www.samajalive.in
Friday, December 12, 2025
23.1 C
Bhubaneswar

ଆଠଗଡରେ ସ୍ଥାୟୀ ବନାଞ୍ଚଳ ଅଧିକାରୀ କେବେ?

ଗୁରୁଡିଝାଟିଆ : ଚନ୍ଦକାରୁ ହାତୀପଲ ବର୍ଷର ୮ମାସ ଖୁଣ୍ଟୁଣୀ ଓ ଆଠଗଡ ବନାଞ୍ଚଳରେ ଆସ୍ତାନ ଜମାଇଥାନ୍ତି । ଯାହାଫଳରେ କୃଷକମାନଙ୍କ ବର୍ଷକର ଆହାର ମଧ୍ୟ ସେମାନଙ୍କ ପେଟରେ ଯାଉଛି । ଏବେ ୨୨ଟି ହାତୀ ଖୁଣ୍ଟୁଣୀ ବନାଞ୍ଚଳର ସୁବାସୀ ଓ ବ୍ରାହ୍ମଣବସ୍ତ ସଂରକ୍ଷିତ ଜଙ୍ଗଲରେ ଅଛନ୍ତି । ସେଥିରେ ୫ଟି ହାତୀଛୁଆ ମଧ୍ୟ ରହିଛନ୍ତି । ଗତ ୨ଦିନ ତଳେ ହାତୀ ଏକ ଶାବକ ମଧ୍ୟ ଜନ୍ମ କରିଛି । ଯାହା ବନବିଭାଗର ଚିନ୍ତା ବଢାଇଦେଇଛି, ହାତୀମାନଙ୍କ ଗତିପଥକୁ ତୀକ୍ଷ୍ମ ଦୃଷ୍ଟି ଦେବା ପାଇଁ। ଏଭଳି ସ୍ଥଳେ ଆଠଗଡ ବନାଞ୍ଚଳ ଅଧିକାରୀ ପଦବୀ କିଛିମାସ ହେଲା ଖାଲି ରହିଛି। ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଆଠଗଡ ବନାଞ୍ଚଳ ପାଇଁ  ଜଣେ ଅଧିକାରୀ ୨ଟି ବନାଞ୍ଚଳର ସଠିକ୍ ଭାବରେ ଦାୟୀତ୍ୱ ତୁଲାଇବା କାଠିକର ପାଠ । ବିଶେଷତଃ ଦୁଇ ବନାଞ୍ଚଳ ହାତୀ ପ୍ରବଣ ଅଞ୍ଚଳ। ତେଣୁ ତୁରନ୍ତ ଆଠଗଡ ବନାଞ୍ଚଳରେ ଜଣେ ଦକ୍ଷ ବନାଞ୍ଚଳ ଅଧିକାରୀ ନିଯୁକ୍ତି ଦେବା ନିମନ୍ତେ ପରିବେଶବିତ୍ ଦାବି କରିଛନ୍ତି। ପ୍ରକାଶଯୋଗ୍ୟ ବନବିଭାଗ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଆଠଗଡର ବନାଞ୍ଚଳ ଅଧିକାରୀ ଆୟିଶା ଅକତରୀ ନିଶାଙ୍କୁ ନିଲମ୍ବନ କରାଯାଇଛି । ଫଳରେ ବନାଞ୍ଚଳରୁ ଅପରସାରଣ କରାଯାଇ ସୁଶ୍ରୀ ନିଶାଙ୍କୁ ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଥିବାରୁ ଆଠଗଡ ବନାଞ୍ଚଳରେ ସ୍ଥାୟୀ ବନାଞ୍ଚଳ ଅଧିକାରୀ କେହି ନାହାନ୍ତି । ତେଣୁ କାମଚଳା ଭାବରେ ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

Hot this week

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

Related Articles

Popular Categories