www.samajalive.in
Friday, December 12, 2025
27.1 C
Bhubaneswar

ସିଫାରେ କୃଷକ ଓ ବୈଜ୍ଞାନିକଙ୍କ ମଧ୍ୟରେ ଭାବ ବିନିମୟ କାର୍ଯ୍ୟକ୍ରମ

ପିପିଲି : କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା(ସିଫା) ଓ ଖୋର୍ଦ୍ଧା କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ସହଯୋଗରେ ପ୍ରାକୃତିକ କୃଷି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଦାନ କରିଥିବା ଅଭିଭାଷଣର ସିଧାସଳଖ ପ୍ରସାରଣ ସିଫା ସ୍ଥିତ ଭି.ଜି.ଝିଙ୍ଗାରନ୍ ପ୍ରେକ୍ଷାଳୟରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସେଠାରେ କୃଷକ ଓ କୃଷି ବୈଜ୍ଞାନିକଙ୍କ ମଧ୍ୟରେ ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଖୋର୍ଦ୍ଧା ଜିଲାର ବାଲିପାଟଣା, ବାଲିଅନ୍ତା ଓ ଜଟଣୀ ବ୍ଲକର ୨୧୦ ଜଣ ଅଗ୍ରଣୀ କୃଷକ ଯୋଗ ଦେଇଥିଲେ।
ଏହି ଅବସରରେ ଖୋର୍ଦ୍ଧା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଅଜୟ କୁମାର ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅଂଶଗ୍ରହଣକାରୀ କୃଷକ ଓ ବୈଜ୍ଞାନିକମାନେ ପ୍ରଧାନମନ୍ତ୍ରୀ ଶ୍ରୀମୋଦୀଙ୍କର ପ୍ରାକୃତିକ କୃଷି ଉପରେ ଆଧାରିତ ବକ୍ତବ୍ୟ ଶୁଣିଥିଲେ । ପରେ କୃଷକ ଓ କୃଷି ବୈଜ୍ଞାନିକଙ୍କ ମଧ୍ୟରେ ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସିଫାର ନିର୍ଦ୍ଦେଶକ ଡ଼ଃ ସରୋଜ କୁମାର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବୈଜ୍ଞାନିକ ତଥା କେଭିକେ ମୁଖ୍ୟ ଅଜୟ କୁମାର ଦାଶ,  ଶସ୍ୟ ଉତ୍ପାଦନ ଏସ୍ଏମ୍ଏସ୍ ଏସ୍.କେ.ସିଂହ, ସିଟିଓ ପଶୁବିଜ୍ଞାନ ଡ଼ଃ ବି.କେ.ବଞ୍ଜା, ଏସ୍ଏମ୍ଏସ୍ ମତ୍ସ୍ୟବିଜ୍ଞାନ ପି.ଆର୍‍ ସାହୁ, ଏସ୍ଏମ୍ଏସ୍ ଗୃହବିଜ୍ଞାନ ଡ଼ଃ ହରପ୍ରିୟା ନାୟକ, ଏସିଟି ଓ ଗୃହବିଜ୍ଞାନ ଏସ୍.ବେହେରାଙ୍କ ସମେତ ଅଭିଜ୍ଞ ବୈଜ୍ଞାନିକ ଓ ବୈଷୟିକ ଅଧିକାରୀମାନେ ଯୋଗଦେଇ ପ୍ରାକୃତିକ କୃଷି ସଂପର୍କିତ କୃଷକଙ୍କର ବିଭିନ୍ନ ପ୍ରଶ୍ନର ଦେଇଥିଲେ ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories