www.samajalive.in
Saturday, December 13, 2025
15.1 C
Bhubaneswar

ସଞ୍ଜୟଙ୍କ ବ୍ୟକ୍ତିଗତ ସହାୟକଙ୍କୁ ହତ୍ୟା ଘଟଣା : ମୃତକଙ୍କ ପରିବାରକୁ ଭେଟିଲା କ୍ରାଇମବ୍ରାଞ୍ଚ

ପୁରୀ : ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଖୋଜୁଛନ୍ତି ଅପରାଧ ନିୟନ୍ତ୍ରଣ ଶାଖା ଅଧିକାରୀ (କ୍ରାଇମବ୍ରାଞ୍ଚ)। ଗୁରୁବାର ଚିତ୍ତରଞ୍ଜନଙ୍କ ଗ୍ରାମ ସାନବନ୍ଧକେରା ଯାଇ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରାଯାଇଛି। ଏହାଛଡ଼ା ସଞ୍ଜୟଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସ୍‌ଓ) ସର୍ବେଶ୍ବର ଜେନାଙ୍କୁ ଥାନାରେ ଓ ଶାସନ ଦାମୋଦରପୁର ଗ୍ରାମର ଜଗନ୍ନାଥ ଷଡ଼ଙ୍ଗୀ ଏବଂ ମୃତ ଚିତ୍ତରଞ୍ଜନଙ୍କ ପୁତୁରା ଦିଲୀପ ପଲେଇଙ୍କୁ କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଦଳ ପଚରାଉଚରା କରିଛନ୍ତି। ମୃତ୍ୟୁ ପୂର୍ବରୁ ଭୋଜିରେ ଯୋଗ ଦେଇଥିବା ଉମାକାନ୍ତ ପାଇକରାୟ ଏବଂ ସୂର୍ଯ୍ୟନାରାୟଣ ମିଶ୍ରଙ୍କଠାରୁ ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି। ଚିତ୍ତରଞ୍ଜନଙ୍କ ହତ୍ୟା ଘଟଣାରେ ଜଣେ ଯୁବତୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। କ୍ରାଇମବ୍ରାଞ୍ଚ ଉପ ଅଧୀକ୍ଷକ (ଡିଏସ୍‌ପି) ଶିଶିର କୁମାର ମିଶ୍ରଙ୍କ ନେତୃତ୍ବରେ ୪ଜଣିଆ ଦଳ ଗୁରୁବାର ଗଡ଼ମୃଗଶିରା-ଜମାରସୁଅଁା ନଦୀବନ୍ଧ ଏବଂ ମୃତଦେହ ମିଳିଥିବା ସ୍ଥାନ ପରିଦର୍ଶନ କରିଛନ୍ତି। ମୃତଦେହ ମିଳିଥିବା ନଦୀର ପାଣି ଗଭୀରତା ମାପ କରାଯାଇଛି। ଚିତ୍ତରଞ୍ଜନଙ୍କ ଶବ ବ୍ୟବଚ୍ଛେଦ ଏବଂ ଭିସେରା ରିପୋର୍ଟକୁ ଅପେକ୍ଷା କରିଛି କ୍ରାଇମବ୍ରାଞ୍ଚ।
ଖୁବ୍‌ଶୀଘ୍ର ଚିତ୍ତରଞ୍ଜନଙ୍କ ହତ୍ୟା ରହସ୍ୟ ଉନ୍ମୋଚନ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି। ଶନିବାର ରାତିରେ ଭୋଜିରେ ଯୋଗ ଦେଇଥିବା ୪ ଜଣଙ୍କୁ ପୃଥକ ଜେରା କରାଯାଉଛି। ସେମାନଙ୍କ ମୋବାଇଲ ଫୋନ୍‌ ଜବତ କରାଯାଇ କଲ୍‌ରେକର୍ଡ ଅନୁଧ୍ୟାନ କରାଯାଉଥିବା ସୂଚନା ମିଳିଛି। ଶନିବାର ରାତିରେ ପୁତୁରା ଦିଲୀପ ସହ ଚିତ୍ତରଞ୍ଜନ ପୁରୀ ଆସିଥିଲେ। ମାଟିଆପଡ଼ାରେ ଏକ ଘରେ ଭୋଜି କରାଯାଇଥିଲା। ସେଠାରୁ ଚିତ୍ତରଞ୍ଜନ ଓ ଜଗନ୍ନାଥ ମୋଟରସାଇକଲରେ ଗଡ଼ମୃଗଶିରା-ଜମାରସୁଅଁା ନଦୀବନ୍ଧକୁ ଯାଇଥିଲେ। ସେମାନଙ୍କ ସହ ଆଉକେତେଜଣ ବ୍ୟକ୍ତି ସେଠାରେ ମଦ୍ୟପାନ କରିଥିବା ସନ୍ଦେହ କରାଯାଉଛି। ରବିବାର ସକାଳେ ସେଠାରୁ ଚିତ୍ତରଞ୍ଜନଙ୍କ ସୁନାଚେନ୍‌ ଓ ଚପଲ ମିଳିଥିଲା। ଧସ୍ତାଧସ୍ତି ଓ ଘୋଷଡ଼ା ଦାଗସହ ରକ୍ତଛିଟା ପଡ଼ିଥିଲା। ଏହି ସ୍ଥାନଠାରୁ ପ୍ରାୟ ୨୪ କି.ମି ଦୂର ନୂଆଗଁା ଭାର୍ଗବୀ ଶାଖାନଦୀରୁ ସୋମବାର ସକାଳେ ଚିତ୍ତରଞ୍ଜନଙ୍କ କ୍ଷତବିକ୍ଷତ ଶବ ପୁଲିସ ଜବତ କରିଥିଲା। ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିବାବେଳେ ପୁଲିସ ଜଗନ୍ନାଥକୁ ଧରିନେଇ ଥାନାରେ ଅଟକ ରଖିଥିଲା। ଚିତ୍ତରଞ୍ଜନଙ୍କ ହତ୍ୟା ଘଟଣାରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମାଙ୍କ ସମ୍ପୃକ୍ତି ଥିବା ପତ୍ନୀ ପ୍ରିୟଙ୍କା, ଭଉଣୀ ରିଲି ଏବଂ ବଡ଼ବୋଉ ସୋମବାର ଅଭିଯୋଗ କରିଥିଲେ। ସଞ୍ଜୟଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଚିତ୍ତରଞ୍ଜନଙ୍କ ପତ୍ନୀ ଦାବି କରିଥିଲେ। ମଙ୍ଗଳବାର ମୃତକଙ୍କ ଭଉଣୀ ମତ ପରିବର୍ତ୍ତନ କରି କେବଳ ଜଗା ନାମ କହିଥିଲେ। ତଦନ୍ତ ଶେଷ ପୂର୍ବରୁ ପରିବାର ଲୋକେ ହଠାତ ମତ ପରିବର୍ତ୍ତନ କରିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଚିତ୍ତରଞ୍ଜନଙ୍କ ଅପହରଣ ଓ ହତ୍ୟା ଘଟଣାରେ ଆଉକିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଥିବା କ୍ରାଇମବ୍ରାଞ୍ଚ ଆଶଙ୍କା କରୁଛି। କିଛି ସନ୍ଦିଗ୍ଧ ଯୁବକଙ୍କୁ ବାସେଳୀସାହି ଥାନାରେ ରଖି କ୍ରାଇମବ୍ରାଞ୍ଚ ଅଧିକାରୀ ପଚରାଉଚରା କରୁଛନ୍ତି। ଗୁରୁବାର ଜଣେ ଯୁବତୀଙ୍କ ସମ୍ପର୍କରେ ସୂଚନା ମିଳିବା ପରେ ତଦନ୍ତ ଭିନ୍ନ ମୋଡ଼ ନେଇଛି। ତାଙ୍କୁ ଜେରା କରାଯିବା ପରେ ହତ୍ୟାକାଣ୍ଡର କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିବା ସମ୍ଭାବନା ରହିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories