www.samajalive.in
Saturday, December 13, 2025
15.1 C
Bhubaneswar

କେମିତି ଚାଲିଛି ଜେଲ ସାକ୍ଷରତା, ୨୩ ବଦଳରେ ଅଛନ୍ତି ୬ ଜଣ ଶିକ୍ଷକ

ସରକାରଙ୍କ ମାଳ ମାଳ ଯୋଜନା ଭିତରେ ପ୍ରକୃତ ଲକ୍ଷ୍ୟ ହାସଲ ହେବା ତ ଦୂରର କଥା, ବରଂ ତାହା ଏବେ କେବଳ କାଗଜକଲମ ମଧ୍ୟରେ ସୀମିତ ରହି ଯାଇଥିବା ଜଣାପଡିଛି। ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ଏବେ ସରକାରଙ୍କ ପକ୍ଷରୁ ଫାଇଭ-ଟି ଅଧୀନରେ ବିଦ୍ୟାଳୟ ନବୀକରଣ ସହ ଶିକ୍ଷକ ନିଯୁକ୍ତି କରାଯାଉଛି। ତେବେ ରାଜ୍ୟର ବିଭିନ୍ନ ଜେଲରେ ରହୁଥିବା ଅନ୍ତେବାସୀମାନଙ୍କୁ ସାକ୍ଷର କରିବା ନିମନ୍ତେ ଯୋଜନା ବିଫଳ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ବିଭିନ୍ନ ଜେଲରେ ଅନ୍ତେବାସୀମାନଙ୍କ ସାକ୍ଷର କରିବା ଲାଗି ୨୩ଟି ମଞ୍ଜୁରୀ ପ୍ରାପ୍ତ ଶିକ୍ଷକ ପଦବୀ ମଧ୍ୟରୁ ଏବେ ମାତ୍ର ୬ ଜଣ ଶିକ୍ଷକ ଥିବା ଜଣାପଡିଛି।

ମୋଟ ମଞ୍ଜୁରୀପ୍ରାପ୍ତ ୨୩ଟି ଶିକ୍ଷକ ପଦବୀ ମଧ୍ୟରୁ ବାଲେଶ୍ୱର, ବାରିପଦା, ଅନୁଗୁଳ, ସମ୍ବଲପୁର, ଭୁବନେଶ୍ୱର ଓ ଚୌଦ୍ୱାର ସର୍କଲ ଜେଲରେ ଏବେ ଜଣେ ଲେଖାଏଁ ଶିକ୍ଷକ କାର୍ଯ୍ୟ କରୁଥିବା ଜଣାପଡିଛି। ଆସନ୍ତା ୨ ବର୍ଷ ଅଧ୍ୟରେ ସେହି ୬ ଜଣ ଶିକ୍ଷକଙ୍କ ମଧ୍ୟରୁ ୨ ଜଣ ଅବସର ଗ୍ରହଣ କରିବେ। ଜେଲ ବିଭାଗ ପକ୍ଷରୁ ଶେଷ ଥର ପାଇଁ ୨୦୦୦ ମସିହାରେ ୨ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଏବେ ୧୭ଟି ଶିକ୍ଷକ ପଦବୀ ଖାଲି ପଡିଛି।

- Advertisement -

ଜେଲ ସାକ୍ଷରତା ନିମନ୍ତେ ବହୁ ପୂର୍ବରୁ ଜିଲ୍ଲା ଶିକ୍ଷାଧିକାରୀ ଶିକ୍ଷକ ଚୟନ କରୁଥିବା ବେଳେ ପରବର୍ତ୍ତୀ ସମୟରେ ଖୋଦ ଜେଲ ବିଭାଗ ଶିକ୍ଷକ ଚୟନ କରୁଛି। ସୂଚନା ଅନୁଯାୟୀ ରାଜ୍ୟରେ ଥିବା ଚୌଦ୍ୱାର, ସମ୍ବଲପୁର, ବ୍ରହ୍ମପୁର, ବାରିପଦା ଏବଂ କୋରାପୁଟ ସର୍କଲ ଅଧୀନରେ ୮୮ଟି ଜେଲ ରହିଛି। ଚୌଦ୍ୱାର ସର୍କଲ ଅଧୀନରେ ୧୯, ସମ୍ବଲପୁର ସର୍କଲ ଅଧୀନରେ ୧୯, ବ୍ରହ୍ମପୁର ସର୍କଲ ଅଧୀନରେ ୨୩, ବାରିପଦା ସର୍କଲ ଅଧୀନରେ ୧୩ ଏବଂ କୋରାପୁଟ ସର୍କଲ ଅଧୀନରେ ୧୪ଟି ଉପଖଣ୍ଡ ସ୍ତରୀୟ କାରାଗାର, ଜିଲ୍ଲା କାରାଗାର ଏବଂ ସ୍ୱତନ୍ତ୍ର ଜେଲ ରହିଛି।

ରାଜ୍ୟରେ ଥିବା କାରାଗାର ଗୁଡିକରେ ୧୯ ହଜାର ୮୫୫ କଏଦୀ ରହିବା ବ୍ୟବସ୍ଥା ରହିଛି ଓ ସେଥିମଧ୍ୟରୁ ୧୮ ହଜାର ୧୨ ଜଣ ପୁରୁଷ ଓ ୧ ହଜାର ୮୪୩ ମହିଳା ରହିବା ବ୍ୟବସ୍ଥା ରହିଛି। ଅନ୍ୟପକ୍ଷରେ ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା ରାଜ୍ୟର କାରାଗାରଗୁଡ଼ିକରେ ୨୧ ହଜାର ୬୭୬ ଜଣ ଅଭିଯୁକ୍ତ ଓ ବିଚାରାଧୀନ କଏଦୀ ରହୁଛନ୍ତି। ସେମାନଙ୍କ ମଧ୍ୟରେ ୫୬ ଜଣ ଶିଶୁ ରହିଥିବା ଜଣାପଡିଛି। ଅନେକଗୁଡ଼ିଏ କାରାଗାରରେ ଜାତୀୟ ମୁକ୍ତ ବିଦ୍ୟାଳୟ ସଂଗଠନ (ଏନଆଇଓଏସ), ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ଏବଂ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଓଏସଓୟୁ)ର ଶାଖା ରହିଥିବା ବେଳେ ହଜାର ହଜାର ସଂଖ୍ୟାରେ ଅନ୍ତେବାସୀ ଏହା ଅଧୀନରେ ବିଭିନ୍ନ ପାଠ୍ୟକ୍ରମରେ ପାଠ ପଢୁଛନ୍ତି। ଆବଶ୍ୟକ ସଂଖ୍ୟକ ଶିକ୍ଷକ ନ ଥିବା ଯୋଗୁ, ପରୀକ୍ଷା ସମୟରେ ବିଭିନ୍ନ କାରାଗାରରୁ ପଞ୍ଜିକୃତ ଅନ୍ତେବାସୀମାନଙ୍କୁ ପରୀକ୍ଷା କେନ୍ଦ୍ର ହେଉଥିବା କାରାଗାରକୁ ଅଣାଯାଉଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories