www.samajalive.in
Sunday, December 7, 2025
26.1 C
Bhubaneswar

ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବାଘଗଣନା ଆରମ୍ଭ 

ହରଭଙ୍ଗା : ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟର କୁଶଙ୍ଗ,ଛମୁଣ୍ଡିଆ,କୁଆଁରିଆ ଏବଂ ବାଣିଗୋଛା (ପଶ୍ଚିମ) ଭଳି ୪ଟି ରେଞ୍ଜରେ ବୁଧୁବାରଠାରୁ ଚଳିତବର୍ଷ ବାଘ ଗଣନା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଚଳିତବର୍ଷ ସାତଦିନଧରି ଡିଜିଟାଲ ସର୍ଭେ,ଆପ ମାଧ୍ୟମରେ ଏହି ଗଣନା କାର୍ଯ୍ୟ ଚାଲିବ। ଗଣନା କାର୍ଯ୍ୟରେ କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜର ୧୧ଟି ବିଟରେ ୩୩ଜଣ,ଛାମୁଣ୍ଡିଆ ରେଞ୍ଜର ୧୨ଟା ବିଟରେ ୩୬ଜଣ,ବାଣିଗୋଛା ୦୭ଟି ବିଟରେ ୨୧ଜଣ ଏବଂ କୁଆଁରିଆ ୦୭ଟି ବିଟରେ୨୧ଜଣକୁ ମିଶାଇ ମୋଟ ଶହେଏଗାର ଜଣ ବନ୍ୟପ୍ରାଣୀ କର୍ମଚାରୀ ନିୟୋଜିତ ହୋଇଥିବା ସୂଚନା ମିଳିଛି।
ଭୋର ସକାଳୁ ସକାଳୁ ଅଭୟାରଣ୍ୟ ମଧ୍ୟରେଥିବା ବିଭିନ୍ନ ବିଟ ଅଂଚଳରେ ବୁଲି ବୁଲି ବନ୍ୟପ୍ରାଣୀଙ୍କ ପାଦଚିହ୍ନ,ମଳ,ଗର୍ଜ୍ଜନ,ରାମ୍ପୁଡା ଦାଗକୁ ଚିହ୍ନଟ କରି ଡିଜିଟାଲ ସର୍ଭେ ଏବଂ ଇକୋଲୋଜିକାଲ ମୋବାଇଲ ଆପ ସାହାଯ୍ୟରେ ବିଭିନ୍ନ ପ୍ରଜାତିର ବାଘ ତଥା ମାଂସାଶୀ ପ୍ରାଣୀ ଏବଂ ତୃଣଭୋଜୀ ପ୍ରାଣୀଙ୍କ ଗଣନା ଚାଲିବ। ପ୍ରତ୍ୟେକ ରେଞ୍ଜରେ ଦୁଇଟି ଟ୍ରାନିଜିଟ ରେ ଏହି ଗଣନା କାର୍ଯ୍ୟ ଚାଲିଥିବାବେଳେ ଅଭୟାରଣ୍ୟ ମଧ୍ୟରେ ମହାବଳ ବାଘ,ଚିତାବାଘ,ବଣ କୁକୁର ,ରାମଶୀଆଳ ଭଳି ସମସ୍ତ ପ୍ରଜାତିର ମାଂଶାସୀ ଏବଂ ତୃଣଭୋଜୀ ପ୍ରାଣୀଙ୍କ ଗଣନା କରାଯାଉଛି।
ପ୍ରଥମ ଦଫାରେ ୧୫ରୁ୧୭ ତିନିଦିନପର୍ଯ୍ୟନ୍ତ ମାଂଶାସୀ ପ୍ରାଣୀ,ବଡ ତୃଣଭୋଜି ପ୍ରାଣୀଙ୍କ ସର୍ଭେ କରାଯିବ । ଦ୍ୱିତୀୟ ଦଫାରେ ଅର୍ଥାତ ୨୦ରୁ୨୩ ପର୍ଯ୍ୟନ୍ତ ଚାରିଦିନଧରି ତୃଣଭୋଜୀ ପ୍ରାଣୀ,ଟ୍ରାଜିଟ୍ ଲାଇନ ସହିତ ବୃକ୍ଷରାଜୀ ଏବଂ ଗୁଳ୍ମଲତାଙ୍କ ପି.ଆଇ.ପି ଏବଂ ଇକୋଲୋଜିକାଲ ମୋବାଇଲ ଆପ ସାହାଯ୍ୟରେ ସର୍ଭେ କରାଯାଇ ଗଣନା କାର୍ଯ୍ୟ କରାଯିବ ବୋଲି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୂଚନା ମିଳିଛି। କୁଶଙ୍ଗ,ଛାମୁଣ୍ଡିଆ, ବାଣିଗୋଛା , କୁଆଁରିଆ ଭଳି ୪ରେଞ୍ଜର ଗଣନା କାର୍ଯ୍ୟ ତଦାରଖ ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସମୀର କୁମାର ଶତପଥି କରୁଥିବା ସୂଚନା ମିଳିଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories