www.samajalive.in
Sunday, December 14, 2025
26.1 C
Bhubaneswar

ଡିଜି ପାହ୍ୟା ସହ କେରଳରେ ଉଚ୍ଚ ପଦରେ ଓଡ଼ିଆ


ରାଉରକେଲା : ସୁନ୍ଦରଗଡ଼ ଜିଲାର ଉପାନ୍ତ ଗ୍ରାମ ଜୁଲୁମବାହାଲରେ ଜନ୍ମିତ ଡ.ସଞ୍ଜିବ ପାଟ୍ଟଯୋଶୀ ପୁଲିସ ମହାନିର୍ଦେଶକ ପାହ୍ୟାକୁ ପଦୋନ୍ନତି ପାଇଛନ୍ତି। ଏଥିସହ ସେ କେରଳ ରାଜ୍ୟ ବେସାମରିକ ଯୋଗାଣ ନିଗମର ମୁଖ୍ୟନିର୍ବାହୀ ଅଧିକାରୀ ଏବଂ ଅଧ୍ୟକ୍ଷ ଭାବେ ଅବସ୍ଥାପିତ ହୋଇଛନ୍ତି। ଆଇଆଇଟି କାନପୁର ଓ ଏନ୍‌ଆଇଟି ନାଗପୁରରେ ପ୍ରଯୁକ୍ତି ବିଦ୍ୟା ହାସଲ କରିଥିବା ଡ.ପାଟ୍ଟଯୋଶୀ ଏମବିଏ, ଅର୍ଥଶାସ୍ତ୍ରରେ ଡକ୍ଟରେଟ୍‌ କରିବା ସହିତ ବହୁ ବୈଦେଶିକ ପ୍ରଶିକ୍ଷଣ ଓ ଅଭିଜ୍ଞତା ଲାଭ କରିଛନ୍ତି। କେରଳ କ୍ୟାଡରର ଏହି ଭାରତୀୟ ପୁଲିସ ସେବା ଅଧିକାରୀ (ଆଇପିଏସ୍‌) ଅତୀତରେ ଯୁଗ୍ମ ସଚିବ ତଥା ଜାତୀୟ ସମବାୟ ପରିଚାଳନା ପ୍ରତିଷ୍ଠାନ ଓ ସାର୍କ ଅନ୍ତର୍ଜାତୀୟ କୃଷିକେନ୍ଦ୍ର ପୁଣେରେ କାର୍ଯ୍ୟ କରିଛନ୍ତି। ବିଭିନ୍ନ ସମୟରେ ସେ କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର, ପଞ୍ଚାୟତିରାଜ ବିଭାଗରେ ଯୁଗ୍ମ ସଚିବ ରହି ବହୁ ସଫଳତା ଓ ସଂସ୍କାରମୂଳକ କାର୍ଯ୍ୟ ଯୋଗୁଁ ସୁନାମ ସାଉଁଟିଛନ୍ତି। ଏହାଛଡ଼ା କେରଳର ତିନିଟି ସରକାରୀ ସଂସ୍ଥା (କେରଳ ସଡ଼କ ପରିବହନ ନିଗମ, ଚଳଚ୍ଚିତ୍ର ଉନ୍ନୟନ ନିଗମ ଓ କେରଳ ସମବାୟ ଦୁଗ୍ଧମହାସଂଘ)ରେ ସେ ପରିଚାଳନା ନିର୍ଦେଶ ଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories