www.samajalive.in
Saturday, December 13, 2025
15.1 C
Bhubaneswar

ଦକ୍ଷିଣ ଆଫ୍ରିକା ଗସ୍ତରେ ଏକାଠି ଖେଳି ନପାରନ୍ତି ରୋହିତ-ବିରାଟ

ମୁମ୍ବଇ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜ୍‌ ଚଳିତ ଡିସେମ୍ବର ୨୬ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଭାରତର ଦୁଇ ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ଦକ୍ଷିଣ ଆଫ୍ରିକା ମାଟିରେ ଏକାଠି ଖେଳିବା ଦେଖିବାକୁ ନ ମିଳିପାରେ। ଦକ୍ଷିଣ ଆଫ୍ରିକା​‌ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ରୋହିତ ଶର୍ମା ଆହତ ପାଇଁ ବାଦ୍‌ ପଡିଥିବା ବେଳେ ଦିନିକିଆ ସିରିଜ୍‌ରୁ ବିରାଟ କୋହଲି ଓହରି ଯିବାକୁ ନିଷ୍ପତ୍ତି ନେଇଛନ୍ତି। କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରେ ଅଧିନାୟକ ଭାବେ ରହିଥିବା ବେଳେ ଦିନିକିଆ ଦଳ ପାଇଁ ମନୋନୀତ ହେବା ନିଶ୍ଚିତ। ହେଲେ ଜାଣିବାକୁ ମିଳିଛି ଯେ କୋହଲି ଦିନିକିଆ ସିରିଜ ଖେଳିବାକୁ ଚାହୁଁନାହାନ୍ତି।

ଭାରତ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ ପୂର୍ବରୁ ଦିନିକିଆ ଦଳର ଅଧିନାୟକ ପଦରୁ କୋହଲିଙ୍କୁ ହଟାଇ ରୋହିତଙ୍କୁ ନିଯୁକ୍ତି କରିବା ନେଇ ଚର୍ଚ୍ଚା ଚାଲିଛି। କିନ୍ତୁ ବିରାଟ କୋହଲି ଏପଯ୍ୟନ୍ତ କୌଣସି ନିଜ ଆଡୁ ପ୍ରତିକ୍ରିୟା ଦେଇନାହାନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍‌କୁ ଏଡାଇବା ଲାଗି କୋହଲି ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି। ରିପୋର୍ଟ ଅନୁଯାୟୀ ବିରାଟ ତାଙ୍କ ଝିଅ ଭାମିକାଙ୍କ ସହ ପ୍ରଥମ ଜନ୍ମଦିନ ପାଳନ କରିବାକୁ ସମୟ ଚାହୁଁଛନ୍ତି। ଭାମିକା ଗତବର୍ଷ ଜାନୁଆରୀ ୧୧ରେ ଜନ୍ମଗ୍ରହଣ କରିଥିଲେ। ଟେଷ୍ଟ ସିରିଜ୍‌ ଶେଷ ହେବା ପରେ କୋହଲି ପରିବାର ସହ ଝିଅର ଜନ୍ମଦିନ ପାଳନ କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ଏଥିପାଇଁ କୋହଲି ଜାନୁଆରୀ ପ୍ରଥମରୁ ଛୁଟି ମାଗିଥିବା ଜଣାପଡ଼ିଛି। ଜାନୁଆରୀ ୧୯ରୁ ଦିନିକିଆ ସିିରିଜ୍‌ ଆରମ୍ଭ ହେବ। କୋହଲିଙ୍କ ଏଭଳି ନିଷ୍ପତ୍ତି ଭାରତୀୟ କ୍ରିକେଟରେ ନାଟକୀୟ ଘଟଣା ସୃଷ୍ଟି ହୋଇଛି। ରୋହିତ ଶର୍ମାଙ୍କ ବାମ ଜଙ୍ଘ ମାଂଶପେଶୀ​‌େ​‌​‌ର ଆଘାତ ଲାଗିଥିବାରୁ ଟେଷ୍ଟ ସିରିଜ୍‌ରୁ ବାଦ୍‌ ପଡିଛନ୍ତି। ଦିନିକିଆ ସିରିଜ୍‌ ବେଳକୁ ରୋହିତତ ସମ୍ପୂର୍ଣ୍ଣ ସୁସ୍ଥ ହେବେ ବୋଲି ଆଶା କରାଯାଉଛି। କିନ୍ତୁ ଏଥିରୁ ସ୍ପଷ୍ଟ ହେଉଛି ଯେ, ବିରାଟ ଓ ରୋହିତ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ କିନ୍ତୁ ଏକାଠି ସିରିଜ୍‌ ଖେଳିବେ ନାହିଁ। ଦକ୍ଷିଣଆଫ୍ରିକା ଗସ୍ତ ପୂର୍ବରୁ ମୁମ୍ବଇରେ ଆୟୋଜିତ ଅଭ୍ୟାସ ଅଧିବେଶନରେ କୋହଲି ଯୋଗ ଦେଇନଥିଲେ। ଦକ୍ଷିଣଆଫ୍ରିକା ଗସ୍ତ ପୂର୍ବରୁ ମୁମ୍ବଇରେ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଖେଳାଳିଙ୍କ ପାଇଁ ଏକ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରରେ ରୋହିତ ଶର୍ମା, ସାର୍ଦୁଳ ଠାକୁର, ଋଷଭ ପନ୍ତଙ୍କ ସମେତ ଅନ୍ୟ ଖେଳାଳିମାନେ ଉପସ୍ଥିତ ଥିଲେ। କିନ୍ତୁ କୋହଲି ଏଥିରେ ଅଂଶଗ୍ରହଣ କରିନଥିଲେ। ଏ ବିଷୟରେ କୋହଲିଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସେ ନ ଆସିବାକୁ ନିଷ୍ପତ୍ତି ନେଇଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories