www.samajalive.in
Tuesday, December 9, 2025
26.1 C
Bhubaneswar

ରଗଡ଼ିପଡ଼ା ଉଚ୍ଚ ବିଦ୍ୟାଳୟ ରୂପାନ୍ତିକରଣର ଭିତ୍ତିପ୍ରସ୍ତର ସ୍ଥାପନ

ବଡ଼ମ୍ବା : ବଡ଼ମ୍ବା ବ୍ଲକର ଦ୍ୱିତୀୟ ପର୍ଯ୍ୟାୟ ବିଦ୍ୟାଳୟ ରୂପାନ୍ତିକରଣ କାର୍ଯ୍ୟକ୍ରମରେ ସାମିଲ ହେବ ଏହି ବ୍ଲକ ଅନ୍ତର୍ଗତ ପୁରାତନ ରଗଡ଼ିପଡ଼ା ନୋଡାଲ ଉଚ୍ଚ ବିଦ୍ୟାଳୟ । ଏଥି ନିମନ୍ତେ ପ୍ରାୟ ୧କୋଟିର ବ୍ୟୟ ମଞ୍ଜୁରୀ ଧାର୍ଯ୍ୟ କରାଯାଇଥିବା ଜଣାଯାଇଛି । ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ବିଦ୍ୟାଳୟ ପରିଚାଳନା କମିଟିର ଆମନ୍ତ୍ରଣ କ୍ରମେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀନିବାସ ପ୍ରଧାନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଡ଼ମ୍ବା ଗୋଷ୍ଠି ଉନ୍ନୟନ ଅଧିକାରୀ ଉତ୍କଳ ରଞ୍ଜନ ଆଚାର୍ଯ୍ୟ, ବ୍ଲକ ଅଧ୍ୟକ୍ଷା ଅନସୂୟା ନାଏକ, ଉପାଧ୍ୟକ୍ଷ ସଦାନନ୍ଦ ସ୍ୱାଇଁ, ସ୍ଥାନୀୟ ସରପଞ୍ଚ ସନ୍ତୋଷ କୁମାର ମହାରଣା, ସମିତିସଭ୍ୟ ଇଂ.ସଞ୍ଜୟ କୁମାର ସ୍ୱାଇଁ, ମୋ ସ୍କୁଲ ଅଭିଯାନ ଅଧ୍ୟକ୍ଷ ଦୀନବନ୍ଧୁ ପୃଷ୍ଟି,ସମାଜସେବୀ ସୁବାଷଚନ୍ଦ୍ର ସାହୁ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଦୁଇଟି ଅତ୍ୟାଧୁନିକ ସ୍ମାର୍ଟ କ୍ଲାସରୁମ ସହିତ ପୁରାତନ ଶ୍ରେଣୀକକ୍ଷର ପୁନରୁଦ୍ଧାର ତଥା ବିଦ୍ୟାଳୟର ଅନ୍ୟାନ୍ୟ ଆନୁସଙ୍ଗିକ ଉନ୍ନତି କଳ୍ପେ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ୧କୋଟି ଖର୍ଚ୍ଚ କରାଯିବ ବୋଲି ଏହି ଅବସରରେ ସୂଚନା ପ୍ରଦାନ କରାଯାଇଥିଲା। ଆଗାମୀ ମାର୍ଚ୍ଚମାସ ସୁଦ୍ଧା ଯୁଦ୍ଧକାଳୀନ ଭିତ୍ତିରେ ଏହି କାର୍ଯ୍ୟ ସମ୍ପନ କରିବାକୁ ବିଧାୟକ ଶ୍ରୀ ମିଶ୍ର ପ୍ରଶାସନ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories