ଉଭୟ ବ୍ୟକ୍ତି ଅନେକ ଆତଙ୍କବାଦୀ ମାମଲା ଏବଂ ନାଗରିକଙ୍କୁ ଅତ୍ୟାଚାରରେ ଜଡିତ ଥିଲେ ଏବଂ ଶ୍ରୀନଗର ସହରରେ ଘଟିଥିବା ହତ୍ୟାକାଣ୍ଡରେ ମଧ୍ୟ ସେମାନଙ୍କର ଭୂମିକା ରହିଥିଲା।

ଜଣେ ବୃଦ୍ଧ ବ୍ୟକ୍ତି, ନିଜର ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ କେବଳ ନିଜର ଭାବନା ପ୍ରକାଶ କରିଥିବାରୁ ତାଙ୍କୁ ଜେଲରେ କାହିଁକି ରଖାଗଲା ? ସେମାନଙ୍କର ଅପରାଧ କ’ଣ ? ସେମାନେ ଆତଙ୍କବାଦୀ ନୁହଁନ୍ତି। ଏହିପରି କାର୍ଯ୍ୟ କେବଳ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ବିଚ୍ଛିନ୍ନତା ଏବଂ କ୍ରୋଧ ସୃଷ୍ଟି କରେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories