www.samajalive.in
Friday, December 5, 2025
26.1 C
Bhubaneswar

ବାସ୍ତୁ ଉପାୟ : ଘରେ ଶଙ୍ଖ ରଖନ୍ତୁ

ବାସ୍ତୁ ଦୋଷ କାରଣରୁ ସୃଷ୍ଟି ହେଉଥିବା ସମସ୍ୟା ପାଇଁ ବ୍ୟକ୍ତି ଶାରିରୀକ ଓ ମାନସିକ ଭାବେ ଚିନ୍ତାଗ୍ରସ୍ତ ହୋଇଥାଆନ୍ତି। ମାତ୍ର କିଛି ସରଳ ଉପାୟ ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ। ଜାଣନ୍ତୁ…….
– ଘରେ ରାମାୟଣ ପାଠ କରନ୍ତୁ।
– ଘରର ମୁଖ୍ୟଦ୍ୱାରରେ ପ୍ରଭୁ ହନୁମାନଙ୍କ ସିନ୍ଦୂରରେ ସ୍ୱସ୍ତିକ ଚିହ୍ନ କରନ୍ତୁ।
– ଘରର ଐଶାନ୍ୟ କୋଣରେ ସଫାପାତ୍ରରେ ଜଳ ଭର୍ତି କରି ରଖନ୍ତୁ।
– ଘରର ରୋଷେଇ କକ୍ଷ ସଠିକ ସ୍ଥାନରେ କରନ୍ତୁ।
– ଘରେ ଶଙ୍ଖ ରଖନ୍ତୁ। ଘରର ସମ୍ମୁଖଭାଗକୁ ସଫା ରଖନ୍ତୁ।
– ଘରେ ଘୋଡ଼ାର ନାଲ ରଖନ୍ତୁ। ଏହା ନକରାତ୍ମକ ଶକ୍ତିକୁ ଦୂର କରିଥାଏ।
– ଘରର ଅଗଣାରେ ତୁଳସୀ ବୃକ୍ଷ ଓ ସମ୍ମୁଖ ଭାଗରେ କଦଳୀ ବୃକ୍ଷ ଲଗାନ୍ତୁ।
– ଘରର ମୁଖ୍ୟଦ୍ୱାରରେ ହଳଦୀରେ ଶୁଭ ଓ ଲାଭ ଲେଖନ୍ତୁ। ହଳଦୀରେ କିଛି ଜଳ ମିଶାଇ ଏକ ପାନପତ୍ର ଦ୍ୱାରା ସମ୍ପୂର୍ଣ୍ଣ ଘରେ ଛିଂଚନ କରନ୍ତୁ। ଏପରି କରିବା ଦ୍ୱାରା ଗୃହରେ ମା’ଲକ୍ଷ୍ମୀ ସର୍ବଦା ବାସ କରନ୍ତି।
– ଘରେ ପୂଜା କରିବା ସମୟରେ ସକାଳେ ଓ ସନ୍ଧ୍ୟାରେ ଶଙ୍ଖ ବଜାନ୍ତୁ ଓ ଭଗବାନଙ୍କ ନିକଟରେ ଦୀପ ଲଗାନ୍ତୁ।
– ପ୍ରତିଦିନ ସକାଳୁ ଉଠିବା ମାତ୍ରେ ନିଜ ହସ୍ତର ପାପୁଲିକୁ ଦେଖି ଏହାକୁ ନିଜ ମୁହଁରେ ଲଗାନ୍ତୁ। ପୌରାଣିକ ମାନ୍ୟତା ଅନୁଯାୟୀ, ପାପୁଲିର ଅଗ୍ର ଭାଗ ମା’ଲକ୍ଷ୍ମୀ, ମଧ୍ୟ ଭାଗରେ ମା’ସରସ୍ୱତୀ, ପାପୁଲିର ଶେଷ ଭାଗ ଭଗବାନ ବିଷ୍ଣୁଙ୍କ ସ୍ଥାନ। ତେଣୁ ସକାଳେ ପ୍ରଥମେ ନିଜ ପାପୁଲି ଦର୍ଶନ କରିବା ଶୁଭ।
– ଭୋଜନ ପାଇଁ ପ୍ରସ୍ତୁତ ହୋଇଥିବା ରୁଟିରୁ ପ୍ରଥମ ରୁଟି ଗାଈଙ୍କୁ ଖୁଆନ୍ତୁ। ଗାଈଙ୍କ ଶରୀରରେ ଦେବାଦେବୀ ବାସ କରିଥାଆନ୍ତି ଓ ଗାଈଙ୍କୁ ଖୁଆଇଲେ ଭଗବାନ ଖୁବ ପ୍ରସନ୍ନ ହୋଇଥାଆନ୍ତି। ଏହାସହ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି।
– ଗୃହରେ ଥିବା ଭଗବାନଙ୍କୁ ନିୟମିତ ପୂଜାର୍ଚ୍ଚନା କରି ଫୁଲ ଅର୍ପଣ କରନ୍ତୁ। ଭକ୍ତିର ଭାବ ସହ ଫୁଲ ଅର୍ପଣ କଲେ ଜୀବନର ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ।
– ଘରକୁ ସଭିଏଁ ସଫାସୁତୁରା କରିଥାଆନ୍ତି। ମାତ୍ର ଏହି କାର୍ୟ୍ୟକୁ ସକାଳ ସମୟରେ କରିବା ନିତ୍ୟାନ୍ତ ଆବଶ୍ୟକ। ପ୍ରତିଦିନ ସକାଳେ ଘରକୁ ଝାଡ଼ୁ କରିବା , ପୋଛିବା ଦ୍ୱାରା ଘରେ ମା’ଲକ୍ଷ୍ମୀଙ୍କ ବାସ ହୋଇଥାଏ।

 

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories