www.samajalive.in
Tuesday, December 9, 2025
17.1 C
Bhubaneswar

ଝିଲିମିଣ୍ଡାରେ ମହାଲକ୍ଷ୍ମୀ ପୂଜାର ରୌପ୍ୟ ଜୟନ୍ତୀ ଉତ୍ସବ

ରେଙ୍ଗାଲି କେମ୍ପ :  ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମରେ ପାଳିତ ହେଉଛି ମହାଲକ୍ଷ୍ମୀ ପୂଜାର ୨୫ ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ।ରୌପ୍ୟ ଜୟନ୍ତୀ କମିଟିର ସଭାପତି ଯାଦବ ଭୋଇଙ୍କ ସଭାପତିତ୍ବରେ ବିଭିନ୍ନ ପ୍ରାରମ୍ଭିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଏହି ରୌପ୍ୟ ଜୟନ୍ତୀ  ଗତ ୧୫ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୦ତାରିଖ ରେ ସମ୍ପନ୍ନ ହେବ । ମହାଲକ୍ଷ୍ମୀ ପୂଜାର ୨୫ବର୍ଷ ପୂର୍ତ୍ତି ଅବସରରେ ହେଊଥିବା ରୌପ୍ୟ ଜୟନ୍ତୀ ପାଇଁ ଗ୍ରାମର ଜୁନାବନ୍ଧ ପୋଖରୀ ତୁଠରେ ପୂଜାର୍ଚ୍ଚନା ପୂର୍ବକ ଗତ ୧୫ତାରିଖ କଳସ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରି ପୂଜା ମଣ୍ଡପରେ ସ୍ଥାପନ ପରେ ଗୁରୁବାର ସକାଳ ୧୧ଟାରୁ ପୂଜା କାର୍ଯ୍ୟ ଆରମ୍ଭ ହୋଇଛି । ପର୍ଯ୍ୟାୟ କ୍ରମେ ଶୁକ୍ରବାର ଦିନ ଲକ୍ଷ୍ମୀ ସହସ୍ର ନାମ ହୋମ, ଶନିବାର ଦିନ ଚଣ୍ଡୀ ପାଠ ହୋମ, ରବିବାର ଦିନ ବିଷ୍ଣୁ ସହସ୍ର ନାମ ହୋମ ସହ ୨୦ତାରିଖ ସୋମବାର ଦିନ ପୂର୍ଣ୍ଣାହୁତି ହେବାକୁ ରହିଛି । ଏହି  ପୂଜା କାର୍ଯ୍ୟରେ ୯ଯୋଡ଼ି କର୍ତ୍ତା ରହିଥିବାବେଳେ ପୂଜା ଦାୟିତ୍ଵରେ ପଣ୍ଡିତ  ସଂଜୀବ ତ୍ରିପାଠୀ, ମନୋଜ ଦେବତା, ଭିଷ୍ମଦେବ ପାଣିଗ୍ରାହୀ ଓ ତାଙ୍କ ସାଥି ପୂଜାକାର୍ଯ୍ୟ ତୁଲାଉଛନ୍ତି। ମନୋରଞ୍ଜନ ପାଇଁ  ସାଂସ୍କୃତିକ କାର୍ଯ୍ୟକ୍ରମ  ପ୍ରତ୍ୟହ ଜଳନ୍ଧର ବଧ ମଞ୍ଚସ୍ଥ ହେଉଅଛି। ଯାହା ଦର୍ଶକଙ୍କ ପାଇଁ ବେଶ୍ ଆକର୍ଷଣୀୟ ହେଉଅଛି। ଏହା ବ୍ୟତୀତ ଝିଲିମିଣ୍ଡାର ସମଲେଶ୍ଵରୀ କୃଷ୍ଣଗୁରୁ ମଧ୍ୟ ଭକ୍ତଙ୍କ ମନ ମୁଗ୍ଧକର ହୋଇପାରିଛି ।  ଦିନ ୧୧ଟାରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅନ୍ନ ପ୍ରସାଦ ର ବ୍ୟବସ୍ଥା ରହିଛି । ଏହି ଅବସରରେ ଝିଲିମିଣ୍ଡା ପଞ୍ଚାୟତ ତଥା ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ସୁଅ ଛୁଟିଥିବା ବେଳେ କମିଟି ତଥା ଗ୍ରାମବାସୀଙ୍କ ସକ୍ରିୟ ସହଯୋଗ ରହିଅଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories